Advertisment

ମୁଗ ଡାଲି ଇଡଲି

ଆବଶ୍ୟକ ସାମଗ୍ରୀ:  ମୁଗ, ଭୃସଙ୍ଗ ପତ୍ର, ଗୋଟା ସୋରିଷ, ହେଙ୍ଗୁ, ଧନିଆ ପତ୍ର, ଗାଜର, ବିଟ୍‌, ଅଦା, କଞ୍ଚା ଲଙ୍କା, ଇନୋ, ତେଲ, ଲୁଣ ପ୍ରସ୍ତୁତି ପ୍ରଣାଳୀ:  ପ୍ରଥମେ ଭିଜାଇ ରଖିଥିବା ମୁଗକୁ ଭଲ ଭାବରେ ଧୋଇ ଦିଅନ୍ତୁ। ତାକୁ ଗ୍ରାଇଣ୍ଡିଂ କରି ଏକ ପାତ୍ରରେ ରଖନ୍ତୁ। ଏବେ କରେଇରେ ତେଲ ଗରମ କରନ୍ତୁ। ତେଲ ଗରମ ହେଲେ ସେଥିରେ ଭୃସଙ୍ଗ ପତ୍ର, ଗୋଟା ସୋରିଷ ଓ ହେଙ୍ଗୁ ପକାଇ ଛୁଙ୍କ କରନ୍ତୁ। ଏହି ଛୁଙ୍କକୁ ବାଟି […]

author-image
Tapaswini Nayak
ଅଦ୍ୟତନ ହୋଇଛି
ମୁଗ ଡାଲି ଇଡଲି

Muga Dali Itili

ଆବଶ୍ୟକ ସାମଗ୍ରୀ:  ମୁଗ, ଭୃସଙ୍ଗ ପତ୍ର, ଗୋଟା ସୋରିଷ, ହେଙ୍ଗୁ, ଧନିଆ ପତ୍ର, ଗାଜର, ବିଟ୍‌, ଅଦା, କଞ୍ଚା ଲଙ୍କା, ଇନୋ, ତେଲ, ଲୁଣ

Advertisment

ପ୍ରସ୍ତୁତି ପ୍ରଣାଳୀ:  ପ୍ରଥମେ ଭିଜାଇ ରଖିଥିବା ମୁଗକୁ ଭଲ ଭାବରେ ଧୋଇ ଦିଅନ୍ତୁ। ତାକୁ ଗ୍ରାଇଣ୍ଡିଂ କରି ଏକ ପାତ୍ରରେ ରଖନ୍ତୁ। ଏବେ କରେଇରେ ତେଲ ଗରମ କରନ୍ତୁ। ତେଲ ଗରମ ହେଲେ ସେଥିରେ ଭୃସଙ୍ଗ ପତ୍ର, ଗୋଟା ସୋରିଷ ଓ ହେଙ୍ଗୁ ପକାଇ ଛୁଙ୍କ କରନ୍ତୁ। ଏହି ଛୁଙ୍କକୁ ବାଟି ରଖିଥିବା ମୁଗରେ ପକାଇ ଗୋଳାଇ ଦିଅନ୍ତୁ। ତା’ସହିତ ସେଥିରେ କଟା ଧନିଆ ପତ୍ର, ଗାଜର କୋରା, ବିଟ୍‌ କୋରା, ଛେଚା ଅଦା, କଟା କଞ୍ଚା ଲଙ୍କା, ଅଳ୍ପ ଇନୋ ଓ ଆବଶ୍ୟକ ଅନୁସାରେ ଲୁଣ ପକାଇ ଗୋଳାଇ ଦିଅନ୍ତୁ। ଇନୋ ପକାଇବା ଦ୍ୱାରା ଇଡଲି ନରମ ହୋଇଥାଏ।

ଏହାପରେ ଇଡଲି ଛାଞ୍ଚରେ ତେଲ ମାରି ଦିଅନ୍ତୁ। ପୂର୍ବରୁ ରଖିଥିବା ମିଶ୍ରଣକୁ ଇଡଲି ଛାଞ୍ଚରେ ପକାନ୍ତୁ। ତାକୁ ଘୋଡ଼ାଇ ଗ୍ୟାସ ଆଞ୍ଚରେ ୧୫ ମିନିଟ୍ ପର୍ଯ୍ୟନ୍ତ ବସାଇ ଦିଅନ୍ତୁ। ୧୫ ମିନିଟ୍‌ ପରେ ଏହାକୁ ତଳକୁ ଓହ୍ଲାଇ ଦେଇ ଟିକେ ଥଣ୍ଡା ହେବା ପାଇଁ ଛାଡ଼ି ଦିଅନ୍ତୁ। ଇଡଲି ଗୁଡ଼ିକୁ ଏକ ପାତ୍ରକୁ କାଢ଼ି ଦିଅନ୍ତୁ। ଏହାକୁ ଆପଣଙ୍କ ବିଭିନ୍ନ ପ୍ରକାର ଚଟଣି ସହିତ ଖାଇପାରିବେ।

Advertisment