ଆବଶ୍ୟକ ସାମଗ୍ରୀ:
- ମଶ୍ରୁମ
- କଟା ପିଆଜ
- ଟମାଟୋ ପ୍ୟୁରି
- କାଜୁ ବଟା
- ଅଦା-ରସୁଣ ବଟା
- କସ୍ତୁରୀ ମେଥି
ଗରମ ମସଲା - ଫ୍ରେଶ୍ କ୍ରିମ୍
- ଗୋଲମରିଚ ଗୁଣ୍ଡ
- ଲୁଣ
- ତେଲ
ପ୍ରସ୍ତୁତି ପ୍ରଣାଳୀ:
ପ୍ରଥମେ କଡ଼େଇରେ ତେଲ ଗରମ କରି ସେଥିରେ କଟା ପିଆଜକୁ ବାଦାମୀ ରଙ୍ଗ ହେବା ପର୍ଯ୍ୟନ୍ତ ଭାଜନ୍ତୁ। ପରେ ଅଦା-ରସୁଣ ପେଷ୍ଟକୁ ଦେଇ କଷନ୍ତୁ । ଟିକେ କଷି ହୋଇଗଲେ ଏଥିରେ ଟମାଟୋ ପ୍ୟୁରି ପକାଇ ଆଉ ଟିକେ କଷନ୍ତୁ ଏବଂ କିଛି ସମୟ ପରେ କାଜୁ ବଟା ଓ ଛତୁ ପକାଇ କଷନ୍ତୁ। କିଛି ସମୟ ପରେ ଅଧା କପ୍ ପାଣି, ଲୁଣ, ଗୋଲମରିଚ ଗୁଣ୍ଡ ଓ ଅଳ୍ପ କସ୍ତୁରୀ ମେଥି ପକାଇ ୧୦ ମିନିଟ୍ ପର୍ଯ୍ୟନ୍ତ ଫୁଟାନ୍ତୁ । ଏବେ ଫ୍ରେଶ୍ କ୍ରିମ୍ ଏବଂ ୧ମିନିଟ୍ ପରେ ଗରମ ମସଲା ପକାଇ ସାମାନ୍ୟ ଫୁଟାଇ ତଳକୁ ଓହ୍ଲାଇ ଦିଅନ୍ତୁ। ବର୍ତ୍ତମାନ ପ୍ରସ୍ତୁତ ହୋଇଗଲା ସୁଆଦିଆ ‘ମଲାଇ ମଶ୍ରୁମ୍’। ଏହାକୁ ଆପଣ ରୁଟି, ପରଟା କିମ୍ବା ନାନ୍ ସହ ଖାଇପାରିବେ।