ଆବଶ୍ୟକ ସାମଗ୍ରୀ: ମଟନ, ଟମାଟୋ, ପିଆଜ, ସୋରିଷ, ଜିରା, ରସୁଣ, ଧନିଆ ପତ୍ର, ସୋରିଷ ତେଲ, ଲୁଣ, ହଳଦୀ ଗୁଣ୍ଡ ଓ ଲଙ୍କା ଗୁଣ୍ଡ ।
ପ୍ରସ୍ତୁତି ପ୍ରଣାଳୀ: ପ୍ରଥମେ ମଟନକୁ ଭଲଭାବେ ଧୋଇ ଏକ ପାତ୍ରରେ ରଖନ୍ତୁ। ଏହାପରେ ସୋରିଷ, ଜିରା ଓ ରସୁଣକୁ ଏକାଠି ଭଲଭାବେ ବାଟି ଦିଅନ୍ତୁ। ତା’ପରେ ଧୁଆହୋଇ ରହିଥିବା ମଟନରେ ଏହି ମସଲା ସହିତ ମଟନ ମସଲା ଓ ଅଳ୍ପ ତେଲ ପକାଇ ଗୋଳାଇ କିଛି ସମୟ ରଖି ଦିଅନ୍ତୁ।
ଏହାପରେ କରେଇରେ ତେଲ ଗରମ କରନ୍ତୁ। ତେଲ ଗରମ ହୋଇଯିବା ପରେ ସେଥିରେ କଟା ପିଆଜକୁ ପକାନ୍ତୁ। ପିଆଜ ଲାଲ ହୋଇଗଲା ପରେ ସେଥିରେ ମସଲାଗୋଳା ମଟନକୁ ପକାନ୍ତୁ। ପରେ ସେଥିରେ କଟା ଟମାଟୋ, ଲଙ୍କାଗୁଣ୍ଡ, ହଳଦୀ ଗୁଣ୍ଡ ଓ ସ୍ୱାଦ ଅନୁସାରେ ଲୁଣ ପକାନ୍ତୁ। ତା’ପରେ ମଟନକୁ କିଛି ସମୟ କଷନ୍ତୁ। ଏବେ ସେଥିରେ ଆବଶ୍ୟକ ଅନୁସାରେ ପାଣି ଦିଅନ୍ତୁ। ତା’ ପରେ କରେଇକୁ ଘୋଡ଼େଇ ଦିଅନ୍ତୁ। ମଟନ ସିଝି ଯିବା ପରେ କରେଇକୁ ତଳକୁ ଓହ୍ଲାଇ ଆଣନ୍ତୁ। ଏବେ ସେଥିରେ କଟା ଧନିଆ ପତ୍ର ପକାଇ ଦିଅନ୍ତୁ। ପ୍ରସ୍ତୁତ ହୋଇଗଲା ମଟନ ବେସର।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।
Related Stories
Health
ଛୋଟ ଛୁଆ କେତେ ସମୟ ଫୋନ୍ ଦେଖିବା ଠିକ୍?
ପିଲାମାନେ କେତେ ସମୟ ଫୋନ୍ ଦେଖିବା ଉଚିତ୍, ଏହି ସମୟ ଅଧିକ ହୋଇଗଲେ କି କି କୁପ୍ରଭାବ ପଡିବ ଏବଂ ଏହି କୁଅଭ୍ୟାସକୁ କିପରି ରୋକିବେ, ଜାଣନ୍ତୁ...
Food
ଦେଶୀ ଷ୍ଟାଇଲ୍ରେ ବନାନ୍ତୁ ‘ଚିକେନ୍ ପତ୍ର ପୋଡ଼ା’
ଏହି ରେସିପିକୁ ପ୍ଲେଟ୍ରେ କଞ୍ଚା ଲଙ୍କା, ଧନିଆ ପତ୍ର ଓ ପିଆଜ ଦେଇ ସଜାଇ ଗରମ ଗରମ ଖାଆନ୍ତୁ।
Food
ଗରମା ଗରମ ଭାତ ସହ ଖାଆନ୍ତୁ କଞ୍ଚା ଇଲିସି ଲେମ୍ୱୁ ମସଲା
ରବିବାରରେ ଘରେ ତିଆରି କରନ୍ତୁ କଞ୍ଚା ଇଲିସି ଲେମ୍ୱୁ ମସଲା।
Food
କେବଳ ସ୍ୱାଦିଷ୍ଟ ନୁହେଁ ଚକୋଲେଟ୍, ଭରି ରହିଛି ଉପକାରୀ ଗୁଣ
ଚକୋଲେଟରୁ ଆଣ୍ଟିଅକ୍ସିଡାଣ୍ଟ, ଫ୍ଲେଭୋନୋଏଡସ, ଆଇରନ୍ ଏବଂ ମ୍ୟାଗ୍ନେସିୟମ୍ ପରି ଉପକାରୀ ପଷୋକ ତତ୍ତ୍ୱ ମିଳିଥାଏ।
Health
ଶରୀରରୁ କମିଯାଉଛି ଏହି ସବୁ ଉପାଦାନ, ଜାଣନ୍ତୁ କିପରି କରିବେ ଭରଣ
ଏକ ଅଧ୍ୟୟନରୁ ଜଣାଯାଇଛି ଯେ, ଭାରତରେ ରହୁଥିବା ଲୋକଙ୍କ ଶରୀରରେ କିଛି ଆବଶ୍ୟକୀୟ ଉପାଦାନର ଅଭାବ ଦେଖାଯାଉଛି।