/odisha-reporter/media/post_attachments/uploads/2020/06/machha-1.jpg)
machha
ଆବଶ୍ୟକୀୟ ସାମଗ୍ରୀ : ମାଛ ଅନ୍ତ, କଟା ପିଆଜ, କଟା ଆଳୁ, ହଳଦୀ ଗୁଣ୍ଡ, କଞ୍ଚା ଲଙ୍କା, ଟମାଟୋ, ସୋରିଷ ବଟା, ଗରମ ମସଲା।
Advertisment
ପ୍ରସ୍ତୁତି : ପ୍ରଥମେ ମାଛ ଅନ୍ତରେ କଟା ଆଳୁ ଓ କଟା ପିଆଜ ପକାଇ ଗୋଳାଇ ରଖନ୍ତୁ। ଗ୍ୟାସ୍ ଲଗାଇ କଡ଼େଇରେ ତେଲ ଗରମ କରନ୍ତୁ। ଗରମ ତେଲରେ ଆଳୁ ପିଆଜ ଗୋଳା ମାଛ ଅନ୍ତକୁ ଭଲ ଭାବରେ ଫ୍ରାଏ କରିଦିଅନ୍ତୁ। ଏହାପରେ ଆଉ ଏକ କଡ଼େଇରେ ତେଲ ଗରମ କରି କଞ୍ଚାଲଙ୍କା, ସୋରିଷଜିରା ବଟା, ହଳଦୀ ଗୁଣ୍ଡ, ଲଙ୍କା ଗୁଣ୍ଡ ଓ କଟା ଟମାଟୋ ପକାଇ ଭଲ ଭାବରେ କଷନ୍ତୁ। ମସଲା କଷି ହୋଇଯିବା ପରେ ମାଛ ଅନ୍ତ ଫ୍ରାଏକୁ ପକାଇ ଭଲ ଭାବରେ ଘାଣ୍ଟନ୍ତୁ। ଏବେ ପ୍ରସ୍ତୁତ ହୋଇଗଲା ଆପଣଙ୍କର ମାଛ ଅନ୍ତ ଚଡ଼ଚଡ଼ି।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
