/odisha-reporter/media/post_attachments/uploads/2020/12/chicken.jpg)
chicken
ଆବଶ୍ୟକ ସାମଗ୍ରୀ; ଚିକେନ କିମା, କଟା ପିଆଜ, କଟା ଧନିଆପତ୍ର, କର୍ଣ୍ଣଫ୍ଲୋର, କଟା ରସୁଣ, କଟା କଞ୍ଚାଲଙ୍କା, ଲେମ୍ବୁରସ, ହଳଦି ଗୁଣ୍ଡ, ଲଙ୍କା ଗୁଣ୍ଡ ଓ ସ୍ୱାଦ ଅନୁସାରେ ଲୁଣ ଓ ରିଫାଇନ୍ ତେଲ।
Advertisment
ପ୍ରସ୍ତୁତି ପ୍ରଣାଳୀ:ପ୍ରଥମେ ଦେଶୀ ଚିକେନ କିମାକୁ ଭଲ ଭାବେ ଧୋଇ ରଖନ୍ତୁ। ଏହାପରେ ସେଥିରେ ଅଳ୍ପ ତେଲ, କଟା ପିଆଜ, କଟା ଧନିଆପତ୍ର, କର୍ଣ୍ଣଫ୍ଲୋର, କଟା ରସୁଣ, କଟା କଞ୍ଚାଲଙ୍କା, ଲେମ୍ବୁରସ, ହଳଦି ଗୁଣ୍ଡ, ଲଙ୍କା ଗୁଣ୍ଡ ଓ ସ୍ୱାଦ ଅନୁସାରେ ଲୁଣ ପକାଇ ଭଲଭାବେ ଗୋଳାନ୍ତୁ।
ଚିକେନ କିମାରେ ସବୁ ମସଲ ମିଶିବା ପରେ ଏହାକୁ ଛୋଟ ଛୋଟ ଗୋଲ କରି ଗଢ଼ି ରଖନ୍ତୁ। କରେଇରେ ତେଲ ଗରମ କରି ଗଢ଼ିଥିବା ବଲ୍କୁ ଭଲ ଭାବେ ଛାଣି ଦିଅନ୍ତୁ। ଏଥର ପ୍ରସ୍ତୁତ ହୋଇଯିବ ଚିକେନ ବଲ୍। ଗରମାଗରମ ଚିକେନ୍ ବଲକୁ ସସ୍ ସହିତ ପରଷନ୍ତୁ।
Advertisment
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
