Advertisment

‘କଖାରୁଫୁଲ ପତୁଆ’ କେମିତି ତିଆରି ହୁଏ ଜାଣନ୍ତୁ

ଆବଶ୍ୟକ ସାମଗ୍ରୀ: କଖାରୁ ଫୁଲ ବଡ଼ି ସୋରିଷ ଜିରା ପୋସ୍ତ ବଟା କଟା ଆଳୁ କଟା ପିଆଜ କଟା ଟମାଟୋ ଲଙ୍କାଗୁଣ୍ଡ ହଳଦୀ ଗୁଣ୍ଡ ଲୁଣ ତେଲ କଦଳୀ ପତ୍ର ପ୍ରସ୍ତୁତି ପ୍ରଣାଳୀ: ପ୍ରଥମେ କଖାରୁ ଫୁଲକୁ ଧୋଇ ଛୋଟ ଛୋଟ କରି  କାଟି ରଖିବା ସହ ବଡ଼ିକୁ ଭାଜି ରଖନ୍ତୁ। ଏବେ  କଟା କଖାରୁ ଫୁଲରେ ସୋରିଷ, ଜିରା ପୋସ୍ତ ବଟା, କଟା ଆଳୁ, ଭଜା ବଡ଼ି, କଟା ପିଆଜ ପକାନ୍ତୁ। ତା’ପରେ ଲଙ୍କାଗୁଣ୍ଡ, ହଳଦୀ […]

ଅଦ୍ୟତନ ହୋଇଛି
‘କଖାରୁଫୁଲ ପତୁଆ’ କେମିତି ତିଆରି ହୁଏ ଜାଣନ୍ତୁ

kakharu phula patua

Advertisment

ଆବଶ୍ୟକ ସାମଗ୍ରୀ:

  • କଖାରୁ ଫୁଲ
  • ବଡ଼ି
  • ସୋରିଷ
  • ଜିରା ପୋସ୍ତ ବଟା
  • କଟା ଆଳୁ
  • କଟା ପିଆଜ
  • କଟା ଟମାଟୋ
  • ଲଙ୍କାଗୁଣ୍ଡ
  • ହଳଦୀ ଗୁଣ୍ଡ
  • ଲୁଣ
  • ତେଲ
  • କଦଳୀ ପତ୍ର
Advertisment

[caption id="attachment_436251" align="aligncenter" width="750"] pumpkin flower Pitha କଖାରୁଫୁଲ ପତୁଆ[/caption]

ପ୍ରସ୍ତୁତି ପ୍ରଣାଳୀ:

ପ୍ରଥମେ କଖାରୁ ଫୁଲକୁ ଧୋଇ ଛୋଟ ଛୋଟ କରି  କାଟି ରଖିବା ସହ ବଡ଼ିକୁ ଭାଜି ରଖନ୍ତୁ। ଏବେ  କଟା କଖାରୁ ଫୁଲରେ ସୋରିଷ, ଜିରା ପୋସ୍ତ ବଟା, କଟା ଆଳୁ, ଭଜା ବଡ଼ି, କଟା ପିଆଜ ପକାନ୍ତୁ। ତା’ପରେ ଲଙ୍କାଗୁଣ୍ଡ, ହଳଦୀ ଗୁଣ୍ଡ, କଟା ଟମାଟୋ ଓ ସ୍ୱାଦ ଅନୁସାରେ ଲୁଣ ପକେଇ ଭଲ ଭାବରେ ମିଶାନ୍ତୁ। ପରେ ଅଳ୍ପ ରିଫାଇନ୍ ତେଲ ପକେଇ ଭଲ ଭାବେ ଗୋଳାଇ ଦିଅନ୍ତୁ।

Advertisment

ଏବେ ମସଲା ଗୋଳା ହୋଇଥିବା କଖାରୁ ଫୁଲକୁ କଦଳୀ ପତ୍ରରେ ଭଲ ଭାବେ ଗୁଡ଼େଇ ବାନ୍ଧି ଦିଅନ୍ତୁ। ଏବେ କଡ଼େଇରେ ତେଲ ଗରମ କରି କଖାରୁ ଫୁଲ ମସଲା ଗୁଡ଼ାଯାଇଥିବା କଦଳୀ ପତ୍ରକୁ ରଖି ଘୋଡ଼ାଇ ଦିଅନ୍ତୁ। ୫ ରୁ ୭ ମିନିଟ୍‌ ପରେ ଏହାକୁ ଓଲଟାଇ ପୁଣି ଘୋଡ଼ାଇ ଦିଅନ୍ତୁ। ୫ ମିନିଟ୍‌ ପରେ ଏହାକୁ କଡ଼େଇରୁ କାଢ଼ି ଆଣନ୍ତୁ। ପ୍ରସ୍ତୁତ ହୋଗଲା ‘କଖାରୁଫୁଲ ପତୁଆ’।

Odia Food Recipe Orissa Food
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe