Advertisment

ଗୋଟା ମସଲା ମାଂସ କଷା

ଆବଶ୍ୟକ ସାମଗ୍ରୀ: ଖାସି ମାଂସ, ଶୁଖିଲା ନଡ଼ିଆ, ଡାଲଚିନି, ଗୁଜୁରାତି, ଗୋଲ ମରିଚ, ଲବଙ୍ଗ, ଜିରା, ପିଆଜ, ଟମାଟୋ ପ୍ୟୁରି, ବସାଦହି, ଅଦାରସୁଣ ବଟା, ଧନିଆ ପତ୍ର, ଲଙ୍କା ଗୁଣ୍ଡ, ହଳଦୀ ଗୁଣ୍ଡ, ଲୁଣ ଓ ତେଲ। ପ୍ରସ୍ତୁତି ପ୍ରଣାଳୀ: ପ୍ରଥମେ ଖାସି ମାଂସରେ ଲୁଣ ଓ ହଳଦୀ ଦେଇ ଭଲ ଭାବେ ଗୋଳାଇ ଦିଅନ୍ତୁ। ଏହାପରେ ଶୁଖିଲା ନଡ଼ିଆ, ଡାଲଚିନି, ଗୁଜୁରାତି, ଗୋଲ ମରିଚ, ଲବଙ୍ଗ, ଜିରା ଓ ପିଆଜକୁ ଭାଜି ସେଥିରେ ଧନିଆ ପତ୍ର […]

author-image
Chinmayee Roy
ଅଦ୍ୟତନ ହୋଇଛି
ଗୋଟା ମସଲା ମାଂସ କଷା

kassa-mutton

ଆବଶ୍ୟକ ସାମଗ୍ରୀ: ଖାସି ମାଂସ, ଶୁଖିଲା ନଡ଼ିଆ, ଡାଲଚିନି, ଗୁଜୁରାତି, ଗୋଲ ମରିଚ, ଲବଙ୍ଗ, ଜିରା, ପିଆଜ, ଟମାଟୋ ପ୍ୟୁରି, ବସାଦହି, ଅଦାରସୁଣ ବଟା, ଧନିଆ ପତ୍ର, ଲଙ୍କା ଗୁଣ୍ଡ, ହଳଦୀ ଗୁଣ୍ଡ, ଲୁଣ ଓ ତେଲ।

Advertisment

publive-imageପ୍ରସ୍ତୁତି ପ୍ରଣାଳୀ: ପ୍ରଥମେ ଖାସି ମାଂସରେ ଲୁଣ ଓ ହଳଦୀ ଦେଇ ଭଲ ଭାବେ ଗୋଳାଇ ଦିଅନ୍ତୁ। ଏହାପରେ ଶୁଖିଲା ନଡ଼ିଆ, ଡାଲଚିନି, ଗୁଜୁରାତି, ଗୋଲ ମରିଚ, ଲବଙ୍ଗ, ଜିରା ଓ ପିଆଜକୁ ଭାଜି ସେଥିରେ ଧନିଆ ପତ୍ର ମିଶାଇ କୁଟି ରଖନ୍ତୁ।

ଏବେ କଡ଼େଇରେ ତେଲ ଗରମ କରି ପ୍ରଥମେ ଲଙ୍କାଗୁଣ୍ଡ ଓ ଟମାଟୋ ପ୍ୟୁରି ପକାନ୍ତୁ। ତା’ପରେ ବସାଦହି ଓ ଅଦାରସୁଣ ବଟା ପକାଇ କଷନ୍ତୁ। ମସଲା କଷିହେବା ପରେ ସେଥିରେ ହଳଦୀ ଗୁଣ୍ଡ ଓ ଲୁଣ ପକାନ୍ତୁ। ପରେ ଏଥିରେ ପ୍ରସ୍ତୁତ ଗୋଟା ମସଲା ପକାଇ କଷନ୍ତୁ। ମସଲା ଭଲଭାବେ କଷି ହୋଇଗଲା ପରେ ମାଂସକୁ ପକାଇ ଭଲ ଭାବେ ଗୋଳାଇ ଘୋଡ଼ଣୀ ଦେଇଦିଅନ୍ତୁ। ମଝିରେ ମଝିରେ ଘୋଡ଼ଣୀ ଖୋଲି ମାଂସକୁ ଚଲାନ୍ତୁ।

Advertisment

ମାଂସ ଅଳ୍ପ ସିଝି ଆସିଲେ ସେଥିରେ ଆବଶ୍ୟକ ଅନୁଯାୟୀ ପାଣି ଦେଇ ପୁଣି ଘୋଡ଼ାଇ ଦିଅନ୍ତୁ। ପାଣି ଦେଲା ବେଳେ ଟିକେ ଧ୍ୟାନ ଦେବେ। କାରଣ ଏଥିରେ ଝୋଳ ରହିବ ନାହିଁ। ପ୍ରାୟ ୪୦ରୁ ୫୦ ମିନିଟ୍‌ ପରେ ପ୍ରସ୍ତୁତ ହୋଇଯିବ ‘ଗୋଟା ମସଲା ମାଂସ କଷା’। ଏହାକୁ ରୁଟି କିମ୍ବା ଭାତ ସହ ଖାଇପାରିବେ।