ପନୀର ଜଲସା

ଆବଶ୍ୟକ ସାମଗ୍ରୀ: ପନୀର, ରିଫାଇନ, ଜୀରା, ହଳଦି ଗୁଣ୍ଡ, କଟା ଯାଇଥିବା ଅଦା, ରସୁଣ, କଞ୍ଚାଲଙ୍କା, ପିଆଜ, ଟମାଟୋ, କ୍ୟାପସିକମ ,ଲୁଣ, ଟମାଟୋ ସସ୍‌, ଲଙ୍କାଗୁଣ୍ଡ। ଏହାବ୍ୟତୀତ ଆଚାର ମସଲା ପାଇଁ ସୋରିଷ, ଜୀରା, ମେଥି, କଳାଜିରା ଓ ପାନମହୁରି। ପ୍ରସ୍ତୁତି ପ୍ରଣାଳୀ: ପ୍ରଥମେ  କରେଇରେ ତେଲ ଗରମ କରି ପନୀରକୁ ହାଲକା ଭାଜି  ବାହାର କରି ଦିଅନ୍ତୁ। ଏହାପରେ ତେଲରେ ଜୀରା, କଟା ଯାଇଥିବା ଅଦା, ରସୁଣ, କଞ୍ଚାଲଙ୍କା, ପିଆଜ, ଟମାଟୋ, କ୍ୟାପସିକମ, ହଳଦି ଗୁଣ୍ଡ […]

panee

Niharika Rout
  • Published: Saturday, 12 December 2020
  • , Updated: 12 December 2020, 12:11 PM IST

ଆବଶ୍ୟକ ସାମଗ୍ରୀ: ପନୀର, ରିଫାଇନ, ଜୀରା, ହଳଦି ଗୁଣ୍ଡ, କଟା ଯାଇଥିବା ଅଦା, ରସୁଣ, କଞ୍ଚାଲଙ୍କା, ପିଆଜ, ଟମାଟୋ, କ୍ୟାପସିକମ ,ଲୁଣ, ଟମାଟୋ ସସ୍‌, ଲଙ୍କାଗୁଣ୍ଡ। ଏହାବ୍ୟତୀତ ଆଚାର ମସଲା ପାଇଁ ସୋରିଷ, ଜୀରା, ମେଥି, କଳାଜିରା ଓ ପାନମହୁରି।

ପ୍ରସ୍ତୁତି ପ୍ରଣାଳୀ: ପ୍ରଥମେ  କରେଇରେ ତେଲ ଗରମ କରି ପନୀରକୁ ହାଲକା ଭାଜି  ବାହାର କରି ଦିଅନ୍ତୁ। ଏହାପରେ ତେଲରେ ଜୀରା, କଟା ଯାଇଥିବା ଅଦା, ରସୁଣ, କଞ୍ଚାଲଙ୍କା, ପିଆଜ, ଟମାଟୋ, କ୍ୟାପସିକମ, ହଳଦି ଗୁଣ୍ଡ ଓ ଲୁଣ ପକାଇ ଭାଜନ୍ତୁ।

ପରେ ସେଥିରେ ଭଜା ପନିର, ଟମାଟୋ ସସ୍‌, ଲଙ୍କାଗୁଣ୍ଡ, ଓ ଚାଟ ମସଲା ପକାନ୍ତୁ। କିଛି ସମୟ ପରେ ଆଚାର ମସଲା ପକାଇ ଅଳ୍ପ ପାଣି ଦେଇ ଭଲ ଭାବେ ଫୁଟାନ୍ତୁ। ଏହାପରେ ଗରାମଗରମ ପ୍ଲେଟରେ ସର୍ଭ କରନ୍ତୁ।

Related story