Advertisment

Odia food recipe:ମୂଳା ପରଟା- Mooli paratha recipe in Odia

ଆବଶ୍ୟକୀୟ ସାମଗ୍ରୀ: ମୂଳା ପିଆଜ ଅଟା କଳାଜିରା ଜୁଆଣି କଞ୍ଚାଲଙ୍କା ଲୁଣ ତେଲ ପ୍ରସ୍ତୁତି ପ୍ରଣାଳୀ:  ପ୍ରଥମେ ମୂଳାରୁ ଚୋପା ଛଡ଼ାଇ ତା’କୁ କଦୁକସ୍‌ କରି ବା କୋରି ରଖନ୍ତୁ। ଏବେ ପିଆଜକୁ ଛୋଟ କରି କାଟି ରଖନ୍ତୁ।  ତା’ପରେ କଡ଼େଇରେ ତେଲ ଗରମ କରି ସେଥିରେ କଞ୍ଚାଲଙ୍କା, କଳାଜିରା ଓ ଜୁଆଣି ପକାଇ ଫୁଟାନ୍ତୁ। ଏହାପରେ କଟା ପିଆଜ, ମୂଳା କୋରା ଓ ଲୁଣ ପକାନ୍ତୁ।  ମୂଳାର ଗନ୍ଧ ଯିବା ଯାଏ ଓ ପାଣି ମରିବା […]

author-image
Chinmayee Roy
ଅଦ୍ୟତନ ହୋଇଛି
Odia food recipe:ମୂଳା ପରଟା- Mooli paratha recipe in Odia

paratha

ଆବଶ୍ୟକୀୟ ସାମଗ୍ରୀ:

  • ମୂଳା
  • ପିଆଜ
  • ଅଟା
  • କଳାଜିରା
  • ଜୁଆଣି
  • କଞ୍ଚାଲଙ୍କା
  • ଲୁଣ
  • ତେଲ

ପ୍ରସ୍ତୁତି ପ୍ରଣାଳୀ: 

ପ୍ରଥମେ ମୂଳାରୁ ଚୋପା ଛଡ଼ାଇ ତା’କୁ କଦୁକସ୍‌ କରି ବା କୋରି ରଖନ୍ତୁ। ଏବେ ପିଆଜକୁ ଛୋଟ କରି କାଟି ରଖନ୍ତୁ।  ତା’ପରେ କଡ଼େଇରେ ତେଲ ଗରମ କରି ସେଥିରେ କଞ୍ଚାଲଙ୍କା, କଳାଜିରା ଓ ଜୁଆଣି ପକାଇ ଫୁଟାନ୍ତୁ। ଏହାପରେ କଟା ପିଆଜ, ମୂଳା କୋରା ଓ ଲୁଣ ପକାନ୍ତୁ।  ମୂଳାର ଗନ୍ଧ ଯିବା ଯାଏ ଓ ପାଣି ମରିବା ଯାଏ ଭାଜନ୍ତୁ। ମୂଳା ଭାଜି ହୋଇଗଲେ ଏହାକୁ କାଢ଼ି ଥଣ୍ଡା କରନ୍ତୁ।

Advertisment

ମନେ ରଖନ୍ତୁ, ଏସବୁ କରିବାର ପ୍ରାୟ ଅଧାଘଣ୍ଟା ପୂର୍ବରୁ ଅଟାକୁ ଉଷୁମ ପାଣିରେ ଦଳି ରଖି ଦେଇଥିବେ। ମୂଳା କଷା ଥଣ୍ଡା ହେଲେ ଏହାକୁ ଅଟା ଗୁଳା ମଝିରେ ପୁର ଭଳି ଭର୍ତ୍ତି କରି ବନ୍ଦ କରିଦିଅନ୍ତୁ। ଏବେ ଏହାକୁ ରୁଟି ସାଇଜର ବେଲି ତାୱାରେ ପକାନ୍ତୁ। ଦୁଇପଟ ହାଲକା ସେକି ହୋଇଗଲେ ଏଥିରେ ଅଳ୍ପ ତେଲ ମାରି ପୁଣି ହାଲକା ସେକନ୍ତୁ। ବର୍ତ୍ତମାନ ପ୍ରସ୍ତୁତ ହୋଇଗଲା ‘ମୂଳା ପରଟା’। ଏହାକୁ ଚଟଣି ବା ତରକାରି ସହିତ ପରଷନ୍ତୁ।

Odia Food Recipe Orissa Food