Advertisment

ଘରେ ଥରେ ପ୍ରସ୍ତୁତ କରନ୍ତୁ ଭେଣ୍ଡି ଦୋ ପିଆଜା

ଆବଶ୍ୟକ ସାମଗ୍ରୀ:ଭେଣ୍ଡି, ପିଆଜ, ରସୁଣ ଅଦା, କଞ୍ଚା ଲଙ୍କା, ଟମାଟୋ, ଲୁଣ, ହଳଦି, ଧନିଆ ଗୁଣ୍ଡ,  ଧନିଆ ପାଉଡ଼ର, ଚିଲି ଫ୍ଲେକ୍ସ, ରିଫାଇନ୍‌ ତେଲ । ପ୍ରସ୍ତୁତି ପ୍ରଣାଳୀ: ପ୍ରଥମେ  ଭେଣ୍ଡିକୁ ଧୋଇ ଏହାକୁ ଛୋଟ ଛୋଟ ଖଣ୍ଡ କରି କାଟି ଦିଅନ୍ତୁ।  ଏହାପରେ ଏକ ପିଆଜକୁ ସ୍ଲାଇସ୍‌ କରି ଓ ଅନ୍ୟ ଏକ ପିଆଜକୁ ବଡ଼ ବଡ଼ ଖଣ୍ଡ କରି କାଟି ଦିଅନ୍ତୁ। ଏହାପରେ ପ୍ୟାନ୍‌ରେ ତେଲ ଗରମ କରି କିଛି ଜିରା ପକାନ୍ତୁ ।  […]

author-image
Niharika Rout
ଘରେ ଥରେ ପ୍ରସ୍ତୁତ କରନ୍ତୁ ଭେଣ୍ଡି ଦୋ ପିଆଜା

bhendi-dopiaja

ଆବଶ୍ୟକ ସାମଗ୍ରୀ:ଭେଣ୍ଡି, ପିଆଜ, ରସୁଣ ଅଦା, କଞ୍ଚା ଲଙ୍କା, ଟମାଟୋ, ଲୁଣ, ହଳଦି, ଧନିଆ ଗୁଣ୍ଡ,  ଧନିଆ ପାଉଡ଼ର, ଚିଲି ଫ୍ଲେକ୍ସ, ରିଫାଇନ୍‌ ତେଲ ।

Advertisment

ପ୍ରସ୍ତୁତି ପ୍ରଣାଳୀ:ପ୍ରଥମେ  ଭେଣ୍ଡିକୁ ଧୋଇ ଏହାକୁ ଛୋଟ ଛୋଟ ଖଣ୍ଡ କରି କାଟି ଦିଅନ୍ତୁ।  ଏହାପରେ ଏକ ପିଆଜକୁ ସ୍ଲାଇସ୍‌ କରି ଓ ଅନ୍ୟ ଏକ ପିଆଜକୁ ବଡ଼ ବଡ଼ ଖଣ୍ଡ କରି କାଟି ଦିଅନ୍ତୁ।

ଏହାପରେ ପ୍ୟାନ୍‌ରେ ତେଲ ଗରମ କରି କିଛି ଜିରା ପକାନ୍ତୁ ।  ଜିରା ଫୁଟିଲେ ସେଥିରେ ରସୁଣ ଓ ଅଦା କଟା ପକାନ୍ତୁ।   ଏହାପରେ ସ୍ଲାଇସ୍‌ କଟା ଯାଇଥିବା ପିଆଜକୁ ପକାଇ ଗୋଳାନ୍ତୁ। ଏହା ହାଲକା ଫ୍ରାଏ ହେବା ପରେ ସେଥିରେ କିଛି ଚିଲି ଫ୍ଲେକ୍ସ ପକାଇ କିଛି ସମୟ ଭାଜନ୍ତୁ। ଏହାପରେ ସେଥିରେ ଟମାଟୋ କାଟି ପକାନ୍ତୁ। କିଛି ସମୟ ପରେ କଟା କଞ୍ଚା ଲଙ୍କା, ଲୁଣ, ହଳଦି, ଧନିଆ ପାଉଡ଼ର ପକାଇ ଗୋଳାନ୍ତୁ।

Advertisment

ଅନ୍ୟ ଏକ ପ୍ୟାନ୍‌ରେ ତେଲ ପକାଇ ବଡ଼ ବଡ଼ କାଟିଥିବା ପିଆଜକୁ ଫ୍ରାଏ କରି ଦିଅନ୍ତୁ।  ଏହାପରେ ସେଥିରେ ଭେଣ୍ଡି ପକାଇ ହାଲକା ଫ୍ରାଏ କରି ଦିଅନ୍ତୁ।

ଏହାକୁ ନେଇ ମସଲା ଥିବା ପ୍ୟାନ୍‌ରେ ଭେଣ୍ଡିକୁ ପକାଇ ତାହାକୁ ଭଲ ଭାବେ ଗୋଳାନ୍ତୁ। ଏଥିରେ ଘୋଡ଼ଣୀ ଘୋଡ଼ାନ୍ତୁ ନାହିଁ।  କିଛି ସମୟ ପରେ ଭେଣ୍ଡି ଭଲ ଭାବେ ଭାଜି ହେବା ପରେ ତାହାକୁ ବାହାର କରି ଗରମାଗରମ ପରଷନ୍ତୁ।