Advertisment

ଦୁର୍ଗାପୂଜାରେ ମା’ଙ୍କ ପାଇଁ ପ୍ରସ୍ତୁତ କରନ୍ତୁ ସାବୁଦାନା ଲଡ଼ୁ- Sabu dana laddu recipe

ଆବଶ୍ୟକ ସାମଗ୍ରୀ ସାବୁଦାନା ନଡ଼ିଆ କୋରା ଚିନି ଗୁଜୁରାତି ଗୁଣ୍ଡ କାଜୁ ଆଲମଣ୍ଡ ଗୁଆଘିଅ ପ୍ରସ୍ତୁତି ପ୍ରଣାଳୀ ପ୍ରଥମେ ଏକ କଡ଼େଇରେ ସାବୁଦାନାକୁ ଭାଜନ୍ତୁ। ସାବୁଦାନାଗୁଡ଼ିକ ଯେତେବେଳେ ଫୁଲିଯିବ ଓ ହାଲକା ଲାଲ୍‌ ହୋଇଆସିବ ଚୁଲି ବନ୍ଦ କରି ଦିଅନ୍ତୁ। ଏବେ ଏହାକୁ ଗ୍ରାଇଣ୍ଡରରେ ଗୁଣ୍ଡ କରି ଦିଅନ୍ତୁ। ଏହାପରେ ଏକ କଡ଼େଇରେ ଗୁଆଘିଅ ଗରମ କରି ଏଥିରେ ନଡ଼ିଆକୋରା ପକାଇ ଭାଜନ୍ତୁ। ନଡ଼ିଆ ହାଲକା ଭାଜି ହୋଇଗଲେ ଏଥିରେ ସାବୁଦାନା ପାଉଡର ଓ ଚିନି […]

ଅଦ୍ୟତନ ହୋଇଛି
ଦୁର୍ଗାପୂଜାରେ ମା’ଙ୍କ ପାଇଁ ପ୍ରସ୍ତୁତ କରନ୍ତୁ ସାବୁଦାନା ଲଡ଼ୁ- Sabu dana laddu recipe

ladoo

Advertisment

ଆବଶ୍ୟକ ସାମଗ୍ରୀ

  • ସାବୁଦାନା
  • ନଡ଼ିଆ କୋରା
  • ଚିନି
  • ଗୁଜୁରାତି ଗୁଣ୍ଡ
  • କାଜୁ
  • ଆଲମଣ୍ଡ
  • ଗୁଆଘିଅ

ପ୍ରସ୍ତୁତି ପ୍ରଣାଳୀ

ପ୍ରଥମେ ଏକ କଡ଼େଇରେ ସାବୁଦାନାକୁ ଭାଜନ୍ତୁ। ସାବୁଦାନାଗୁଡ଼ିକ ଯେତେବେଳେ ଫୁଲିଯିବ ଓ ହାଲକା ଲାଲ୍‌ ହୋଇଆସିବ ଚୁଲି ବନ୍ଦ କରି ଦିଅନ୍ତୁ। ଏବେ ଏହାକୁ ଗ୍ରାଇଣ୍ଡରରେ ଗୁଣ୍ଡ କରି ଦିଅନ୍ତୁ। ଏହାପରେ ଏକ କଡ଼େଇରେ ଗୁଆଘିଅ ଗରମ କରି ଏଥିରେ ନଡ଼ିଆକୋରା ପକାଇ ଭାଜନ୍ତୁ। ନଡ଼ିଆ ହାଲକା ଭାଜି ହୋଇଗଲେ ଏଥିରେ ସାବୁଦାନା ପାଉଡର ଓ ଚିନି ପକାଇ ଭଲଭାବେ ଗୋଳାଇ ଏକ ପାତ୍ରକୁ କାଢ଼ି ଦିଅନ୍ତୁ।

Advertisment

sabu dana ladduଏବେ ସେହି କରେଇରେ ଅଳ୍ପ ଗୁଆଘିଅ ଗରମ କରି କାଜୁ ଓ ଆଲମଣ୍ଡକୁ ଭାଜନ୍ତୁ। ହାଲକା ଭାଜି ହୋଇଗଲେ ଏଥିରେ ସାବୁଦାନା -ନଡ଼ିଆ ମିଶ୍ରଣ ଓ ଗୁଜୁରାତି ଗୁଣ୍ଡ ପକାଇ ଭଲଭାବେ ଗୋଳାଇ ୫ ମିନିଟ୍‌ ପରେ ଚୁଲି ବନ୍ଦ କରିଦିଅନ୍ତୁ। ଏହି ମିଶ୍ରଣ ହାଲକା ଗରମ ଥିବା ଅବସ୍ଥାରେ ହାତରେ ନେଇ ଗୋଲ୍ ଗୋଲ୍ ଲଡ଼ୁ ଗଢ଼ନ୍ତୁ। ଏହାକୁ ଆପଣ ଏୟାର ଟାଇଟ୍‌ ଡବାରେ ରଖି ଖାଇପାରିବେ।

Odia Food Recipe Orissa Food
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe