Advertisment

ଘରେ ପ୍ରସ୍ତୁତ କରନ୍ତୁ ସୁଆଦିଆ ମ୍ୟାଙ୍ଗୋ ପୁଡିଂ

ଆବଶ୍ୟକ ସାମଗ୍ରୀ : ପାଚିଲା ଆମ୍ବ, ଚିନି, କ୍ଷୀର, କର୍ଣ୍ଣଫ୍ଲୋର, ଡ୍ରାଏ ଫ୍ରୁଟ୍ସ। ପ୍ରସ୍ତୁତ ପ୍ରଣାଳୀ: ପ୍ରଥମେ ପାଚିଲା  ଆମ୍ବ ରସ ବାହାର କରି ଦିଅନ୍ତୁ। ସେଥିରେ ଆବଶ୍ୟକ ମୁତାବକ ଚିନି, କ୍ଷୀର ପକାଇ ତାହାକୁ ଭଲ ଭାବେ ଗ୍ରାଇଣ୍ଡିଂ କରି ଦିଅନ୍ତୁ। ଏକ ପାତ୍ରରେ ଯେତିକି କର୍ଣ୍ଣଫ୍ଲୋର, ସେତିକି କ୍ଷୀର ମିଶାଇ ଘୋଳାଇ ଏକ ଘୋଳ ପ୍ରସ୍ତୁତ କରନ୍ତୁ। ଏବେ ଗ୍ୟାସରେ ଏକ କରେଇ ବସାଇ ଆମ୍ବ ଘୋଳକୁ ପକାନ୍ତୁ। ମିଡିୟମ ଆଞ୍ଚରେ ତାହାକୁ ଘାଣ୍ଟନ୍ତୁ। […]

author-image
Niharika Rout
ଅଦ୍ୟତନ ହୋଇଛି
ଘରେ ପ୍ରସ୍ତୁତ କରନ୍ତୁ ସୁଆଦିଆ ମ୍ୟାଙ୍ଗୋ ପୁଡିଂ

mango-pudding

ଆବଶ୍ୟକ ସାମଗ୍ରୀ :ପାଚିଲା ଆମ୍ବ, ଚିନି, କ୍ଷୀର, କର୍ଣ୍ଣଫ୍ଲୋର, ଡ୍ରାଏ ଫ୍ରୁଟ୍ସ।

ପ୍ରସ୍ତୁତ ପ୍ରଣାଳୀ: ପ୍ରଥମେ ପାଚିଲା  ଆମ୍ବ ରସ ବାହାର କରି ଦିଅନ୍ତୁ। ସେଥିରେ ଆବଶ୍ୟକ ମୁତାବକ ଚିନି, କ୍ଷୀର ପକାଇ ତାହାକୁ ଭଲ ଭାବେ ଗ୍ରାଇଣ୍ଡିଂ କରି ଦିଅନ୍ତୁ।

Advertisment

ଏକ ପାତ୍ରରେ ଯେତିକି କର୍ଣ୍ଣଫ୍ଲୋର, ସେତିକି କ୍ଷୀର ମିଶାଇ ଘୋଳାଇ ଏକ ଘୋଳ ପ୍ରସ୍ତୁତ କରନ୍ତୁ।

ଏବେ ଗ୍ୟାସରେ ଏକ କରେଇ ବସାଇ ଆମ୍ବ ଘୋଳକୁ ପକାନ୍ତୁ। ମିଡିୟମ ଆଞ୍ଚରେ ତାହାକୁ ଘାଣ୍ଟନ୍ତୁ। ତାହା ଫୁଟିବା ଆରମ୍ଭ ହେବା ମାତ୍ରେ ଆଞ୍ଚକୁ ସିମ୍‌ କରି ଦିଅନ୍ତୁ। ଏବେ ସେଥିରେ କର୍ଣ୍ଣଫ୍ଲୋର ଘୋଳକୁ ପକାଇ ଘାଣ୍ଟନ୍ତୁ। ଏହାଭଲ ଭାବେ ଫୁଟିକି ଅଧା ହୋଇଗଲେ ଗ୍ୟାସକୁ ବନ୍ଦ କରି ତାହାକୁ ଥଣ୍ଡା କରନ୍ତୁ।

Advertisment

ଏବେ ଏହାକୁ ଏକ ପାତ୍ରରେ ରଖି ତା’ ଉପରେ କିଛି ଡ୍ରାଏ ଫ୍ରୁଟ୍ସକୁ ସଜାଇ ଦିଅନ୍ତୁ। ଏବେ ଏହାକୁ  ଫ୍ରିଜରେ ୨ ଘଣ୍ଟା ପାଇଁ ରଖି ଦିଅନ୍ତୁ। ଏବେ   ପ୍ଲେଟରେ ସର୍ଭ କରନ୍ତୁ ଥଣ୍ଡା ଥଣ୍ଡା ମ୍ୟାଙ୍ଗୋ ପୁଡିଂ।