Odia Food recipe:ଦଲିଆ ଖେଚୁଡ଼ି- Daliya Kheechdi

ଆବଶ୍ୟକ ସାମଗ୍ରୀ: ଦଲିଆ ଫୁଟଣ ଭୁର୍ସୁଙ୍ଗ ପତ୍ର କଟା ପିଆଜ କଟା ଟମାଟୋ କଟା ବିନ୍‌ସ କଟା ଗାଜର ଫୁଲକୋବି ମକା ଗ୍ରୀନ୍‌ ମଟର ସିଝା ରାଜମା ଚିନାବାଦାମ୍ ଗଜାମୁଗ ଲୁଣ ହଳଦୀ ରିଫାଇନ୍‌ ତେଲ ପ୍ରସ୍ତୁତି ପ୍ରଣାଳୀ: ପ୍ରଥମେ ଦଲିଆରେ ଲୁଣ ଓ ହଳଦୀ ଦେଇ ସିଝାଇ ଦିଅନ୍ତୁ। ଏବେ ଏକ କଡ଼େଇରେ ତେଲ ଗରମ କରି ଫୁଟଣ, ଭୁର୍ସୁଙ୍ଗ ପତ୍ର, କଟା ପିଆଜ ଓ କଟା ଟମାଟୋ ପକାଇ ଭାଜନ୍ତୁ। ଏସବୁ ଅଳ୍ପ ଭାଜି […]

daliya

Chinmayee Roy
  • Published: Thursday, 05 December 2019
  • , Updated: 01 September 2020, 03:42 PM IST

ଆବଶ୍ୟକ ସାମଗ୍ରୀ:

ଦଲିଆ

ଫୁଟଣ

ଭୁର୍ସୁଙ୍ଗ ପତ୍ର

କଟା ପିଆଜ

କଟା ଟମାଟୋ

କଟା ବିନ୍‌ସ

କଟା ଗାଜର

ଫୁଲକୋବି

ମକା

ଗ୍ରୀନ୍‌ ମଟର

ସିଝା ରାଜମା

ଚିନାବାଦାମ୍

ଗଜାମୁଗ

ଲୁଣ

ହଳଦୀ

ରିଫାଇନ୍‌ ତେଲ

ପ୍ରସ୍ତୁତି ପ୍ରଣାଳୀ:

ପ୍ରଥମେ ଦଲିଆରେ ଲୁଣ ଓ ହଳଦୀ ଦେଇ ସିଝାଇ ଦିଅନ୍ତୁ। ଏବେ ଏକ କଡ଼େଇରେ ତେଲ ଗରମ କରି ଫୁଟଣ, ଭୁର୍ସୁଙ୍ଗ ପତ୍ର, କଟା ପିଆଜ ଓ କଟା ଟମାଟୋ ପକାଇ ଭାଜନ୍ତୁ। ଏସବୁ ଅଳ୍ପ ଭାଜି ହୋଇଯିବାପରେ ସେଥିରେ କଟା ବିନ୍‌ସ, ଛୋଟ ଛୋଟ ଖଣ୍ଡ ହୋଇଥିବା ଫୁଲକୋବି, ମକା, ଗ୍ରୀନ୍‌ ମଟର, ସିଝା ରାଜମା, ଚିନାବାଦାମ୍ ଓ ଗଜାମୁଗ ପକାନ୍ତୁ। ଏହାପରେ ହଳଦୀ ଗୁଣ୍ଡ, କଟାଗାଜର ଓ ଆବଶ୍ୟକ ଅନୁଯାୟୀ ପାଣି ଦେଇ ଘୋଡ଼ଣୀ ଦେଇଦିଅନ୍ତୁ। ପାଣି ଫୁଟିବା ପରେ ସିଝା ଦଲିଆ ଓ ସ୍ୱାଦ ଅନୁସାରେ ଲୁଣ ପକାଇ ଘୋଡ଼ଣୀ ଘୋଡେଇ ଦିଅନ୍ତୁ। ୩ ରୁ ୪ ମିନିଟ୍‌ ପରେ ପ୍ରସ୍ତୁତ ହୋଇଯିବ ଟେଷ୍ଟି ଆଣ୍ଡ ହେଲ୍‌ଦି ‘ଦଲିଆ ଖେଚୁଡ଼ି’।

 

Related story