Advertisment

ଘରେ ପ୍ରସ୍ତୁତ କରନ୍ତୁ ମାଛ ମୁସକା

ଆବଶ୍ୟକ ସାମଗ୍ରୀ: ମାଛ, ଆଳୁ, ପିଆଜ, ଅଦା, ରସୁଣ, ଲଙ୍କାଗୁଣ୍ଡ, କର୍ଣ୍ଣଫ୍ଲୋର, ଲୁଣ, ହଳଦୀ ଗୁଣ୍ଡ, ଗୋଲମରିଚ ଗୁଣ୍ଡ, କଟା ଧନିଆପତ୍ର, ରିଫାଇନ୍‌ ତେଲ, ବ୍ରେଡକମ୍‌। ପ୍ରସ୍ତୁତି ପ୍ରଣାଳୀ: ପ୍ରଥମେ ଆଳୁକୁ ସିଝାଇ ରଖନ୍ତୁ ଏବଂ କର୍ଣ୍ଣଫ୍ଲୋରରେ ପାଣି ମିଶାଇ ଗୋଳାଇ ରଖନ୍ତୁ। କରେଇରେ ପାଣି ଗରମ କରି ଲୁଣ ଓ ହଳଦୀ ଗୁଣ୍ଡ ପକାଇ ମାଛକୁ ସିଝାନ୍ତୁ। ମାଛ ସିଝିବା ପରେ ସେଥିରୁ କଣ୍ଟାଗୁଡ଼ିକୁ ବାହାର କରିଦିଅନ୍ତୁ। ଏହାପରେ ସିଝା ମାଛରେ ସିଝା ଆଳୁ, କଟା […]

ଅଦ୍ୟତନ ହୋଇଛି
ଘରେ ପ୍ରସ୍ତୁତ କରନ୍ତୁ ମାଛ ମୁସକା

fish

Advertisment

ଆବଶ୍ୟକ ସାମଗ୍ରୀ:ମାଛ, ଆଳୁ, ପିଆଜ, ଅଦା, ରସୁଣ, ଲଙ୍କାଗୁଣ୍ଡ, କର୍ଣ୍ଣଫ୍ଲୋର, ଲୁଣ, ହଳଦୀ ଗୁଣ୍ଡ, ଗୋଲମରିଚ ଗୁଣ୍ଡ, କଟା ଧନିଆପତ୍ର, ରିଫାଇନ୍‌ ତେଲ, ବ୍ରେଡକମ୍‌।

Advertisment

ପ୍ରସ୍ତୁତି ପ୍ରଣାଳୀ:ପ୍ରଥମେ ଆଳୁକୁ ସିଝାଇ ରଖନ୍ତୁ ଏବଂ କର୍ଣ୍ଣଫ୍ଲୋରରେ ପାଣି ମିଶାଇ ଗୋଳାଇ ରଖନ୍ତୁ। କରେଇରେ ପାଣି ଗରମ କରି ଲୁଣ ଓ ହଳଦୀ ଗୁଣ୍ଡ ପକାଇ ମାଛକୁ ସିଝାନ୍ତୁ। ମାଛ ସିଝିବା ପରେ ସେଥିରୁ କଣ୍ଟାଗୁଡ଼ିକୁ ବାହାର କରିଦିଅନ୍ତୁ।

ଏହାପରେ ସିଝା ମାଛରେ ସିଝା ଆଳୁ, କଟା ପିଆଜ, କଟା ରସୁଣ, ଅଦା ଛେଚା, ଲଙ୍କାଗୁଣ୍ଡ, ଗୋଲମରିଚ ଗୁଣ୍ଡ, କଟା ଧନିଆପତ୍ର ଓ ଲୁଣ ପକାଇ ଚକଟି ଦିଅନ୍ତୁ।  ମାଛ ଭଲ ଭାବେ ଚକଟି ହେବା ପରେ ଏହାକୁ ଛୋଟ ଛୋଟ ଗୋଲ ବଲ୍‌ ପରି କରି ଦିଅନ୍ତୁ।

Advertisment

କରେଇରେ ତେଲ ଗରମ କରି ମାଛ ବଲ୍‌ ଗୁଡ଼ିକୁ କର୍ଣ୍ଣଫ୍ଲୋର ପାଣିରେ ବୁଡ଼ାଇ ବ୍ରେଡକମ୍‌ର କୋଟିଂ ଦେଇ ଛାଣନ୍ତି। ଏବେ ପ୍ରସ୍ତୁତ ହୋଇଗଲା ଗରମାଗରମ ମାଛ ମୁସକା। ଏହାକୁ ସସ୍‌ ସହ ଖାଇବାକୁ ଦିଅନ୍ତୁ।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe