/odisha-reporter/media/post_attachments/uploads/2020/12/panee.jpg)
panee
ଆବଶ୍ୟକ ସାମଗ୍ରୀ: ପନୀର, ରିଫାଇନ, ଜୀରା, ହଳଦି ଗୁଣ୍ଡ, କଟା ଯାଇଥିବା ଅଦା, ରସୁଣ, କଞ୍ଚାଲଙ୍କା, ପିଆଜ, ଟମାଟୋ, କ୍ୟାପସିକମ ,ଲୁଣ, ଟମାଟୋ ସସ୍, ଲଙ୍କାଗୁଣ୍ଡ। ଏହାବ୍ୟତୀତ ଆଚାର ମସଲା ପାଇଁ ସୋରିଷ, ଜୀରା, ମେଥି, କଳାଜିରା ଓ ପାନମହୁରି।
Advertisment
ପ୍ରସ୍ତୁତି ପ୍ରଣାଳୀ: ପ୍ରଥମେ କରେଇରେ ତେଲ ଗରମ କରି ପନୀରକୁ ହାଲକା ଭାଜି ବାହାର କରି ଦିଅନ୍ତୁ। ଏହାପରେ ତେଲରେ ଜୀରା, କଟା ଯାଇଥିବା ଅଦା, ରସୁଣ, କଞ୍ଚାଲଙ୍କା, ପିଆଜ, ଟମାଟୋ, କ୍ୟାପସିକମ, ହଳଦି ଗୁଣ୍ଡ ଓ ଲୁଣ ପକାଇ ଭାଜନ୍ତୁ।
ପରେ ସେଥିରେ ଭଜା ପନିର, ଟମାଟୋ ସସ୍, ଲଙ୍କାଗୁଣ୍ଡ, ଓ ଚାଟ ମସଲା ପକାନ୍ତୁ। କିଛି ସମୟ ପରେ ଆଚାର ମସଲା ପକାଇ ଅଳ୍ପ ପାଣି ଦେଇ ଭଲ ଭାବେ ଫୁଟାନ୍ତୁ। ଏହାପରେ ଗରାମଗରମ ପ୍ଲେଟରେ ସର୍ଭ କରନ୍ତୁ।
Advertisment
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
