Advertisment

ଛୋଲେ କୁଲ୍‌ଚା- Chhole Kulcha recipe in odia

ଆବଶ୍ୟକ ସାମଗ୍ରୀ: ଚଣା ମଇଦା ଦହି ଲୁଣ ଲହୁଣୀ କଟା ସିଝା ଆଳୁ କଟା ପିଆଜ କଟା ଟମାଟୋ ଲଙ୍କା ଗୁଣ୍ଡ ଗରମ ମସଲା ଆମଚୁର ପାଉଡର ଚାଟ୍‌ ମସଲା ଲେମ୍ବୁ ରସ ତେନ୍ତୁଳି ପାଣି ପ୍ରସ୍ତୁତି ପ୍ରଣାଳୀ: ପ୍ରଥମେ ଚଣାକୁ ୩ ରୁ ୪ ଘଣ୍ଟା ପାଇଁ ପାଣିରେ ବତୁରାଇ ଦିଅନ୍ତୁ। ଏହାପରେ ପ୍ରେସର କୁକରରେ ୪ଟି ହ୍ୱିସିଲ୍‌ ଦେଇ ସିଝାଇ ଦିଅନ୍ତୁ। ଏହା ପରେ ମଇଦାରେ ଦହି, ଲୁଣ ଓ ଲହୁଣୀ ପକାଇ ଏହାକୁ […]

ଅଦ୍ୟତନ ହୋଇଛି
ଛୋଲେ କୁଲ୍‌ଚା-  Chhole Kulcha recipe in odia

kulche

Advertisment

ଆବଶ୍ୟକ ସାମଗ୍ରୀ:

  • ଚଣା
  • ମଇଦା
  • ଦହି
  • ଲୁଣ
  • ଲହୁଣୀ
  • କଟା ସିଝା ଆଳୁ
  • କଟା ପିଆଜ
  • କଟା ଟମାଟୋ
  • ଲଙ୍କା ଗୁଣ୍ଡ
  • ଗରମ ମସଲା
  • ଆମଚୁର ପାଉଡର
  • ଚାଟ୍‌ ମସଲା
  • ଲେମ୍ବୁ ରସ
  • ତେନ୍ତୁଳି ପାଣି
Advertisment

ପ୍ରସ୍ତୁତି ପ୍ରଣାଳୀ:

ପ୍ରଥମେ ଚଣାକୁ ୩ ରୁ ୪ ଘଣ୍ଟା ପାଇଁ ପାଣିରେ ବତୁରାଇ ଦିଅନ୍ତୁ। ଏହାପରେ ପ୍ରେସର କୁକରରେ ୪ଟି ହ୍ୱିସିଲ୍‌ ଦେଇ ସିଝାଇ ଦିଅନ୍ତୁ। ଏହା ପରେ ମଇଦାରେ ଦହି, ଲୁଣ ଓ ଲହୁଣୀ ପକାଇ ଏହାକୁ ନରମ ଭାବେ ଦଳି ଦିଅନ୍ତୁ। ଏହାକୁ ଭଲ ଭାବେ ଚକଟିବା ପରେ ୧ ଘଣ୍ଟା ଯାଏ ଏକ ଓଦା କପଡ଼ା ଘୋଡ଼ାଇ ରଖନ୍ତୁ।

ଏବେ ଅନ୍ୟ ଏକ ପାତ୍ରରେ ସିଝା ଚଣା, କଟା ସିଝା ଆଳୁ, କଟା ପିଆଜ, କଟା ଟମାଟୋ, ଲଙ୍କା ଗୁଣ୍ଡ, ଗରମ ମସଲା, ଆମଚୁର ପାଉଡର, ଚାଟ୍‌ ମସଲା, ଲେମ୍ବୁ ରସ ଓ ତେନ୍ତୁଳି ପାଣି ଦେଇ ଭଲ ଭାବେ ଗୋଳାଇ ଦିଅନ୍ତୁ। ପରେ ମଇଦା ଚକଟାକୁ ବଡ଼ ବଡ଼ ଗୁଳା କରି ବେଲନ୍ତୁ। ଏବେ ଏହାକୁ ଅଳ୍ପ ବଟର ଦେଇ ସେକି ଦିଅନ୍ତୁ। ସେକିଲା ପରେ ଏହାକୁ ମଝିରୁ କାଟି ଏଥିରେ ଚଣା ଓ ଅନ୍ୟାନ୍ୟ ସାମଗ୍ରୀ ପଡ଼ି ପ୍ରସ୍ତୁତ ହୋଇଥିବା ମସଲା ଭର୍ତ୍ତି କରନ୍ତୁ। ଏବେ ପ୍ରସ୍ତୁତ ହୋଇଗଲା ‘ଛୋଲେ କୁଲ୍‌ଚା’। ଏହାକୁ ଚଟଣି କିମ୍ବା ଦହି ସହିତ ଗରମ ଗରମ ପରଷନ୍ତୁ।

Advertisment
Odia Food Recipe Orissa Food
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe