ଆବଶ୍ୟକୀୟ ସାମଗ୍ରୀ: କଟା ସାରୁ, ହଳଦୀଗୁଣ୍ଡ, ରିଫାଇନ୍ ତେଲ, ପୋଟଳ ପତ୍ର ବଟା, ସୋରିଷ, ଜୀରା, ଅଦା ବଟା, ସ୍ୱାଦଅନୁସାରେ ଲୁଣ।
ପ୍ରସ୍ତୁତି ପ୍ରଣାଳୀ: ପ୍ରଥମେ ପୋଟଳ ପତ୍ରକୁ ଧୋଇ ସେଥିରେ ଜୀରା, ହଳଦୀଗୁଣ୍ଡ, ଶୁଖିଲା ଲଙ୍କା ପକେଇ ବାଟି ରଖନ୍ତୁ। କରେଇରେ ତେଲ ଗରମ କରି ପୋଟଳପତ୍ର ବଟାକୁ ଭଲଭାବେ କଷି ଦିଅନ୍ତୁ। ଆଉ ଗୋଟେ କରେଇରେ ତେଲ ଗରମ କରି ଫୁଟଣ ଫୁଟାନ୍ତୁ। ଫୁଟଣ ଫୁଟିବା ପରେ ଅଦା ସୋରିଷ ଜୀରା ଶୁଖିଲାଲଙ୍କା ବଟା, ଲୁଣ ଓ ହଳଦୀଗୁଣ୍ଡ ପକେଇ କଷନ୍ତୁ। ମସଲା କଷି ହୋଇଯିବା ପରେ କଟା ସାରୁ ଓ ଅଳ୍ପ ପାଣି ଦେଇ ଘୋଡ଼ଣୀ ଘୋଡେ଼ଇ ଦିଅନ୍ତୁ। ସାରୁ ସିଝିବା ପରେ ପ୍ରସ୍ତୁତ ପୋଟଳ ପତ୍ର କଷା ଓ ଅଳ୍ପ ପାଣି ଦେଇ ଆଉଥରେ ଘୋଡ଼ଣୀ ଘୋଡେ଼ଇ ଦିଅନ୍ତୁ। ୪ ରୁ ୫ ମିନିଟ୍ ପରେ ପ୍ରସ୍ତୁତ ହୋଇଯିବ ପୋଟଳ ପତ୍ର ସାରୁ ବେସର।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।
Related Stories
Food
ବିପଦପୂର୍ଣ୍ଣ ଖାଦ୍ୟ ତାଲିକାରେ ପ୍ୟାକେଜ ପାଣି, ମାନକ ମାପିବ FSSAI
ପ୍ୟାକେଜ୍ ପାଣି ସ୍ୱାସ୍ଥ୍ୟ ପାଇଁ ହାନିକାରକ କି, ନୁହେଁ, ଜାଣନ୍ତୁ...
Food
ଗଜା ମୁଗର ଫାଇଦା; ଚର୍ମକୁ କରେ ଚିକ୍କଣ, ହୃଦୟକୁ ରଖେ ସୁସ୍ଥ
ପ୍ରତିଦିନ ସକାଳେ ଗଜା ମୁଗ ଖାଇବା ଦ୍ୱାରା ଅନେକ ଫାଇଦା ମିଳିଥାଏ।