Advertisment

ସିଝା ମାଛ ମସଲା

ଆବଶ୍ୟକ ସାମଗ୍ରୀ: ମାଛ, ହଳଦୀ ଗୁଣ୍ଡ, ଲଙ୍କା ଗୁଣ୍ଡ, ଗରମ ମସଲା, ଅଦାରସୁଣ ବଟା, କଟା ପିଆଜ, ଧଳା ସୋରିଷ ବଟା, ବସା ଦହି, କଞ୍ଚା ଲଙ୍କା, ଅଦାରସୁଣ କଟା, ଗରମ ମସଲା ଗୁଣ୍ଡ, ଲୁଣ ଓ ତେଲ। ପ୍ରସ୍ତୁତି ପ୍ରଣାଳୀ: ପ୍ରଥମେ ମାଛକୁ ଧୋଇ ସେଥିରେ ହଳଦୀ ଗୁଣ୍ଡ, ଲଙ୍କା ଗୁଣ୍ଡ, ଗରମ ମସଲା, ଅଦାରସୁଣ ବଟା, କଟା ପିଆଜ, ଧଳା ସୋରିଷ ବଟା, ବସା ଦହି କଞ୍ଚା ଲଙ୍କା ଓ ସ୍ୱାଦ ଅନୁଯାୟୀ ଲୁଣ […]

ସିଝା ମାଛ ମସଲା

fish

Advertisment

ଆବଶ୍ୟକ ସାମଗ୍ରୀ: ମାଛ, ହଳଦୀ ଗୁଣ୍ଡ, ଲଙ୍କା ଗୁଣ୍ଡ, ଗରମ ମସଲା, ଅଦାରସୁଣ ବଟା, କଟା ପିଆଜ, ଧଳା ସୋରିଷ ବଟା, ବସା ଦହି, କଞ୍ଚା ଲଙ୍କା, ଅଦାରସୁଣ କଟା, ଗରମ ମସଲା ଗୁଣ୍ଡ, ଲୁଣ ଓ ତେଲ।

Advertisment

ପ୍ରସ୍ତୁତି ପ୍ରଣାଳୀ: ପ୍ରଥମେ ମାଛକୁ ଧୋଇ ସେଥିରେ ହଳଦୀ ଗୁଣ୍ଡ, ଲଙ୍କା ଗୁଣ୍ଡ, ଗରମ ମସଲା, ଅଦାରସୁଣ ବଟା, କଟା ପିଆଜ, ଧଳା ସୋରିଷ ବଟା, ବସା ଦହି କଞ୍ଚା ଲଙ୍କା ଓ ସ୍ୱାଦ ଅନୁଯାୟୀ ଲୁଣ ପକାଇ ଭଲଭାବେ ଗୋଳାଇ ଦିଅନ୍ତୁ। ଭଲଭାବେ ମ୍ୟାରିନେଟ୍ ହେବା ପାଇଁ ତାକୁ କିଛି ସମୟ ସେମିତି ଛାଡ଼ି ଦିଅନ୍ତୁ।

ପରେ କଡ଼େଇରେ ପାଣି ଫୁଟାଇ ସେଥିରେ ତେଲ ପକାନ୍ତୁ। ଏବେ ସେଥିରେ ମ୍ୟାରିନେଟ୍ ହୋଇଥିବା ମାଛକୁ ପକାନ୍ତୁ। ତା’ପରେ ସେଥିରେ କଟା ଅଦାରସୁଣ, ଗରମ ମସଲା ଗୁଣ୍ଡ, କଟା ପିଆଜ, ଗୋଟା କଞ୍ଚା ଲଙ୍କା ଓ ଅଳ୍ପ ଲୁଣ ପକାଇ ଘୋଡ଼ଣୀ ଘୋଡ଼ାଇ ଦିଅନ୍ତୁ। ୫ ରୁ ୭ ମିନିଟ୍‌ ପରେ ଘୋଡ଼ଣୀ ବାହାର କରି ମାଛଗୁଡ଼ିକୁ ଓଲଟାଇ ଦିଅନ୍ତୁ ଓ ପୁଣି ଘୋଡ଼ଣୀ ଦେଇଦିଅନ୍ତୁ। କିଛି ସମୟ ପରେ ପ୍ରସ୍ତୁତ ହୋଇଯିବ ‘ସିଝା ମାଛ ମସଲା’।

Advertisment
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe