Advertisment

ମସଲା ଚକୁଳି

ଆବଶ୍ୟକ ସାମଗ୍ରୀ: ବିରି, ଚାଉଳ, ଆଳୁ, ପିଆଜ, ସିମଲା ଲଙ୍କା, ଟମାଟୋ, କଞ୍ଚା ଲଙ୍କା, ଧନିଆପତ୍ର, ଲେମ୍ବୁ, ତେଲ, ଜୀରା, ସୋରିଷ, ହଳଦି ଗୁଣ୍ଡ, ଲଙ୍କା ଗୁଣ୍ଡ, ହେଙ୍ଗୁ, ଭ୍ରୁସୁଙ୍ଗ ପତ୍ର ଓ ଲୁଣ। ପ୍ରସ୍ତୁତି ପ୍ରଣାଳୀ: ପ୍ରଥମେ ବିରି ଚାଉଳକୁ ଭଲଭାବେ ପାଣିରେ ଧୋଇ ପାଣିରେ ବତୁରାଇ ଦିଅନ୍ତୁ। ୩ ରୁ ୪ ଘଣ୍ଟା ପରେ ଏହାକୁ ବାଟି ଆଣ ପ୍ରସ୍ତୁତ କରନ୍ତୁ। ବର୍ତ୍ତମାନ ଏହି ଆଣରେ ଅଳ୍ପ ଲୁଣ ଦେଇ ଏହାକୁ ଭଲ ଭାବେ […]

ମସଲା ଚକୁଳି

chakuli

Advertisment

ଆବଶ୍ୟକ ସାମଗ୍ରୀ: ବିରି, ଚାଉଳ, ଆଳୁ, ପିଆଜ, ସିମଲା ଲଙ୍କା, ଟମାଟୋ, କଞ୍ଚା ଲଙ୍କା, ଧନିଆପତ୍ର, ଲେମ୍ବୁ, ତେଲ, ଜୀରା, ସୋରିଷ, ହଳଦି ଗୁଣ୍ଡ, ଲଙ୍କା ଗୁଣ୍ଡ, ହେଙ୍ଗୁ, ଭ୍ରୁସୁଙ୍ଗ ପତ୍ର ଓ ଲୁଣ।

Advertisment

ପ୍ରସ୍ତୁତି ପ୍ରଣାଳୀ: ପ୍ରଥମେ ବିରି ଚାଉଳକୁ ଭଲଭାବେ ପାଣିରେ ଧୋଇ ପାଣିରେ ବତୁରାଇ ଦିଅନ୍ତୁ। ୩ ରୁ ୪ ଘଣ୍ଟା ପରେ ଏହାକୁ ବାଟି ଆଣ ପ୍ରସ୍ତୁତ କରନ୍ତୁ। ବର୍ତ୍ତମାନ ଏହି ଆଣରେ ଅଳ୍ପ ଲୁଣ ଦେଇ ଏହାକୁ ଭଲ ଭାବେ ଫେଣ୍ଟି ରଖନ୍ତୁ। ଏହା ଦ୍ୱାରା ଆଣ ଫୁଲିବ ଓ ଚକୁଳି ନରମ ହେବ। ଏବେ ଏକ ତାଓ୍ଵାରେ ତେଲ ଗରମ ସେଥିରେ ସୋରିଷ ଦାନା, ହେଙ୍ଗୁ, ଭ୍ରୁସଙ୍ଗ ପତ୍ର ଏବଂ ଲଙ୍କା ଗୁଣ୍ଡ ପକାଇ ଭାଜନ୍ତୁ। ଏହାପରେ ଆଳୁ, ସିମଲା ଲଙ୍କା, ଟମାଟୋ, ହଳଦି ଗୁଣ୍ଡ ଏବଂ ଲୁଣ ପକାନ୍ତୁ ଓ ଅଳ୍ପ ପାଣି ଦେଇ ମିଡିୟମ ଆଞ୍ଚରେ ଫୁଟାନ୍ତୁ। ଟମାଟୋ ଭଲଭାବେ ହୋଇଗଲା ପରେ ଅଳ୍ପ ମସଲା କାଢ଼ି ରଖନ୍ତୁ। ବର୍ତ୍ତମାନ ତାୱାରେ ବଳିଥିବା ମସଲା ଉପରେ ବାଟି ରଖିଥିବା ଆଣକୁ ପିଠା ଆକାର ଦିଅନ୍ତୁ। ଏହା ଭଲଭାବେ ହୋଇଗଲା ପରେ ବାକିତକ ମିଶ୍ରଣକୁ ଏହା ଉପରେ ରଖନ୍ତୁ। ଏହାକୁ କିଛି ସମୟ ପର୍ଯ୍ୟନ୍ତ ଗ୍ୟାସରେ ରଖିବା ପରେ ଆଞ୍ଚ ବନ୍ଦ କରିଦିଅନ୍ତୁ। ଏବେ ପ୍ରସ୍ତୁତ ହୋଇଗଲା ସ୍ୱାଦିଷ୍ଟ ‘ମସଲା ଚକୁଳି’।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe