Advertisment

ଘରେ ପ୍ରସ୍ତୁତ କରନ୍ତୁ ସ୍ୱାଦିଷ୍ଟ କଡ଼ି ପକୋଡ଼ା

ଆବଶ୍ୟକ ସାମଗ୍ରୀ:  ବେସନ,ଦହି, ଲୁଣ, ଶୁଖିଲା ଲଙ୍କା, ଲଙ୍କା ପାଉଡର, ହଳଦି, ଭୁର୍ସଙ୍ଗ ପତ୍ର, ଅଦାରସୁଣ ପେଷ୍ଟ, ପିଆଜ, ହେଙ୍ଗୁ, ରିଫାଇନ୍‌ ତେଲ। ପ୍ରସ୍ତୁତି ପ୍ରଣାଳୀ: ପ୍ରଥମେ ଦହିରେ କିଛି ପାଣି ମିଶାଇ ଭଲ ଭାବେ ଫେଣ୍ଟି ଦିଅନ୍ତୁ। ଏବେ ସେଥିରେ ଲୁଣ, ହଳଦି ପାଉଡ଼ର, ଅଳ୍ପ ବେସନ, ଲଙ୍କା ଗୁଣ୍ଡ, ଅଦାରସୁଣ ପେଷ୍ଟ ପକାଇ ଭଲ ଭାବେ ଗୋଳାନ୍ତୁ।  ଯେପରି ପତଳା ଘୋଳ ପ୍ରସ୍ତୁତ ହେବ। ଏହାପରେ  ଗ୍ୟାସ୍‌ ଅନ୍‌ କରି ଆଞ୍ଚ ସିମ୍‌ ରଖନ୍ତୁ […]

ଅଦ୍ୟତନ ହୋଇଛି
ଘରେ ପ୍ରସ୍ତୁତ କରନ୍ତୁ ସ୍ୱାଦିଷ୍ଟ କଡ଼ି ପକୋଡ଼ା

kadi-pakoda

Advertisment

ଆବଶ୍ୟକ ସାମଗ୍ରୀ: ବେସନ,ଦହି, ଲୁଣ, ଶୁଖିଲା ଲଙ୍କା, ଲଙ୍କା ପାଉଡର, ହଳଦି, ଭୁର୍ସଙ୍ଗ ପତ୍ର, ଅଦାରସୁଣ ପେଷ୍ଟ, ପିଆଜ, ହେଙ୍ଗୁ, ରିଫାଇନ୍‌ ତେଲ।

Advertisment

ପ୍ରସ୍ତୁତି ପ୍ରଣାଳୀ:ପ୍ରଥମେ ଦହିରେ କିଛି ପାଣି ମିଶାଇ ଭଲ ଭାବେ ଫେଣ୍ଟି ଦିଅନ୍ତୁ। ଏବେ ସେଥିରେ ଲୁଣ, ହଳଦି ପାଉଡ଼ର, ଅଳ୍ପ ବେସନ, ଲଙ୍କା ଗୁଣ୍ଡ, ଅଦାରସୁଣ ପେଷ୍ଟ ପକାଇ ଭଲ ଭାବେ ଗୋଳାନ୍ତୁ।  ଯେପରି ପତଳା ଘୋଳ ପ୍ରସ୍ତୁତ ହେବ।

ଏହାପରେ  ଗ୍ୟାସ୍‌ ଅନ୍‌ କରି ଆଞ୍ଚ ସିମ୍‌ ରଖନ୍ତୁ ପ୍ୟାନ୍‌ ବସାନ୍ତୁ। ଏବେ ସେଥିରେ ଦହି ଘୋଳ ପକାଇ ଭଲ ଭାବେ ଗୋଳାନ୍ତୁ। । ଏହାକୁ ପାଖାପାଖି ୪୦ ମିନିଟ୍‌ ପର୍ଯ୍ୟନ୍ତ ଫୁଟାନ୍ତୁ, ଯେପରି ତାହା ତଳେ ଲାଗି ନ ଯିବା।

Advertisment

ଏହାପରେ ଗୋଟିଏ ପାତ୍ରରେ ପିଆଜ, ବେସନ, ଲୁଣ, ଲଙ୍କା ମିଶାଇ କିଛି ପାଣି ଦେଇ ଏକ ଘୋଳ ପ୍ରସ୍ତୁତ କରନ୍ତୁ। କରେଇରେ ତେଲ ବସାଇ   ଏହାକୁ ଛୋଟ ଛୋଟ ଛାଣି ପକୁଡ଼ି ପ୍ରସ୍ତୁତ କରି ନିଅନ୍ତୁ। ଦହି ଘୋଳ ଫୁଟି ଫୁଟି ଅଧା ହୋଇଗଲେ ସେଥିରେ ପକୁଡ଼ି ପକାଇ ଦିଅନ୍ତୁ।

ଏବେ ଗ୍ୟାସ୍‌ରେ ଏକ ପ୍ୟାନ୍‌ ବସାଇ ସେଥିରେ କିଛି ରିଫାଇନ୍‌ ତେଲ ପକାନ୍ତୁ। ତେଲ ଗରମ ହେଲେ ସେଥିରେ  ଫୁଟଣ, ରସୁଣ, ପିଆଜ, ଶୁଖିଲା ଲଙ୍କା, ଭୁର୍ସଙ୍ଗ ପତ୍ର , ହେଙ୍ଗୁ, କିଛି ଲାଲ ଲଙ୍କା ପାଉଡର ପକାନ୍ତୁ । ଏବେ ଏହାକୁ ଦହି ମିଶ୍ରଣରେ ଢାଳି ଦିଅନ୍ତୁ। ଏବେ ପ୍ରସ୍ତୁତ ହୋଇଗଲା ସ୍ୱାଦିଷ୍ଟ ଦହି କଡ଼ି। ଏହାକୁ ଗରମଗରମ ଭାତ ସହ ପରଷନ୍ତୁ।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe