Advertisment

ରଜ ସ୍ପେଶାଲ: ଘରେ କରନ୍ତୁ ସୁଆଦିଆ ମୁଆଁ ପିଠା

ଆବଶ୍ୟକ ସାମଗ୍ରୀ: ଚାଉଳ, ବିରି, ନଡ଼ିଆ, ଛେନା, ଗୋଲମରିଚ, ଗୁଜରାତି ଓ ଲୁଣ। ପ୍ରସ୍ତୁତି ପ୍ରଣାଳୀ: ପ୍ରଥମେ ଚାଉଳ ଓ ବିରିକୁ ବତୁରାଇ ଦିଅନ୍ତୁ l ଏହାକୁ ବାଟି ଭଲ ଭାବେ ଫେଣି ୭-୮ ଘଣ୍ଟା ଛାଡ଼ି ଦିଅନ୍ତୁ। ପୂର ପ୍ରସ୍ତୁତ କରିବା ପାଇଁ ଗ୍ୟାସ୍‌ ଚୁଲା ଅନ୍ କରି କଡ଼େଇ ବସାଇ ପ୍ରଥମେ ସେଥିରେ ଗୁଡ଼ ଦିଅନ୍ତୁ।  ଏହାପରେ ସେଥିରେ ନଡ଼ିଆ କୋରା, ଛେନା, ଗୋଲମରିଚ ଓ ଗୁଜରାତି ଗୁଣ୍ଡ ପକାଇ ଭଲ ଭାବେ ଗୋଳାଇ […]

ଅଦ୍ୟତନ ହୋଇଛି
ରଜ ସ୍ପେଶାଲ: ଘରେ କରନ୍ତୁ ସୁଆଦିଆ ମୁଆଁ ପିଠା

Muan Pitha

Advertisment

ଆବଶ୍ୟକ ସାମଗ୍ରୀ: ଚାଉଳ, ବିରି, ନଡ଼ିଆ, ଛେନା, ଗୋଲମରିଚ, ଗୁଜରାତି ଓ ଲୁଣ।

ପ୍ରସ୍ତୁତି ପ୍ରଣାଳୀ: ପ୍ରଥମେ ଚାଉଳ ଓ ବିରିକୁ ବତୁରାଇ ଦିଅନ୍ତୁ l ଏହାକୁ ବାଟି ଭଲ ଭାବେ ଫେଣି ୭-୮ ଘଣ୍ଟା ଛାଡ଼ି ଦିଅନ୍ତୁ।

Advertisment

ପୂର ପ୍ରସ୍ତୁତ କରିବା ପାଇଁ ଗ୍ୟାସ୍‌ ଚୁଲା ଅନ୍ କରି କଡ଼େଇ ବସାଇ ପ୍ରଥମେ ସେଥିରେ ଗୁଡ଼ ଦିଅନ୍ତୁ।  ଏହାପରେ ସେଥିରେ ନଡ଼ିଆ କୋରା, ଛେନା, ଗୋଲମରିଚ ଓ ଗୁଜରାତି ଗୁଣ୍ଡ ପକାଇ ଭଲ ଭାବେ ଗୋଳାଇ ଦିଅନ୍ତୁ। କିଛି ସମୟ ପରେ ପ୍ରସ୍ତୁତ ହୋଇଯିବ ପୂର।

ଏହା ପରେ ଗ୍ୟାସରେ ଏକ ଇଡିଲି ହାଣ୍ଡି ବସାଇ ସେଥିରେ ପାଣି ଦିଅନ୍ତୁ। ଏବେ ଚାଉଳ ବିରି ବଟାକୁ ଭଲ ଭାବେ ଗୋଳାଇ ସେଥିରେ ଲୁଣ ମିଶାନ୍ତୁ। ଏହାପରେ ଏକ ପାତ୍ରରେ ପତଳା କଟନ କପଡା ଦେଇ ତା ଉପରେ କିଛି ଆଣ ଦିଅନ୍ତୁ। ତା’ ଉପରେ ନଡ଼ିଆ ଛେନା ପୂର ଦେଇ ପୁଣି ତା ଉପରେ ଆଣ ଦେଇ ଦିଅନ୍ତୁ।

Advertisment

ପାଣି ଗରମ ହୋଇଗଲେ ଏକ କେକ ଷ୍ଟାଣ୍ଡ ରଖି ତା’ ଉପରେ ଆଣ ଭର୍ତ୍ତି ପାତ୍ରକୁ ରଖି ଦିଅନ୍ତୁ ଓ ଇଡିଲି ହାଣ୍ଡିର ଉପର ଭାଗକୁ ଘୋଡାଇ ଦିଅନ୍ତୁ। ୧୫ ମିନିଟ୍‌ ପାଇଁ ଏହାକୁ ସିଝିବାକୁ ଛାଡି ଦିଅନ୍ତୁ l

ଏହାପରେ ଗ୍ୟାସ ବନ୍ଦ କରି ପିଠାକୁ ବାହାର କରି ଥଣ୍ଡା ହେବାକୁ ଛାଡି ଦିଅନ୍ତୁ। ଏଥର କାଟି ସମସ୍ତଙ୍କୁ ପରଷନ୍ତୁ ମୁଆଁ ପିଠା।

Raja Festival
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe