Advertisment

ବର୍ଷା ଦିନେ ଗରମା ଗରମ ପନୀର-ବାଦାମ ଟିକ୍କିର ମଜା ନିଅନ୍ତୁ

ଆବଶ୍ୟକ ସାମଗ୍ରୀ- ପନୀର, ଆଳୁ ଚକଟା, ତେଲ, କଞ୍ଚା ଲଙ୍କା, ଅଦା, ଜିରା, ହଳଦୀ, ଲଙ୍କା ଗୁଣ୍ଡ, ଧନିଆ ପତ୍ର, ପିସ୍ତା ବାଦାମ, କର୍ଣ୍ଣଫ୍ଲୋର ଓ ଲୁଣ। ପ୍ରସ୍ତୁତି ପ୍ରଣାଳୀ– ପ୍ରଥମେ ପନୀର ଓ ସିଝା ଆଳୁରେ ସ୍ୱାଦ ଅନୁଯାୟୀ ଲୁଣ ପକାଇ ଭଲ ଭାବେ ଚକଟି ଦିଅନ୍ତୁ। ଏବେ  ଏକ ପ୍ୟାନ୍‌ରେ ମଧ୍ୟମ ଆଞ୍ଚରେ ତେଲ ଗରମ କରନ୍ତୁ। ତେଲ ଗରମ ହୋଇଗଲେ ଏଥିରେ ଜିରା ପକାନ୍ତୁ। ଜିରା ଫୁଟିଗଲା ପରେ ଏଥିରେ ଅଦା ଓ […]

author-image
Biswobandita Swain
ବର୍ଷା ଦିନେ ଗରମା ଗରମ ପନୀର-ବାଦାମ ଟିକ୍କିର ମଜା ନିଅନ୍ତୁ

healthy-peas-potato-paneer-

ଆବଶ୍ୟକ ସାମଗ୍ରୀ- ପନୀର, ଆଳୁ ଚକଟା, ତେଲ, କଞ୍ଚା ଲଙ୍କା, ଅଦା, ଜିରା, ହଳଦୀ, ଲଙ୍କା ଗୁଣ୍ଡ, ଧନିଆ ପତ୍ର, ପିସ୍ତା ବାଦାମ, କର୍ଣ୍ଣଫ୍ଲୋର ଓ ଲୁଣ।

ପ୍ରସ୍ତୁତି ପ୍ରଣାଳୀ
- ପ୍ରଥମେ ପନୀର ଓ ସିଝା ଆଳୁରେ ସ୍ୱାଦ ଅନୁଯାୟୀ ଲୁଣ ପକାଇ ଭଲ ଭାବେ ଚକଟି ଦିଅନ୍ତୁ। ଏବେ  ଏକ ପ୍ୟାନ୍‌ରେ ମଧ୍ୟମ ଆଞ୍ଚରେ ତେଲ ଗରମ କରନ୍ତୁ। ତେଲ ଗରମ ହୋଇଗଲେ ଏଥିରେ ଜିରା ପକାନ୍ତୁ। ଜିରା ଫୁଟିଗଲା ପରେ ଏଥିରେ ଅଦା ଓ କଞ୍ଚା ଲଙ୍କା ପକାନ୍ତୁ। ଅଦା ଓ କଞ୍ଚା ଲଙ୍କା ଭାଜି ହୋଇଗଲେ ଏଥିରେ କରି ହଳଦୀ ଗୁଣ୍ଡ ପକାନ୍ତୁ। ଏଥିସହିତ ପନୀର ଓ ଆଳୁ ମିଶ୍ରଣକୁ ପକାନ୍ତୁ। ତା’ପରେ ଲଙ୍କା ଗୁଣ୍ଡ ପକାଇ ଦୁଇରୁ ତିନି ମିନିଟ୍ ଗୋଳାଇବା ପରେ ପ୍ୟାନ୍‌କୁ ଚୁଲିରୁ ଓହ୍ଲାଇ ଆଣନ୍ତୁ।

Advertisment

ଏହି ମିଶ୍ରଣକୁ ଏକ ପ୍ଲେଟ୍‌ରେ ବାହାର କରି ସମ୍ପୂର୍ଣ୍ଣ ଭାବେ ଥଣ୍ଡା ହେବାକୁ ଛାଡ଼ି ଦିଅନ୍ତୁ। ତ’ପରେ ଏଥିରେ କର୍ଣ୍ଣଫ୍ଲୋର ଏବଂ କଟା ଧନିଆ ପତ୍ର ପକାନ୍ତୁ। ଏହି ମିଶ୍ରଣକୁ ଚକଟି ଗୋଲ ଏବଂ ହାଲ୍‌କା ଫ୍ଲାଟ୍‌ ଟିକ୍କିର ଆକାର ଦିଅନ୍ତୁ। ଏହା ଉପରେ କଟା ବାଦାମକୁ ଭଲ ଭାବେ ଲଗାନ୍ତୁ।

ଏବେ ପ୍ୟାନ୍‌ରେ ତେଲ ଗରମ କରନ୍ତୁ। ଏହି ତେଲରେ ଟିକ୍କିକୁ ଛାଣି ଦିଅନ୍ତୁ। ଉଭୟ ପାର୍ଶ୍ୱ ଗୋଲ୍ଡେନ୍‌ କଲର୍‌ ହେବା ଯାଏ ଛାଣନ୍ତୁ। ପ୍ରସ୍ତୁତ ହୋଇଗଲା ପନୀର-ବାଦାମ ଟିକ୍କି। ଆପଣଙ୍କ ମନ ପସନ୍ଦର ଚଟଣି ସହିତ ଏହାକୁ ଖାଆନ୍ତୁ ଓ ଅନ୍ୟମାନଙ୍କୁ ପରଷନ୍ତୁ।

Advertisment