ଅଦ୍ୟତନ ହୋଇଛି
chkn
Advertisment
ଆବଶ୍ୟକ ସାମଗ୍ରୀ:
- ଗୋଟା ଦେଶୀ କୁକୁଡ଼ା
- ଲୁଣ
- ଲଙ୍କାଗୁଣ୍ଡ
- ହଳଦୀ ଗୁଣ୍ଡ
- ପିଆଜ
- ରସୁଣ ବଟା
- ସୋରିଷ ବଟା
- ଜୀରା ଧନିଁଆ
- ଗୁଜୁରାତି
- ଡାଲଚିନି ବଟା
- ତେଲ
- ଶାଳପତ୍ର
Advertisment
ପ୍ରସ୍ତୁତି ପ୍ରଣାଳୀ:
ପ୍ରଥମେ ପର ଓ ଚମଡ଼ା ଉତାରି ଗୋଟା ଦେଶୀ କୁକୁଡ଼ାରେ ଭଲଭାବେ ତେଲ ମାରିଦିଅନ୍ତୁ। ଏହାପରେ ସେଥିରେ ଲୁଣ, ଲଙ୍କାଗୁଣ୍ଡ, ହଳଦୀ ଗୁଣ୍ଡ, ପିଆଜ, ରସୁଣ ବଟା, ସୋରିଷ ବଟା, ଜୀରା ଧନିଁଆ, ଗୁଜୁରାତି, ଡାଲଚିନି ବଟା ଦେଇ ଭଲଭାବେ ଗୋଳାନ୍ତୁ। ମସଲା ଭଲଭାବେ ଗୋଳେଇ ହବା ପରେ ଏକ ଶାଳପତ୍ରରେ ମସଲା ଗୋଳା କୁକୁଡ଼ାକୁ ରଖି ପୁଣି ଏକ କଦଳୀପତ୍ରରେ ରଖି ତାକୁ କାଠି ଦ୍ୱାରା ବନ୍ଦ କରି ଦିଅନ୍ତୁ। ଏହାପରେ କଦଳୀପତ୍ର ଗୁଡ଼ା ଦେଶୀ କୁକୁଡ଼ାକୁ ନିଆଁ ଅଙ୍ଗାରରେ ରଖନ୍ତୁ। ପାଖାପାଖି ୪୦ ମିନିଟ୍ ପରେ ପ୍ରସ୍ତୁତ ହୋଇଯିବ ଦେଶୀ କୁକୁଡ଼ା ପତ୍ରପୋଡ଼ା।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
Follow Us/odisha-reporter/media/post_attachments/uploads/2020/01/chkn.jpg)