Odia food Recipe:କେବେ ଖାଇଛନ୍ତି ‘ମୁଗପୁର କଦଳୀବରା’- Mugapur kadali bara

ଆବଶ୍ୟକ ସାମଗ୍ରୀ: କଞ୍ଚା କଦଳୀ ସିଝା ମୁଗ ଚାଉଳ ଚୂନା ଲୁଣ ହଳଦୀ ଛେନା ଗୁଡ଼ ଅଦା ଛେଚା ଗୋଲମରିଚ ଗୁଣ୍ଡ ପ୍ରସ୍ତୁତି ପ୍ରଣାଳୀ: ପ୍ରଥମେ ଚୋପା ଛଡ଼ାଇ କଞ୍ଚା କଦଳୀକୁ ଲୁଣ ଓ ହଳଦୀ ଦେଇ ସିଝାଇ ଦିଅନ୍ତୁ। ଏହା ପରେ ସିଝା ମୁଗରେ ଛେନା, ଗୁଡ଼, ଅଦା ଛେଚା ଓ ଗୋଲମରିଚ ଗୁଣ୍ଡକୁ ମିଶାଇ ପୁର ପ୍ରସ୍ତୁତ କରନ୍ତୁ। କଦଳୀ ସିଝି ଯିବା ପରେ ସେଥିରେ ଚାଉଳ ଚୂନା ପକାଇ ଭଲ ଭାବେ ଚକଟି […]

food

Chinmayee Roy
  • Published: Sunday, 10 November 2019
  • , Updated: 01 September 2020, 05:56 PM IST

ଆବଶ୍ୟକ ସାମଗ୍ରୀ:

  • କଞ୍ଚା କଦଳୀ
  • ସିଝା ମୁଗ
  • ଚାଉଳ ଚୂନା
  • ଲୁଣ
  • ହଳଦୀ
  • ଛେନା
  • ଗୁଡ଼
  • ଅଦା ଛେଚା
  • ଗୋଲମରିଚ ଗୁଣ୍ଡ

ପ୍ରସ୍ତୁତି ପ୍ରଣାଳୀ:

ପ୍ରଥମେ ଚୋପା ଛଡ଼ାଇ କଞ୍ଚା କଦଳୀକୁ ଲୁଣ ଓ ହଳଦୀ ଦେଇ ସିଝାଇ ଦିଅନ୍ତୁ। ଏହା ପରେ ସିଝା ମୁଗରେ ଛେନା, ଗୁଡ଼, ଅଦା ଛେଚା ଓ ଗୋଲମରିଚ ଗୁଣ୍ଡକୁ ମିଶାଇ ପୁର ପ୍ରସ୍ତୁତ କରନ୍ତୁ।

କଦଳୀ ସିଝି ଯିବା ପରେ ସେଥିରେ ଚାଉଳ ଚୂନା ପକାଇ ଭଲ ଭାବେ ଚକଟି ଦିଅନ୍ତୁ। ଏବେ କଦଳୀ ଓ ଚାଉଳ ଚୂନା ଚକଟାକୁ କାକରା ପିଠା ଆକାରର କରି ତା ଭିତରେ ମୁଗ ଓ ଛେନାର ପୁର ଦେଇ ଗଢ଼ନ୍ତୁ।  ଏବେ ଏକ କଡ଼େଇରେ ତେଲ ଗରମ କରନ୍ତୁ ଓ ସେଗୁଡ଼ିକୁ ଚାଉଳ ଚୂନାରେ ପକାଇ ତେଲରେ ଛାଣନ୍ତୁ। ଲାଲ୍‌ ହୋଇଗଲେ ସେଗୁଡ଼ିକୁ ଏକ ପ୍ଲେଟ୍‌କୁ କାଢ଼ି ରଖନ୍ତୁ। ପ୍ରସ୍ତୁତ ହୋଇଗଲା ‘ମୁଗପୁର କଦଳୀବରା’।

Related story