ଆବଶ୍ୟକ ସାମଗ୍ରୀ: ଚାଉଳ, ବିରି, ନଡ଼ିଆ, ଛେନା, ଗୋଲମରିଚ, ଗୁଜରାତି ଓ ଲୁଣ।
ପ୍ରସ୍ତୁତି ପ୍ରଣାଳୀ: ପ୍ରଥମେ ଚାଉଳ ଓ ବିରିକୁ ବତୁରାଇ ଦିଅନ୍ତୁ l ଏହାକୁ ବାଟି ଭଲ ଭାବେ ଫେଣି ୭-୮ ଘଣ୍ଟା ଛାଡ଼ି ଦିଅନ୍ତୁ।
ପୂର ପ୍ରସ୍ତୁତ କରିବା ପାଇଁ ଗ୍ୟାସ୍ ଚୁଲା ଅନ୍ କରି କଡ଼େଇ ବସାଇ ପ୍ରଥମେ ସେଥିରେ ଗୁଡ଼ ଦିଅନ୍ତୁ। ଏହାପରେ ସେଥିରେ ନଡ଼ିଆ କୋରା, ଛେନା, ଗୋଲମରିଚ ଓ ଗୁଜରାତି ଗୁଣ୍ଡ ପକାଇ ଭଲ ଭାବେ ଗୋଳାଇ ଦିଅନ୍ତୁ। କିଛି ସମୟ ପରେ ପ୍ରସ୍ତୁତ ହୋଇଯିବ ପୂର।
ଏହା ପରେ ଗ୍ୟାସରେ ଏକ ଇଡିଲି ହାଣ୍ଡି ବସାଇ ସେଥିରେ ପାଣି ଦିଅନ୍ତୁ। ଏବେ ଚାଉଳ ବିରି ବଟାକୁ ଭଲ ଭାବେ ଗୋଳାଇ ସେଥିରେ ଲୁଣ ମିଶାନ୍ତୁ। ଏହାପରେ ଏକ ପାତ୍ରରେ ପତଳା କଟନ କପଡା ଦେଇ ତା ଉପରେ କିଛି ଆଣ ଦିଅନ୍ତୁ। ତା’ ଉପରେ ନଡ଼ିଆ ଛେନା ପୂର ଦେଇ ପୁଣି ତା ଉପରେ ଆଣ ଦେଇ ଦିଅନ୍ତୁ।
ପାଣି ଗରମ ହୋଇଗଲେ ଏକ କେକ ଷ୍ଟାଣ୍ଡ ରଖି ତା’ ଉପରେ ଆଣ ଭର୍ତ୍ତି ପାତ୍ରକୁ ରଖି ଦିଅନ୍ତୁ ଓ ଇଡିଲି ହାଣ୍ଡିର ଉପର ଭାଗକୁ ଘୋଡାଇ ଦିଅନ୍ତୁ। ୧୫ ମିନିଟ୍ ପାଇଁ ଏହାକୁ ସିଝିବାକୁ ଛାଡି ଦିଅନ୍ତୁ l
ଏହାପରେ ଗ୍ୟାସ ବନ୍ଦ କରି ପିଠାକୁ ବାହାର କରି ଥଣ୍ଡା ହେବାକୁ ଛାଡି ଦିଅନ୍ତୁ। ଏଥର କାଟି ସମସ୍ତଙ୍କୁ ପରଷନ୍ତୁ ମୁଆଁ ପିଠା।
TAGS
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।