kobi-khaja
Advertisment
ଆବଶ୍ୟକ ସାମଗ୍ରୀ: ଫୁଲକୋବି ନାଡ଼, ଗୁଡ଼, ଭଜା ବାଦାମ ଗୁଣ୍ଡ, ରାଶି, ପାନ ମଧୁରୀ, ଲୁଣ ଓ ହଳଦୀ।
Advertisment
ପ୍ରସ୍ତୁତିପ୍ରଣାଳୀ: ପ୍ରଥମେ ଫୁଲକୋବି ନାଡ଼କୁ କାଟି ଧୋଇ ଦିଅନ୍ତୁ। ଏହା ପରେ ଏଥିରେ ଲୁଣ ଓ ହଳଦୀ ପକାଇ ତାକୁ ସିଝାଇ ଦିଅନ୍ତୁ। ତା’ପରେ ଏହାକୁ ତେଲରେ ଟିକେ ଭାଜି ରଖନ୍ତୁ। ଏବେ ମାଟିହାଣ୍ଡିରେ ଗୁଡ଼ ଓ ଅଳ୍ପ ପାଣି ଦେଇ ଫୁଟାନ୍ତୁ। ଏହା ଫୁଟି ଅଠାଳିଆ ହୋଇଗଲେ ପାତ୍ରଟିକୁ ଚୁଲିରୁ ଓହ୍ଲାଇ ଦିଅନ୍ତୁ। ଏଥିରେ ଭଜା କୋବିନାଡ଼ ପକାଇ ଭଲଭାବେ ଗୋଳାନ୍ତୁ। ତା’ପରେ ଭଜା ବାଦାମ ଗୁଣ୍ଡ, ରାଶି ଓ ପାନ ମଧୁରୀ ପକାଇ ଆଉ ଥରେ ଭଲ ଭାବେ ଗୋଳାଇ ଦିଅନ୍ତୁ। ଏବେ ପ୍ରସ୍ତୁତ ହୋଇଗଲା କୋବିନାଡ଼ ଖଜା।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
Follow Us/odisha-reporter/media/post_attachments/uploads/2019/12/kobi-khaja.jpg)