/odisha-reporter/media/post_attachments/uploads/2020/01/cheese-macroni.jpg)
cheese-macroni
ଆବଶ୍ୟକ ସାମଗ୍ରୀ: ମକରୋନି, ଅଟା, ଗ୍ରେଟେଡ୍ ପନୀର, ବଟର, ଗ୍ରେଟେଡ୍ ପାର୍ମେସନ୍ ଚିଜ୍, ବ୍ରେଡ୍ କ୍ରମ୍ବସ୍ ଓ କ୍ଷୀର।
ପ୍ରସ୍ତୁତି ପ୍ରଣାଳୀ: ପ୍ରଥମେ ଏକ ପ୍ୟାନ୍ରେ ପାଣି ଓ ଲୁଣ ଦେଇ ମକରୋନି ପକାଇ ସିଝାନ୍ତୁ। ସିଝିଗଲା ପରେ ଏକ ପାତ୍ରରେ ଏହାକୁ ବାହାର କରି ଥଣ୍ଡା ପାଣିରେ ଧୋଇ ରଖନ୍ତୁ। ଏବେ ଅନ୍ୟ ଏକ ପ୍ୟାନ୍ରେ ବଟର୍ ପକାଇ ଏଥିରେ ଅଟା ଓ କ୍ଷୀର ପକାଇ ଗୋଳାନ୍ତୁ। ଏହାକୁ ଗୋଳାଇ ଗୋଳାଇ ଗାଢ଼ ହ୍ୱାଇଟ୍ ସସ୍ ତିଆରି କରନ୍ତୁ। ଏବେ ଏହି ସସ୍ରେ ମକରୋନି ପକାଇ ଭଲ ଭାବେ ଗୋଳାନ୍ତୁ। ଏହି ମିଶ୍ରଣକୁ ବେକିଂ ଟ୍ରେକୁ ବାହାର କରନ୍ତୁ। ଆଉ ଏକ ପ୍ୟାନ୍ରେ ଧିମା ଆଞ୍ଚରେ ବଟର ଗରମ କରି ଏଥିରେ ବ୍ରେଡ୍ କ୍ରମ୍ବସ୍ ପକାଇ ହାଲୁକା ବ୍ରାଉନ୍ ହେବା ଯାଏ ଭାଜନ୍ତୁ। ଏବେ ମକରୋନି ଉପରେ ଏହି ଭଜା ବ୍ରେଡ୍ କ୍ରମ୍ବସ୍, ପନୀର, ଚିଜ୍ ଓ ପାର୍ମେସନ୍ ଚିଜ୍ ପକାନ୍ତୁ। ଏହି ମିଶ୍ରଣକୁ ୩୫୦ ଡିଗ୍ରୀ ତାପମାତ୍ରାରେ ୨୦ରୁ ୩୦ ମିନିଟ୍ ଯାଏ ବେକ୍ ହେବାକୁ ରଖି ଦିଅନ୍ତୁ। ଏବେ ପ୍ରସ୍ତୁତ ହୋଇଗଲା ଆପଣଙ୍କ ଟେଷ୍ଟି ‘ଚିଜ୍ ମକରୋନି’।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
