Advertisment

ଘରେ ପ୍ରସ୍ତୁତ କରନ୍ତୁ ବାମ୍ଫ ଦିଆ ମାଛ ବେସର

ଆବଶ୍ୟକ ସାମଗ୍ରୀ: ମାଛ, ଲୁଣ, ହଳଦି, ଧଳା ସୋରିଷ, କଳା ସୋରିଷ, ପୋସ୍ତ, ଗୋଟା ଜିରା, ଶୁଖିଲା ଲଙ୍କା, ରସୁଣ, ପିଆଜ, ସୋରିଷ ତେଲ ପ୍ରସ୍ତୁତି ପ୍ରଣାଳୀ: ପ୍ରଥମେ ମାଛ ଧୋଇ ସେଥିରେ ଲୁଣ, ହଳଦି ଗୋଳାଇ ଦିଅନ୍ତୁ। ଏବେ ଧଳା ସୋରିଷ, କଳା ସୋରିଷ, ପୋସ୍ତ, ଗୋଟା ଜିରା, ଶୁଖିଲା ଲଙ୍କା, ରସୁଣ, କଟା ପିଆଜକୁ ପାଣି ଦେଇ ବାଟି ପେଷ୍ଟ ପ୍ରସ୍ତୁତ କରନ୍ତୁ। ଏବେ ଗ୍ୟାସ୍‌ରେ ପ୍ୟାନ୍‌ ବସାଇ ସୋରିଷ ତେଲ ପକାନ୍ତୁ। ତେଲ […]

ଅଦ୍ୟତନ ହୋଇଛି
ଘରେ ପ୍ରସ୍ତୁତ କରନ୍ତୁ ବାମ୍ଫ ଦିଆ ମାଛ ବେସର

fish grevy

Advertisment

ଆବଶ୍ୟକ ସାମଗ୍ରୀ:ମାଛ, ଲୁଣ, ହଳଦି, ଧଳା ସୋରିଷ, କଳା ସୋରିଷ, ପୋସ୍ତ, ଗୋଟା ଜିରା, ଶୁଖିଲା ଲଙ୍କା, ରସୁଣ, ପିଆଜ, ସୋରିଷ ତେଲ

Advertisment

ପ୍ରସ୍ତୁତି ପ୍ରଣାଳୀ: ପ୍ରଥମେ ମାଛ ଧୋଇ ସେଥିରେ ଲୁଣ, ହଳଦି ଗୋଳାଇ ଦିଅନ୍ତୁ। ଏବେ ଧଳା ସୋରିଷ, କଳା ସୋରିଷ, ପୋସ୍ତ, ଗୋଟା ଜିରା, ଶୁଖିଲା ଲଙ୍କା, ରସୁଣ, କଟା ପିଆଜକୁ ପାଣି ଦେଇ ବାଟି ପେଷ୍ଟ ପ୍ରସ୍ତୁତ କରନ୍ତୁ।

ଏବେ ଗ୍ୟାସ୍‌ରେ ପ୍ୟାନ୍‌ ବସାଇ ସୋରିଷ ତେଲ ପକାନ୍ତୁ। ତେଲ ଗରମ ହେଲେ ସୋରିଷ ପକାନ୍ତୁ । ଏହାପରେ ମାଛକୁ ହାଲକା ଫ୍ରାଏ କରି ଦିଅନ୍ତୁ। ମାଛ ହାଲକା ବ୍ରାଉନ୍‌ ହେବା ପରେ ତାହାକୁ ବାହର କରି ଦିଅନ୍ତୁ।

Advertisment

ଏହାପରେ ଏକ ଟିଫିନ୍‌ରେ ପ୍ରଥମେ ବାଟି ରଖିଥିବା ମସଲା ପେଷ୍ଟ ଦିଅନ୍ତୁ। ସେଥିରେ କିଛି ପାଣି ମିଶାନ୍ତୁ। ସେଥିରେ ହଳଦି, ଲୁଣ, ଟମାଟୋ, କଞ୍ଚାଲଙ୍କା, ସୋରିଷ ତେଲ, ଆମ୍ବୁଲ ପକାନ୍ତୁ। ଏହାକୁ ଭଲ ଭାବେ ଘାଣ୍ଟି ଦିଅନ୍ତୁ। ଏହାପରେ ପୂର୍ବରୁ ଭଜା ଯାଇଥିବା ମାଛକୁ ଦିଅନ୍ତୁ। ଏହାକୁ ମସଲାରେ  ଭଲ ଭାବେ ଗୋଳାଇ ଦିଅନ୍ତୁ।  ଏହାପରେ ଟିଫିନ୍‌କୁ ଭଲ ଭାବେ ଢାଙ୍କୁଣି ଦେଇ ବନ୍ଦ କରି ଦିଅନ୍ତୁ।

ଏହାପରେ ଏକ କରେଇରେ ଅଧା ପାଣି ଗରମ କରନ୍ତୁ। ପାଣି ଭଲ ଭାବେ ଫୁଟିଲେ ସେଥିରେ ଟିଫିନକୁ ରଖନ୍ତୁ। ଏହାକୁ ଉପରୁ ଭଲ ଭାବେ କଭର କରି ଦିଅନ୍ତୁ। ପ୍ରାୟ ଅଧ ଘଣ୍ଟା ପରେ  ଗ୍ୟାସକୁ ବନ୍ଦ କରି ଦିଅନ୍ତୁ। ଏହା ଥଣ୍ଡା ହେବା ପରେ ଆଣି ଟିଫିନ୍‌ ଖୋଲି ବାମ୍ଫ ଦିଆ ମାଛ ସର୍ଭ କରନ୍ତୁ। ଏହାକୁ ଗରମ ଗରମ ଭାତ ସହ ପରଷନ୍ତୁ।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe