ଚିଙ୍ଗୁଡି ଚକମା

ସାଧାରଣତଃ ଚିଙ୍ଗୁଡି ଖାଇବା ପାଇଁ ସମସ୍ତେ ପସନ୍ଦ କରନ୍ତି । ଘରେ ଏଥିରେ ବିଭିନ୍ନ ପ୍ରକାରର ଆଇଟମ ମଧ୍ୟ ରୋଷେଇ ହୁଏ । ତେବେ ଆମେ ଆପଣଙ୍କୁ ଚିଙ୍ଗୁଡିର ଏକ ନୂଆ ଚଟପଟା ଆଇଟମ ବିଷୟରେ କହିବୁ, ଯାହାର ନାଁ ହେଲା ଚିଙ୍ଗୁଡି ଚକମା । ତେବେ ଆସନ୍ତୁ ଜାଣିବା ଏହା କିଭଳି ରୋଷେଇ ହୁଏ । ସାମଗ୍ରୀ: ୫୦୦ ଗ୍ରାମ ଚିଙ୍ଗୁଡି, ଲଙ୍କା ପାଉଡର, ଜିରା ପାଉଡର, ଗରମ ମସଲା, ହଳଦୀ, ଲୁଣ, ତେଲ ଏବଂ […]

prawn-recipe

Madhupriya Mistry
  • Published: Wednesday, 09 December 2020
  • , Updated: 09 December 2020, 08:10 AM IST

ସାଧାରଣତଃ ଚିଙ୍ଗୁଡି ଖାଇବା ପାଇଁ ସମସ୍ତେ ପସନ୍ଦ କରନ୍ତି । ଘରେ ଏଥିରେ ବିଭିନ୍ନ ପ୍ରକାରର ଆଇଟମ ମଧ୍ୟ ରୋଷେଇ ହୁଏ । ତେବେ ଆମେ ଆପଣଙ୍କୁ ଚିଙ୍ଗୁଡିର ଏକ ନୂଆ ଚଟପଟା ଆଇଟମ ବିଷୟରେ କହିବୁ, ଯାହାର ନାଁ ହେଲା ଚିଙ୍ଗୁଡି ଚକମା । ତେବେ ଆସନ୍ତୁ ଜାଣିବା ଏହା କିଭଳି ରୋଷେଇ ହୁଏ ।

ସାମଗ୍ରୀ: ୫୦୦ ଗ୍ରାମ ଚିଙ୍ଗୁଡି, ଲଙ୍କା ପାଉଡର, ଜିରା ପାଉଡର, ଗରମ ମସଲା, ହଳଦୀ, ଲୁଣ, ତେଲ ଏବଂ ଭିନେଗାର, ଶୁଖିଲା ଲଙ୍କା ଓ ଜିରା ରସୁଣଙ୍କୁ ମିଶାଇ ଏକ ପେଷ୍ଟ ।

ପ୍ରସ୍ତୁତି ପ୍ରଣାଳୀ- ପ୍ରଥମେ ଚିଙ୍ଗୁଡିରେ ୩ରୁ ୪ ଚାମଚ ବଟା ମସଲା ଗୋଳାନ୍ତୁ । ଏହାପରେ ସ୍ୱାଦ ଅନୁସାରେ ଲୁଣ ପକାନ୍ତୁ । ତା’ପାରେ ଛୋଟ ଚାମଚ ହଳଦୀ ଗୁଣ୍ଡ, ଅଧାଚାମ ଗରମ ମସଲା, ଅଧା ଚାମଚ ଜିରା ପାଉଡର ପକାଉ ଚିଙ୍ଗୁଡିକୁ ଗୋଲାଇ ୫ରୁ ୧୦ ମିନିଟ ରଖନ୍ତୁ । ମସଲା ଭେଦି ହେଲା ପରେ ଚିଙ୍ଗୁଡିକୁ ଗରମ ତେଲରେ ଫ୍ରାଏ କରନ୍ତୁ । ୫ରୁ ୧୦ ମିନିଟ ଫ୍ରାଏ କରିବା ପରେ ସେଥିରେ ଅଳ୍ପ ଗରମ ମସଲା ପକାନ୍ତୁ। ଏହାପରେ ଗରମ ଗରମ ପ୍ଲେଟର ଧନିଆ ପତ୍ର ପକାଇ ସର୍ଭ କରନ୍ତୁ ।

Related story