Advertisment

ଶୀତ ଦିନେ ଘରେ ପ୍ରସ୍ତୁତ କରନ୍ତୁ ଗରମାଗରମ ପନୀର ଭେଜ ପରଟା

ଆବଶ୍ୟକ ସାମଗ୍ରୀ: ଅଟା, ରିଫାଇନ ତେଲ,  ଲୁଣ, ଗାଜର, କ୍ୟାପସିକମ୍‌, ମସରୁମ୍‌, ପିଆଜ, ଧନିଆ ପତ୍ର, ଅଦା, ପନୀର, କଟା କଞ୍ଚାଲଙ୍କା, ଲୁଣ, ଗରମ ମସଲା, ସସ୍‌ ।  ପ୍ରସ୍ତୁତ ପ୍ରଣାଳୀ: ଗୋଟିଏ ବାଉଲରେ ଅଟା ନିଅନ୍ତୁ। ସେଥିରେ କିଛି ତେଲ, ଲୁଣ ପକାଇ ଭଲ ଭାବେ ଗୋଳାଇ ଦିଅନ୍ତୁ। ଏହାପରେ ସେଥିରେ କିଛି କିଛି ପାଣି ଦେଇ ଅଟାକୁ ଭଲ ଭାବେ ଚକଟି ଦିଅନ୍ତୁ। ତାହାକୁ ୧୫ ମିନିଟ୍‌ ପାଇଁ ରଖି ଦିଅନ୍ତୁ। ଏହାପରେ ଏକ […]

ଶୀତ ଦିନେ ଘରେ ପ୍ରସ୍ତୁତ କରନ୍ତୁ ଗରମାଗରମ ପନୀର ଭେଜ ପରଟା

paneer veg paratha

Advertisment

ଆବଶ୍ୟକ ସାମଗ୍ରୀ: ଅଟା, ରିଫାଇନ ତେଲ,  ଲୁଣ, ଗାଜର, କ୍ୟାପସିକମ୍‌, ମସରୁମ୍‌, ପିଆଜ, ଧନିଆ ପତ୍ର, ଅଦା, ପନୀର, କଟା କଞ୍ଚାଲଙ୍କା, ଲୁଣ, ଗରମ ମସଲା, ସସ୍‌ ।

Advertisment

 ପ୍ରସ୍ତୁତ ପ୍ରଣାଳୀ: ଗୋଟିଏ ବାଉଲରେ ଅଟା ନିଅନ୍ତୁ। ସେଥିରେ କିଛି ତେଲ, ଲୁଣ ପକାଇ ଭଲ ଭାବେ ଗୋଳାଇ ଦିଅନ୍ତୁ। ଏହାପରେ ସେଥିରେ କିଛି କିଛି ପାଣି ଦେଇ ଅଟାକୁ ଭଲ ଭାବେ ଚକଟି ଦିଅନ୍ତୁ। ତାହାକୁ ୧୫ ମିନିଟ୍‌ ପାଇଁ ରଖି ଦିଅନ୍ତୁ।

ଏହାପରେ ଏକ ବାଉଲରେ ଛୋଟ ଛୋଟ ସାଇଜ୍‌ର କଟା ହୋଇଥିବା ଗାଜର, କ୍ୟାପସିକମ୍‌, ମସରୁମ୍‌, ପିଆଜ, ଧନିଆ ପତ୍ର , ଅଦା ଛେଚା, କଟା କଞ୍ଚାଲଙ୍କା, ଲୁଣ, ଗରମ ମସଲାକୁ ଭଲ ଭାବେ ଗୋଳାଇ ଦିଅନ୍ତୁ। ଏହାପରେ ଉକ୍ତ ବାଉଲରେ ଗ୍ରେଟେଡ ପନୀର ପକାନ୍ତୁ ।

Advertisment

ଏହାପରେ ଅଟା ଗୁଳାକୁ ନେଇ ତାହାକୁ ରୁଟି ଆକାରର କରନ୍ତୁ।  ସେଥିରେ ଭେଜିଟେବୁଲ, ପନୀର ଷ୍ଟଫିଂ ଦେଇ ତାହାକୁ ଫୋଲ୍ଡ କରି ଦିଅନ୍ତୁ। ଏହାକୁ ପ୍ୟାନ୍‌ରେ ପରଟା ପରି ସେକି ଉଭୟ ସାଇଡରେ ରିଫାଇନ୍‌ ଦେଇ ଦିଅନ୍ତୁ। ଏବେ ପ୍ରସ୍ତୁତ ହୋଇଗଲା ପନୀର ଭେଜ ପରଟା। ଏହାକୁ ଗରମାଗରମ ସସ୍‌ ସହ ପରଷନ୍ତୁ।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe