Advertisment

ଫୁଲକୋବି ଖିରି

ଆବଶ୍ୟକ ସାମଗ୍ରୀ: ଫୁଲକୋବି, ଚିନି, କ୍ଷୀର, କାଜୁ, ପିସ୍ତା, କିସ୍‌ମିସ୍‌, ମିଲ୍କମେଡ୍ ଲୁଣ ଓ ଘିଅ ପ୍ରସ୍ତୁତି ପ୍ରଣାଳୀ: ପ୍ରଥମେ ଫୁଲକୋବିକୁ ଛୋଟ ଛୋଟ କରି କାଟି ଦିଅନ୍ତୁ। ଏବେ କରେଇରେ ଘିଅ ଗରମ କରି କଟା କୋବିରେ ଲୁଣ ପକାଇ ଭାଜିଦିଅନ୍ତୁ। ଏହାପରେ କରେଇରେ କ୍ଷୀରକୁ ଫୁଟାଇ ସେଥିରେ ଚିନି ପକାନ୍ତୁ। କ୍ଷୀର ଭଲ ଭାବେ ଫୁଟିଯିବା ପରେ ସେଥିରେ ଫୁଲକୋବି ଭଜା ପକାନ୍ତୁ। ଏହାପରେ ଏଥିରେ ମିଲ୍କମେଡ୍‌, କାଜୁ, ପିସ୍ତା, କିସ୍‌ମିସ୍‌ ପକାଇ ୫ […]

author-image
Chinmayee Roy
ଫୁଲକୋବି ଖିରି

kheer

ଆବଶ୍ୟକ ସାମଗ୍ରୀ: ଫୁଲକୋବି, ଚିନି, କ୍ଷୀର, କାଜୁ, ପିସ୍ତା, କିସ୍‌ମିସ୍‌, ମିଲ୍କମେଡ୍ ଲୁଣ ଓ ଘିଅ

Advertisment

ପ୍ରସ୍ତୁତି ପ୍ରଣାଳୀ: ପ୍ରଥମେ ଫୁଲକୋବିକୁ ଛୋଟ ଛୋଟ କରି କାଟି ଦିଅନ୍ତୁ। ଏବେ କରେଇରେ ଘିଅ ଗରମ କରି କଟା କୋବିରେ ଲୁଣ ପକାଇ ଭାଜିଦିଅନ୍ତୁ। ଏହାପରେ କରେଇରେ କ୍ଷୀରକୁ ଫୁଟାଇ ସେଥିରେ ଚିନି ପକାନ୍ତୁ। କ୍ଷୀର ଭଲ ଭାବେ ଫୁଟିଯିବା ପରେ ସେଥିରେ ଫୁଲକୋବି ଭଜା ପକାନ୍ତୁ। ଏହାପରେ ଏଥିରେ ମିଲ୍କମେଡ୍‌, କାଜୁ, ପିସ୍ତା, କିସ୍‌ମିସ୍‌ ପକାଇ ୫ ରୁ ୧୦ ମିନିଟ୍ ଫୁଟାନ୍ତୁ। ଏହାପରେ ପ୍ରସ୍ତୁତ ହୋଇଯିବ ‘ଫୁଲକୋବି ଖିରି’।