ଆବଶ୍ୟକ ସାମଗ୍ରୀ:
- ଚିଙ୍ଗୁଡ଼ି
- ଲୁଣ
- ହଳଦୀ
- ଭୁର୍ସୁଙ୍ଗ ପତ୍ର
- କଟା କଞ୍ଚା ଲଙ୍କା
- କଟା ରସୁଣ
- କାସୁନ୍ଦି ସୋରିଷ ସସ୍
- ତେଲ
ପ୍ରସ୍ତୁତି ପ୍ରଣାଳୀ:
ପ୍ରଥମେ ଚିଙ୍ଗୁଡ଼ିର ଖୋଳପା ଛଡ଼େଇ ତାକୁ ଭଲ ଭାବେ ଧୋଇ ସେଥିରେ ଲୁଣ ଓ ହଳଦୀ ଗୋଳାଇ ରଖି ଦିଅନ୍ତୁ। ଏବେ ଏକ କଡ଼େଇରେ ତେଲ ଗରମ କରି ଚିଙ୍ଗୁଡ଼ିକୁ ହାଲ୍କା ଭାଜି ଦିଅନ୍ତୁ।
ତା’ପରେ ଅନ୍ୟ ଏକ ପାତ୍ରରେ ତେଲ ଗରମ କରି ଭୁର୍ସୁଙ୍ଗ ପତ୍ର, କଟା କଞ୍ଚା ଲଙ୍କା, କଟା ରସୁଣ, ଲୁଣ ଓ ଭଜା ଚିଙ୍ଗୁଡ଼ି ପକାଇ ଭଲଭାବେ ଭାଜନ୍ତୁ। ଶେଷରେ ଏଥିରେ କାସୁନ୍ଦି ସୋରିଷ ସସ୍ ପକାଇ ଗୋଳାଇଦିଅନ୍ତୁ। କିଛି ସମୟ ପରେ ପ୍ରସ୍ତୁତ ହୋଇଯିବ କାସୁନ୍ଦି ଚିଙ୍ଗୁଡ଼ି। ଏହାକୁ ଆପଣ ରୁଟି କିମ୍ବା ଭାତ ସହ ଖାଇପାରିବେ।