ଆବଶ୍ୟକୀୟ ସାମଗ୍ରୀ: ଦେଶୀ ଅରୁଆ ଚାଉଳ, ଅନପୂର୍ଣ୍ଣା ପତ୍ର, କଟା କଞ୍ଚାକଦଳୀ, କଟା କନ୍ଦମୂଳ, ଭଜା ମୁଗଡାଲି, ଚିନି, ହଳଦୀଗୁଣ୍ଡ, ରିଫ।ଇନ୍ ତେଲ, କଟା ଅଁଳା, ନଡ଼ିଆ କୋରା, ଜୀରା, ଡାଲ୍ଚିନି, ଗୁଜୁରାତି, ସ୍ୱାଦ ଅନୁସାରେ ଲୁଣ।
ପ୍ରସ୍ତୁତି ପ୍ରଣାଳୀ: ପ୍ରଥମେ କନ୍ଦମୂଳକୁ କାଟି ଭାଜି ରଖନ୍ତୁ। କରେଇରେ ତେଲ ଗରମ କରି ଜୀରା, ଡଲଚିନି ଓ ଗୁଜୁରାତି ପକାନ୍ତୁ। ଜୀରା ଫୁଟିବା ପରେ ଆବଶ୍ୟକ ମୁତାବକ ପାଣି ମିଶାନ୍ତୁ। ପାଣି ଫୁଟିବା ପରେ ଲୁଣ ଓ ଅଳ୍ପ ହଳଦୀ ପକାନ୍ତୁ। ତାପରେ ଅରୁଆ ଚାଉଳ, ଭଜା ମୁଗଡାଲି ଓ କଟା ହୋଇଥିବା କଞ୍ଚା କଦଳୀ ପକାଇ ଗୋଳାନ୍ତୁ। ଚାଉଳ ଫୁଟିବା ପରେ ଭଜା ହୋଇଥିବା କନ୍ଦମୂଳ ଓ ଅଳ୍ପ ଚିନି ପକାଇ ଘାଣ୍ଟନ୍ତୁ। କିଛି ସମୟ ପରେ କଟା ଅଁଳା, ନଡ଼ିଆ କୋରା ଓ ଅନପୂର୍ଣ୍ଣା ପତ୍ର ପକାନ୍ତୁ। ୪ରୁ ୫ ମିନିଟ୍ ପରେ ପ୍ରସ୍ତୁତ ହୋଇଯିବ ହବିଷ ଅଁଳା ଖେଚୁଡ଼ି।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।
Related Stories
Food
ବିପଦପୂର୍ଣ୍ଣ ଖାଦ୍ୟ ତାଲିକାରେ ପ୍ୟାକେଜ ପାଣି, ମାନକ ମାପିବ FSSAI
ପ୍ୟାକେଜ୍ ପାଣି ସ୍ୱାସ୍ଥ୍ୟ ପାଇଁ ହାନିକାରକ କି, ନୁହେଁ, ଜାଣନ୍ତୁ...
Food
ଗଜା ମୁଗର ଫାଇଦା; ଚର୍ମକୁ କରେ ଚିକ୍କଣ, ହୃଦୟକୁ ରଖେ ସୁସ୍ଥ
ପ୍ରତିଦିନ ସକାଳେ ଗଜା ମୁଗ ଖାଇବା ଦ୍ୱାରା ଅନେକ ଫାଇଦା ମିଳିଥାଏ।