/odisha-reporter/media/post_attachments/uploads/2019/09/ladoo.jpg)
ladoo
ଆବଶ୍ୟକ ସାମଗ୍ରୀ
- ସାବୁଦାନା
- ନଡ଼ିଆ କୋରା
- ଚିନି
- ଗୁଜୁରାତି ଗୁଣ୍ଡ
- କାଜୁ
- ଆଲମଣ୍ଡ
- ଗୁଆଘିଅ
ପ୍ରସ୍ତୁତି ପ୍ରଣାଳୀ
ପ୍ରଥମେ ଏକ କଡ଼େଇରେ ସାବୁଦାନାକୁ ଭାଜନ୍ତୁ। ସାବୁଦାନାଗୁଡ଼ିକ ଯେତେବେଳେ ଫୁଲିଯିବ ଓ ହାଲକା ଲାଲ୍ ହୋଇଆସିବ ଚୁଲି ବନ୍ଦ କରି ଦିଅନ୍ତୁ। ଏବେ ଏହାକୁ ଗ୍ରାଇଣ୍ଡରରେ ଗୁଣ୍ଡ କରି ଦିଅନ୍ତୁ। ଏହାପରେ ଏକ କଡ଼େଇରେ ଗୁଆଘିଅ ଗରମ କରି ଏଥିରେ ନଡ଼ିଆକୋରା ପକାଇ ଭାଜନ୍ତୁ। ନଡ଼ିଆ ହାଲକା ଭାଜି ହୋଇଗଲେ ଏଥିରେ ସାବୁଦାନା ପାଉଡର ଓ ଚିନି ପକାଇ ଭଲଭାବେ ଗୋଳାଇ ଏକ ପାତ୍ରକୁ କାଢ଼ି ଦିଅନ୍ତୁ।
Advertisment
ଏବେ ସେହି କରେଇରେ ଅଳ୍ପ ଗୁଆଘିଅ ଗରମ କରି କାଜୁ ଓ ଆଲମଣ୍ଡକୁ ଭାଜନ୍ତୁ। ହାଲକା ଭାଜି ହୋଇଗଲେ ଏଥିରେ ସାବୁଦାନା -ନଡ଼ିଆ ମିଶ୍ରଣ ଓ ଗୁଜୁରାତି ଗୁଣ୍ଡ ପକାଇ ଭଲଭାବେ ଗୋଳାଇ ୫ ମିନିଟ୍ ପରେ ଚୁଲି ବନ୍ଦ କରିଦିଅନ୍ତୁ। ଏହି ମିଶ୍ରଣ ହାଲକା ଗରମ ଥିବା ଅବସ୍ଥାରେ ହାତରେ ନେଇ ଗୋଲ୍ ଗୋଲ୍ ଲଡ଼ୁ ଗଢ଼ନ୍ତୁ। ଏହାକୁ ଆପଣ ଏୟାର ଟାଇଟ୍ ଡବାରେ ରଖି ଖାଇପାରିବେ।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
