Advertisment

ଘରେ ପ୍ରସ୍ତୁତ କରନ୍ତୁ ଚିକେନ ହଙ୍କକଙ୍ଗ୍‌

ଆବଶ୍ୟକ ସାମଗ୍ରୀ: ବୋନଲେସ୍‌ ଚିକେନ, ଚିକେନ ଷ୍ଟକ, ଲୁଣ, ଗୋଳମରିଚ ଗୁଣ୍ଡ, କର୍ଣ୍ଣଫ୍ଲୋର, ରିଫାଇନ , ସ୍ପ୍ରିଙ୍ଗ ଓନିଅନ,  ଶୁଖିଲା ଲଙ୍କା, ରେଡ ଚିଲି ସସ୍‌, ସୋୟା ସସ୍‌, ପିଆଜ, ଭିନେଗାର, ଅଣ୍ଡା । ପ୍ରସ୍ତୁତି ପ୍ରଣାଳୀ: ଏକ ପାତ୍ରରେ ବୋନଲେନସ ଚିକେନ ନେଇ ସେଥିରେ ଲୁଣ, ଗୋଳମରିଚ ଗୁଣ୍ଡ, କର୍ଣ୍ଣଫ୍ଲୋର, ଏକ ଅଣ୍ଡାର ଧଳା ଅଂଶ ପକାଇ ଭଲ ଭାବେ ମିଶାଇ ଦିଅନ୍ତୁ। ଏହାକୁ ଅଧ ଘଣ୍ଟା ପର୍ଯ୍ୟନ୍ତ ଘୋଡ଼ାଇ ରଖି ଦିଅନ୍ତୁ। ଏହାପରେ ଏକ […]

author-image
Niharika Rout
ଅଦ୍ୟତନ ହୋଇଛି
ଘରେ ପ୍ରସ୍ତୁତ କରନ୍ତୁ ଚିକେନ ହଙ୍କକଙ୍ଗ୍‌

Chicken Hong Kong

ଆବଶ୍ୟକ ସାମଗ୍ରୀ:ବୋନଲେସ୍‌ ଚିକେନ, ଚିକେନ ଷ୍ଟକ, ଲୁଣ, ଗୋଳମରିଚ ଗୁଣ୍ଡ, କର୍ଣ୍ଣଫ୍ଲୋର, ରିଫାଇନ , ସ୍ପ୍ରିଙ୍ଗ ଓନିଅନ,  ଶୁଖିଲା ଲଙ୍କା, ରେଡ ଚିଲି ସସ୍‌, ସୋୟା ସସ୍‌, ପିଆଜ, ଭିନେଗାର, ଅଣ୍ଡା ।

Advertisment

ପ୍ରସ୍ତୁତି ପ୍ରଣାଳୀ:ଏକ ପାତ୍ରରେ ବୋନଲେନସ ଚିକେନ ନେଇ ସେଥିରେ ଲୁଣ, ଗୋଳମରିଚ ଗୁଣ୍ଡ, କର୍ଣ୍ଣଫ୍ଲୋର, ଏକ ଅଣ୍ଡାର ଧଳା ଅଂଶ ପକାଇ ଭଲ ଭାବେ ମିଶାଇ ଦିଅନ୍ତୁ। ଏହାକୁ ଅଧ ଘଣ୍ଟା ପର୍ଯ୍ୟନ୍ତ ଘୋଡ଼ାଇ ରଖି ଦିଅନ୍ତୁ।

ଏହାପରେ ଏକ କରେଇରେ ତେଲ ଗରମ କରି ଏହାକୁ ଫ୍ରାଏ କରନ୍ତୁ। ସେଥିରେ ସ୍ପ୍ରିଙ୍ଗ ଓନିଅନ, ଶୁଖିଲା ଲଙ୍କା ପକାନ୍ତୁ । ଏହାପରେ ସେଥିରେ ଚିଲି ସସ୍‌, ସୋୟା ସସ୍‌, ପିଆଜ, ଫ୍ରାଏଡ ଚିକେନ, ଲୁଣ, ଗୋଲମରିଚ ଗୁଣ୍ଡ, ଭିନେଗାର ପକାଇ ଭଲ ଭାବେ ଗୋଳାନ୍ତୁ ।

Advertisment

କର୍ଣ୍ଣଫ୍ଲୋରରେ କିଛି ପାଣି ମିଶାଇ ଏହାକୁ ଚିକେନରେ ପକାନ୍ତୁ। ଏହାପରେ ସ୍ପ୍ରିଙ୍ଗ ଓନିଅନ ପକାନ୍ତୁ। ଏବେ ପ୍ରସ୍ତୁତ ହୋଇଗଲା ଚିକେନ ହଙ୍କକଙ୍ଗ । ଏହାକୁ ଭାତ କିମ୍ବା ରୁଟି ସହିତ ଖାଆନ୍ତୁ।