Advertisment

ଲବଙ୍ଗଲତା

ଆବଶ୍ୟକ ସାମଗ୍ରୀ: ମଇଦା, ଚିନି, ଘିଅ, ଲବଙ୍ଗ, ଲୁଣ, ଖୁଆ, ସୁଜି, ଡ୍ରାଏ ଫ୍ରୁଟ୍‌, ତେଲ ଓ ପାଣି। ପ୍ରସ୍ତୁତି ପ୍ରଣାଳୀ:  ଲବଙ୍ଗଲତା ତିଆରି କରିବା ପାଇଁ ପ୍ରଥମେ ଶିରା ପ୍ରସ୍ତୁତ କରି ତାକୁ ଏକ ପାତ୍ରରେ ରଖନ୍ତୁ। ପରେ ଅନ୍ୟ ଏକ ପାତ୍ରରେ କିଛି ମଇଦା ନିଅନ୍ତୁ। ସେଥିରେ ଅଳ୍ପ ଲୁଣ  ଓ ଗୁଆ ଘିଅ ପକାଇ ଭଲ ଭାବରେ ଗୋଳାନ୍ତୁ। ପରେ ସେଥିରେ ଅଳ୍ପ ପାଣି ଦେଇ ଅଟା ପରି ଚକଟି ତାକୁ ୧୦ରୁ ୧୫ […]

ଅଦ୍ୟତନ ହୋଇଛି
ଲବଙ୍ଗଲତା

Labanga Lata

Advertisment

ଆବଶ୍ୟକ ସାମଗ୍ରୀ:ମଇଦା, ଚିନି, ଘିଅ, ଲବଙ୍ଗ, ଲୁଣ, ଖୁଆ, ସୁଜି, ଡ୍ରାଏ ଫ୍ରୁଟ୍‌, ତେଲ ଓ ପାଣି।

Advertisment

ପ୍ରସ୍ତୁତିପ୍ରଣାଳୀ:  ଲବଙ୍ଗଲତା ତିଆରି କରିବା ପାଇଁ ପ୍ରଥମେ ଶିରା ପ୍ରସ୍ତୁତ କରି ତାକୁ ଏକ ପାତ୍ରରେ ରଖନ୍ତୁ। ପରେ ଅନ୍ୟ ଏକ ପାତ୍ରରେ କିଛି ମଇଦା ନିଅନ୍ତୁ। ସେଥିରେ ଅଳ୍ପ ଲୁଣ  ଓ ଗୁଆ ଘିଅ ପକାଇ ଭଲ ଭାବରେ ଗୋଳାନ୍ତୁ। ପରେ ସେଥିରେ ଅଳ୍ପ ପାଣି ଦେଇ ଅଟା ପରି ଚକଟି ତାକୁ ୧୦ରୁ ୧୫ ମିନିଟ ପାଇଁ ଢାଙ୍କି ରଖି ଦିଅନ୍ତୁ।

ଏବେ ଲବଙ୍ଗଲତା ପାଇଁ ପୁର ପ୍ରସ୍ତତ କରନ୍ତୁ। ସେଥିପାଇଁ ପ୍ରଥମେ କରେଇରେ ଘିଅ ପକାଇ ଗରମ କରନ୍ତୁ। ସେଥିରେ କିଛି ସୁଜି ଓ ଡ୍ରାଏ ଫ୍ରୁଟ୍‌ ପକାଇ ଭାଜନ୍ତୁ। ତା’ପରେ ସେଥିରେ ଅଳ୍ପ ଚିନି ଓ ଖୁଆ ପକାଇ କିଛି ସମୟ ପାଇଁ ଗୋଳାନ୍ତୁ।  ପୁର ପ୍ରସ୍ତୁତ ହେବାପରେ କରେଇକୁ ତଳକୁ ଓହ୍ଲାଇ ଦିଅନ୍ତୁ।

Advertisment

ଏ କାମ ସରିବା ପରେ ପୂର୍ବରୁ ଘୋଡ଼ାଇ ରଖିଥିବା ମଇଦାକୁ ଛୋଟ ଛୋଟ ଗୁଟୁଳା କରି ତାକୁ ପୁରି ଆକାରରେ ବେଲନ୍ତୁ। ତାର ଚାରିପାଖେ ପାଣି ମାରନ୍ତୁ। ଯେପରି ଫୋଲ୍ଡି କରିବା ବେଳେ ନ ଖୋଲିବ। ପାଣି ମାରି ସାରିବା ପରେ  ତା’ ମଝିରେ ପୁରକୁ ଦେଇ  ଚାରି କୋଣିଆ ଆକାରରେ ଭାଙ୍ଗି ଦିଅନ୍ତୁ। ପରେ ତା’ ମଝିରେ ଏକ ଲବଙ୍ଗ ଲଗାଇ ଦିଅନ୍ତୁ।

ଏହା ପରେ କରେଇରେ ତେଲ  ଗରମ କରନ୍ତୁ।  ତେଲ ଗରମ ହେବା ପରେ ସେଥିରେ ଲବଙ୍ଗଲତାକୁ ପକାଇ ଛାଣନ୍ତୁ। ଲବଙ୍ଗଲତାର ରଙ୍ଗ ବାଦାମି ହୋଇଆସିଲା ପରେ ତାକୁ ଛାଣି ଶିରାରେ କିଛି ସମୟ ପାଇଁ ପକାଇ ଦିଅନ୍ତୁ।  ପ୍ରସ୍ତୁତ ହେଇଗଲା ଲବଙ୍ଗଲତା।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe