ଅଦ୍ୟତନ ହୋଇଛି
5627-3-large
Advertisment
ଆବଶ୍ୟକ ସାମଗ୍ରୀ:
- ବ୍ରେଡ୍
- ଲହୁଣୀ
- କ୍ଷୀର
- ଚିନି
- ଗୁଜୁରାତି ଗୁଣ୍ଡ
- କିସ୍ମିସ୍
- ଅଣ୍ଡା
- କ୍ରିମ୍
ପ୍ରସ୍ତୁତି ପ୍ରଣାଳୀ:
ବ୍ରେଡ୍ରେ ଭଲ ଭାବେ ଲହୁଣୀ ଲଗାଇ ଏକ ପ୍ଲେଟ୍ରେ ସଜାଇ ରଖନ୍ତୁ । କ୍ଷୀର ଅଧା ହେବା ପର୍ଯ୍ୟନ୍ତ ଅଳ୍ପ ଆଞ୍ଚରେ ସିଝାନ୍ତୁ । ଏଥିରେ ଡବଲ କ୍ରିମ୍, ଚିନି ଏବଂ କିସ୍ମିସ୍ ପକାଇ କିଛି ସମୟ ଗୋଳାନ୍ତୁ । ଯେବେ ଏହା ଫୁଟିବା ଆରମ୍ଭ କରିବ ସେଥିରେ ଅଣ୍ଡା ଫେଣ୍ଟି ପକାନ୍ତୁ । ଲଗାତାର ଗୋଳାନ୍ତୁ, ଯେମିତି ତଳେ ଲାଗି ନ ଯାଏ । ଏବେ କ୍ଷୀରର ଏହି ମିଶ୍ରଣକୁ ବ୍ରେଡ୍ ଉପରେ ଢାଳନ୍ତୁ । ଥଣ୍ଡା ହୋଇଗଲା ପରେ ଫ୍ରିଜ୍ରେ ଘଣ୍ଟାଏ ପର୍ଯ୍ୟନ୍ତ ଏହାକୁ ରଖନ୍ତୁ ଓ ଥଣ୍ଡା ଥଣ୍ଡା ଖାଆନ୍ତୁ ।
Advertisment
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
Follow Us/odisha-reporter/media/post_attachments/uploads/2019/02/5627-3-large.jpg)