ଡାଲ୍ ରାଇସ୍‌

ସାମଗ୍ରୀ: ଚାଉଳ, ହରଡ଼ ଡାଲି, ହଳଦୀ ଗୁଣ୍ଡ, ସୋରିଷ, ମୁଗ ଡାଲି, ମେଥି, ପିଆଜ, ବିଲାତି, ଅଦା ଓ ରସୁଣ ପେଷ୍ଟ, ତେନ୍ତୁଳି ରସ, ତେଲ, ଘିଅ, ଲୁଣ ସ୍ୱାଦନୁସାରେ, ଭୁର୍ସୁଙ୍ଗ ପତ୍ର, ଧନିଆ ପତ୍ର ଗ୍ରାଇଣ୍ଡିଙ୍ଗ୍ ପାଇଁ- ଶୁଖିଲା ଲଙ୍କା, ପାନମହୁରୀ, ଜିରା, ପିଆଜ, ନଡ଼ିଆ କୋରା। ପ୍ରସ୍ତୁତ ପ୍ରଣାଳୀ:  ପ୍ରଥମେ ଶୁଖିଲା ଲଙ୍କା, ପାନମହୁରୀ, ଜିରା, ପିଆଜ ଓ ନଡ଼ିଆ କୋରା ଭଲଭାବରେ ଗ୍ରାଇଣ୍ଡିଙ୍ଗ୍ କରିନିଅନ୍ତୁ । ଚାଉଳ, ଡାଲି ଓ ମେଥିକୁ ଭଲଭାବରେ […]

khichdi

Tapaswini Nayak
  • Published: Monday, 09 November 2020
  • , Updated: 09 November 2020, 12:04 PM IST

ସାମଗ୍ରୀ: ଚାଉଳ, ହରଡ଼ ଡାଲି, ହଳଦୀ ଗୁଣ୍ଡ, ସୋରିଷ, ମୁଗ ଡାଲି, ମେଥି, ପିଆଜ, ବିଲାତି, ଅଦା ଓ ରସୁଣ ପେଷ୍ଟ, ତେନ୍ତୁଳି ରସ, ତେଲ, ଘିଅ, ଲୁଣ ସ୍ୱାଦନୁସାରେ, ଭୁର୍ସୁଙ୍ଗ ପତ୍ର, ଧନିଆ ପତ୍ର

ଗ୍ରାଇଣ୍ଡିଙ୍ଗ୍ ପାଇଁ-

ଶୁଖିଲା ଲଙ୍କା, ପାନମହୁରୀ, ଜିରା, ପିଆଜ, ନଡ଼ିଆ କୋରା।

ପ୍ରସ୍ତୁତ ପ୍ରଣାଳୀ:  ପ୍ରଥମେ ଶୁଖିଲା ଲଙ୍କା, ପାନମହୁରୀ, ଜିରା, ପିଆଜ ଓ ନଡ଼ିଆ କୋରା ଭଲଭାବରେ ଗ୍ରାଇଣ୍ଡିଙ୍ଗ୍ କରିନିଅନ୍ତୁ । ଚାଉଳ, ଡାଲି ଓ ମେଥିକୁ ଭଲଭାବରେ ଅଲଗା ଅଲଗା କରି ପାଣି ରେ ୧ ଘଣ୍ଟା ଯାଏ ଭିଜେଇ ରଖନ୍ତୁ ।  ପ୍ରେସରକୁକରରେ ୨ କପ୍ ପାଣି ନେଇ ହଳଦୀ ଗୁଣ୍ଡ, ଡାଲି ଓ ମେଥିକୁ ଗୋଟିଏ ହୁଇସିଲ୍ ମାରିବା ଯାଏ ରାନ୍ଧନ୍ତୁ ।

ଏହାପରେ ୩ କପ୍ ପାଣି ଦେଇ ଚାଉଳ ଢାଳି ଦୁଇଟି ହୁଇସିଲ୍ ମାରିବା ଯାଏ ରାନ୍ଧନ୍ତୁ । ପରେ ତେନ୍ତୁଳି ରସ, ଲୁଣ ଓ ଗ୍ରାଇଣ୍ଡିଙ୍ଗ୍ ହୋଇଥିବା ପେଷ୍ଟ ପକାଇ ୪ଟି ହୁଇସିଲ୍ ମାରିବା ଯାଏ ରାନ୍ଧନ୍ତୁ । ଏକ ପ୍ୟାନରେ ଘିଅ ଗରମ କରି କଟା ପିଆଜ, ବିଲାତି ଓ ଅଦା-ରସୁଣ ପେଷ୍ଟ ଭଲ ଭାବରେ ଭାଜନ୍ତୁ । ଆଉ ଏକ ପ୍ୟାନରେ ତେଲ ଗରମ କରି ସୋରିଷ, ଭୁର୍ସୁଙ୍ଗ ପତ୍ର ଓ ମୁଗ ଡାଲିକୁ ଭଲ ଭାବରେ ଭାଜନ୍ତୁ ।

ପରେ ସମସ୍ତ ଭଜା ହୋଇଥିବା ସାମଗ୍ରୀକୁ ନେଇ ଭଲ ଭାବରେ ରନ୍ଧା ହୋଇଥିବା ଚାଉଳ ଓ ଡାଲି ରେ ମିଶାଇ ଦିଅନ୍ତୁ । ପରେ ଏକ ପାତ୍ରକୁ କାଢି ଧନିଆ ପତ୍ର ସଜାଇ ଗରମା ଗରମ ପରସନ୍ତୁ।

Related story