Advertisment

ହାଇଦ୍ରାବାଦୀ ଏଗ୍‌ କରି

ଆବଶ୍ୟକ ସାମଗ୍ରୀ:  ଅଣ୍ଡା ଧନିଆ ପତ୍ର, ପୋଦିନା ପତ୍ର, ଅଦା, ରସୁଣ, ପିଆଜ, କଞ୍ଚା ଲଙ୍କା, ଲୁଣ, ତେଲ, ଟମାଟୋ, ହଳଦି, ଦହି, ଫ୍ରେଶ କ୍ରିମ୍‌ । ପ୍ରସ୍ତୁତି ପ୍ରଣାଳୀ:  ପ୍ରଥମେ ଧନିଆ ପତ୍ର, ପୋଦିନା ପତ୍ର, ଅଦା, ରସୁଣ,  କଞ୍ଚା ଲଙ୍କା, ଲୁଣ, ତେଲ, ଟମାଟୋକୁ ମିଶାଇ ଭଲ ଭାବେ  ଏକ ପେଷ୍ଟ କରି ଦିଅନ୍ତୁ।  ପିଆଜ ଓ ଟମାଟୋକୁ ଛୋଟ ଛୋଟ ଭାବେ କାଟି ଦିଅନ୍ତୁ । ଅଣ୍ଡାକୁ ସିଝାଇ ଫ୍ରାଏ କରି ରଖି […]

ହାଇଦ୍ରାବାଦୀ ଏଗ୍‌ କରି

hydrabadi-egg-curry

Advertisment

ଆବଶ୍ୟକ ସାମଗ୍ରୀ:  ଅଣ୍ଡା ଧନିଆ ପତ୍ର, ପୋଦିନା ପତ୍ର, ଅଦା, ରସୁଣ, ପିଆଜ, କଞ୍ଚା ଲଙ୍କା, ଲୁଣ, ତେଲ, ଟମାଟୋ, ହଳଦି, ଦହି, ଫ୍ରେଶ କ୍ରିମ୍‌ ।

Advertisment

ପ୍ରସ୍ତୁତି ପ୍ରଣାଳୀ:  ପ୍ରଥମେ ଧନିଆ ପତ୍ର, ପୋଦିନା ପତ୍ର, ଅଦା, ରସୁଣ,  କଞ୍ଚା ଲଙ୍କା, ଲୁଣ, ତେଲ, ଟମାଟୋକୁ ମିଶାଇ ଭଲ ଭାବେ  ଏକ ପେଷ୍ଟ କରି ଦିଅନ୍ତୁ।  ପିଆଜ ଓ ଟମାଟୋକୁ ଛୋଟ ଛୋଟ ଭାବେ କାଟି ଦିଅନ୍ତୁ । ଅଣ୍ଡାକୁ ସିଝାଇ ଫ୍ରାଏ କରି ରଖି ଦିଅନ୍ତୁ।

ଏବେ ପ୍ୟାନ୍‌ରେ ତେଲ ଗରମ କରି ପିଆଜ ପକାନ୍ତୁ । ଏହା ସାମାନ୍ୟ ଲାଲ ହୋଇଗଲା ପରେ ସେଥିରେ ପୂର୍ବରୁ ପ୍ରସ୍ତୁତ କରି ରଖିଥିବା ପେଷ୍ଟ ପକାଇ ଦିଅନ୍ତୁ। ଏହାପରେ କିଛି ଦହି ପକାନ୍ତୁ।  ଏବେ ସେଥିରେ ଲୁଣ, ହଳଦି, ଲଙ୍କାଗୁଣ୍ଡ,  କିଛି ଧନିଆ ପାଉଡର ପକାନ୍ତୁ।  ଏହାକୁ ସିମ୍‌ରେ ବସାଇ ଦିଅନ୍ତୁ।

Advertisment

ଏବେ ସେଥିରେ କିଛି ପାଣି ଓ ଫ୍ରେଶ କ୍ରିମ୍‌, ଅଳ୍ପ ଚିନି ପକାନ୍ତୁ। ଭଲ ଭାବେ କଷି ହେବା ପରେ ସେଥିରେ ଅଣ୍ଡା ଫ୍ରାଏ ପକାଇ ଦିଅନ୍ତୁ। ଏହାକୁ କିଛି ମିନିଟ୍‌ ପାଇଁ ଘୋଡ଼ାଇ ଦିଅନ୍ତୁ। ଏହାପରେ  ଧନିଆ ପତ୍ର ପକାଇ ଗରମ ଗରମ ସର୍ଭ କରନ୍ତୁ। ଏହାକୁ ଗରମଗରମ ଭାତ କିମ୍ବା ରୁଟି ସହ ଖାଇପାରିବେ।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe