ଆବଶ୍ୟକ ସାମଗ୍ରୀ: ଅଟା, ରିଫାଇନ ତେଲ, ଲୁଣ, ଗାଜର, କ୍ୟାପସିକମ୍, ମସରୁମ୍, ପିଆଜ, ଧନିଆ ପତ୍ର, ଅଦା, ପନୀର, କଟା କଞ୍ଚାଲଙ୍କା, ଲୁଣ, ଗରମ ମସଲା, ସସ୍ ।
ପ୍ରସ୍ତୁତ ପ୍ରଣାଳୀ: ଗୋଟିଏ ବାଉଲରେ ଅଟା ନିଅନ୍ତୁ। ସେଥିରେ କିଛି ତେଲ, ଲୁଣ ପକାଇ ଭଲ ଭାବେ ଗୋଳାଇ ଦିଅନ୍ତୁ। ଏହାପରେ ସେଥିରେ କିଛି କିଛି ପାଣି ଦେଇ ଅଟାକୁ ଭଲ ଭାବେ ଚକଟି ଦିଅନ୍ତୁ। ତାହାକୁ ୧୫ ମିନିଟ୍ ପାଇଁ ରଖି ଦିଅନ୍ତୁ।
ଏହାପରେ ଏକ ବାଉଲରେ ଛୋଟ ଛୋଟ ସାଇଜ୍ର କଟା ହୋଇଥିବା ଗାଜର, କ୍ୟାପସିକମ୍, ମସରୁମ୍, ପିଆଜ, ଧନିଆ ପତ୍ର , ଅଦା ଛେଚା, କଟା କଞ୍ଚାଲଙ୍କା, ଲୁଣ, ଗରମ ମସଲାକୁ ଭଲ ଭାବେ ଗୋଳାଇ ଦିଅନ୍ତୁ। ଏହାପରେ ଉକ୍ତ ବାଉଲରେ ଗ୍ରେଟେଡ ପନୀର ପକାନ୍ତୁ ।
ଏହାପରେ ଅଟା ଗୁଳାକୁ ନେଇ ତାହାକୁ ରୁଟି ଆକାରର କରନ୍ତୁ। ସେଥିରେ ଭେଜିଟେବୁଲ, ପନୀର ଷ୍ଟଫିଂ ଦେଇ ତାହାକୁ ଫୋଲ୍ଡ କରି ଦିଅନ୍ତୁ। ଏହାକୁ ପ୍ୟାନ୍ରେ ପରଟା ପରି ସେକି ଉଭୟ ସାଇଡରେ ରିଫାଇନ୍ ଦେଇ ଦିଅନ୍ତୁ। ଏବେ ପ୍ରସ୍ତୁତ ହୋଇଗଲା ପନୀର ଭେଜ ପରଟା। ଏହାକୁ ଗରମାଗରମ ସସ୍ ସହ ପରଷନ୍ତୁ।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।
Related Stories
Health
ଭଲ ହୋଇଯିବ ଓଠ ଫଟା; ଆପଣାନ୍ତୁ ଏହି ଘରୋଇ ଉପଚାର
ଲିପବାମ୍ ବ୍ୟବହାର କରିବା ପରିବର୍ତ୍ତେ ଘରୋଇ ଉପଚାର ମାଧ୍ୟମରେ ଆମେ ଓଠ ଫାଟିବାରୁ ମୁକ୍ତି ପାଇ ପାରିବା।
Health
ଭୁବନେଶ୍ୱର AIIMSରେ ୩ ମାସରେ ୩୧ ଏଚ୍ଆଇଭି ପଜିଟିଭ୍ ଚିହ୍ନଟ
ଭାରତରେ ଏଚଆଇଭି ସର୍ଭିଲାନ୍ସ ପାଇଁ ଥିବା ୮ଟି ଆଞ୍ଚଳିକ ପ୍ରତିଷ୍ଠାନ ମଧ୍ୟରୁ ଭୁବନେଶ୍ୱର ଏମ୍ସ ଅନ୍ୟତମ।
Health
କାର୍ଡିଆକ୍ ଆରେଷ୍ଟ ଓ ହାର୍ଟ ଆଟାକ୍ ସମାନ, ନା ଭିନ୍ନ ଭିନ୍ନ?
ହୃଦଘାତ ଓ କାର୍ଡିଆକ୍ ଆରେଷ୍ଟକୁ ନେଇ ଅନେକ ସମୟରେ ଦ୍ୱନ୍ଦ୍ୱ ଉପୁଜେ। ଏହା ଗୋଟିଏ ପ୍ରକାର ରୋଗ, ନା ଭିନ୍ନ, ଜାଣନ୍ତୁ...
Health
କୋଲେଷ୍ଟ୍ରଲ ସହ ଏହି ସବୁ ସମସ୍ୟାକୁ ଦୂର କରେ ଚିଆ ସିଡ୍ସ ଓ ଲେମ୍ବୁ
ଚିଆ ସିଡ୍ସ ଓ ଲେମ୍ବୁ ରସକୁ ମିଶାଇ ପିଇବା ଦ୍ୱାରା କି କି ଫାଇଦା ମିଳେ, ଜାଣନ୍ତୁ...
Beauty
ତ୍ୱଚାରେ ଚମକ ଆଣେ ନଡ଼ିଆ ତେଲ ସହ ଏହି ୨ ସାମଗ୍ରୀ
ସେସବୁ ସାମଗ୍ରୀ କଣ ଏବଂ ଏହାକୁ କିପରି ବ୍ୟବହାର କରିବେ, ଜାଣନ୍ତୁ...