/odisha-reporter/media/post_attachments/uploads/2020/03/chkn.jpg)
chkn
ଆବଶ୍ୟ ସାମଗ୍ରୀ: ପାଇନାପଲ୍(ସପୁରୀ), ବୋନ୍ଲେସ୍ ଚିକେନ୍, ରସୁଣ, ପିଆଜ, କଞ୍ଚାଲଙ୍କା, ବ୍ରୋକୋଲି, କ୍ୟାପ୍ସିକମ୍, ଗୋଲମରିଚ, ଚିନି, ତେଲ, କର୍ନଫ୍ଲୋର ଓ ଲୁଣ।
Advertisment
ପ୍ରସ୍ତୁତି ପ୍ରଣାଳୀ: ପ୍ରଥମେ କଡ଼େଇରେ ତେଲ ଗରମ କରି ଗୋଲମରିଚ, ରସୁଣ, କଞ୍ଚାଲଙ୍କା ଓ ପିଆଜ ପକାଇ ଭାଜନ୍ତୁ। ଏଗୁଡ଼ିକ ଟିକେ ନରମ ହୋଇଯିବା ପରେ ହେବା ପରେ କ୍ୟାପ୍ସିକମ୍ ଓ ବ୍ରୋକୋଲି ପକାଇ ଭାଜନ୍ତୁ। ଏସବୁ ଭଲ ଭାବେ ଭାଜି ହୋଇଗଲେ ଏଥିରେ ଚିକେନ୍ ପକାଇ ଗୋଳାନ୍ତୁ। ଏବେ କଟା ଯାଇ ରଖାଯାଇଥିବା ପାଇନାପଲ୍ ଓ ଚିନି ପକାଇ ଅଳ୍ପ ପାଣି ଦେଇ ଘୋଡ଼ଣୀ ଘୋଡ଼େଇ ଦିଅନ୍ତୁ। ଚିକେନ୍କୁ କିଛି ସମୟ ସିଝିବାକୁ ଛାଡ଼ି ଦିଅନ୍ତୁ। ଚିକେନ୍ ସିଝିଯିବା ପରେ ସ୍ୱାଦ ଅନୁସାରେ ଲୁଣ ପକାନ୍ତୁ। ଆଉ ଏକ ପାତ୍ରରେ ଅଳ୍ପ ପାଣି ଓ କର୍ନଫ୍ଲୋର ଗୋଳେଇ ଚିକେନରେ ଢାଳି ଭଲଭାବେ ଗୋଳାନ୍ତୁ। ଚିକେନ୍ ଶୁଖିଲା ହୋଇଗଲେ ଚୁଲି ବନ୍ଦ କରିଦିଅନ୍ତୁ। ବର୍ତ୍ତମାନ ପ୍ରସ୍ତୁତ ହୋଇଗଲା ‘ପାଇନାପଲ୍ ଚିକେନ୍’।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
