Advertisment

ଛେଚା ମସଲା ଖାସି ମାଂସ

ଆବଶ୍ୟକ ସାମଗ୍ରୀ:  ଖାସିମାଂସ, କଟା ପିଆଜ, ଧନିଆ ଗୁଣ୍ଡ, ଲଙ୍କା ଗୁଣ୍ଡ, ହଳଦୀ ଗୁଣ୍ଡ, ଗୋଟା ମସଲା(ଶୁଖିଲା ଲଙ୍କା,ଗୁଜୁରାତି,ଡାଲଚିନି )ଅଦା,ରସୁଣ,କଞ୍ଚାଲଙ୍କା ଛେଚା, ଧନିଆ ପତ୍ର, କଟା ଟମାଟୋ, ତେଲ ଓ ସ୍ୱାଦନୁସାରେ ଲୁଣ  ପ୍ରସ୍ତୁତି ପ୍ରଣାଳୀ:  ପ୍ରଥମେ ଅଦା, ରସୁଣ ଓ କଞ୍ଚାଲଙ୍କାକୁ ଭଲ ଭାବେ ଛେଚି ରଖନ୍ତୁ । ତା’ପରେ ଖାସି ମାଂସରେ ହଳଦୀ ଗୁଣ୍ଡ ଓ ସୋରିଷ ତେଲ ପକାଇ ଭଲ ଭାବେ ମ୍ୟାରିନେଟ୍ କରନ୍ତୁ। ପରେ କରେଇରେ ତେଲ ପକାଇ ଗରମ କରନ୍ତୁ। ତେଲ […]

author-image
Tapaswini Nayak
ଅଦ୍ୟତନ ହୋଇଛି
ଛେଚା ମସଲା ଖାସି ମାଂସ

mutton curry

ଆବଶ୍ୟକ ସାମଗ୍ରୀ:  ଖାସିମାଂସ, କଟା ପିଆଜ, ଧନିଆ ଗୁଣ୍ଡ, ଲଙ୍କା ଗୁଣ୍ଡ, ହଳଦୀ ଗୁଣ୍ଡ, ଗୋଟା ମସଲା(ଶୁଖିଲା ଲଙ୍କା,ଗୁଜୁରାତି,ଡାଲଚିନି )ଅଦା,ରସୁଣ,କଞ୍ଚାଲଙ୍କା ଛେଚା, ଧନିଆ ପତ୍ର, କଟା ଟମାଟୋ, ତେଲ ଓ ସ୍ୱାଦନୁସାରେ ଲୁଣ

Advertisment

 ପ୍ରସ୍ତୁତି ପ୍ରଣାଳୀ:  ପ୍ରଥମେ ଅଦା, ରସୁଣ ଓ କଞ୍ଚାଲଙ୍କାକୁ ଭଲ ଭାବେ ଛେଚି ରଖନ୍ତୁ । ତା’ପରେ ଖାସି ମାଂସରେ ହଳଦୀ ଗୁଣ୍ଡ ଓ ସୋରିଷ ତେଲ ପକାଇ ଭଲ ଭାବେ ମ୍ୟାରିନେଟ୍ କରନ୍ତୁ। ପରେ କରେଇରେ ତେଲ ପକାଇ ଗରମ କରନ୍ତୁ। ତେଲ ଗରମ ହୋଇଗଲା ପରେ କରେଇରେ ମ୍ୟାରିନେଟ୍ ମାଂସକୁ ପକେଇ ଭଲ ଭାବେ ଗୋଳାଇ ଦିଅନ୍ତୁ। ତା’ପରେ ମ୍ୟାରିନେଟ୍ ମାଂସକୁ ୧୦ରୁ ୧୫ ମିନିଟ୍ ପର୍ଯ୍ୟନ୍ତ ଘୋଡ଼ାଇ ରଖନ୍ତୁ ।

କିଛି ସମୟ ପରେ ଘୋଡଣୀ ବାହାର କରି ସେଥିରେ କଟା ପିଆଜ, ସ୍ୱାଦନୁସାରେ ଲୁଣ,ଧନିଆ ଗୁଣ୍ଡ, ଗୋଟା ଶୁଖିଲା ଲଙ୍କା, ଗୋଟା ଗୁଜୁରାତି, ଗୋଟା ଡାଲଚିନି ଓ କଟା ଟମାଟୋ ପକେଇ ଗୋଳାଇ ଦିଅନ୍ତୁ । କିଛି ସମୟ ପରେ ମାଂସରେ ଛେଚା ମସଲା ଓ ଲଙ୍କା ଗୁଣ୍ଡ ପକାଇ ଘୋଡ଼ଣୀ ଘୋଡ଼ାଇ ଦିଅନ୍ତୁ ।  ଏହାକୁ ୪୦ରୁ ୪୫ ମିନିଟ ସିଝିବା ପାଇଁ ଛାଡି ଦିଅନ୍ତୁ । ମାଂସ ସିଝିଲା ପରେ  ତାକୁ ଏକ ପାତ୍ରକୁ କାଢ଼ି ଦିଅନ୍ତୁ। ପ୍ରସ୍ତୁତ ହୋଇଗଲା ଛେଚା ମସଲା ଖାସି ମାଂସ।

Advertisment