/odisha-reporter/media/post_attachments/uploads/2020/06/mutton.jpg)
mutton
ଆବଶ୍ୟକ ସାମଗ୍ରୀ:
ମଟନ୍, ପିଆଜ, ତେଜପତ୍ର, ଅଳେଇଚ, ଗୁଜୁରାତି, ଷ୍ଟାରଫୁଲ, ଧନିଆ ଗୁଣ୍ଡ, ଜୀରା ଗୁଣ୍ଡ, ଗରମ ମସାଲା ଗୁଣ୍ଡ, ଦହି, କାଶ୍ମୀରୀ ଲଙ୍କାଗୁଣ୍ଡ, ଅଦା ରସୁଣ ପେଷ୍ଟ, ଲୁଣ, ତେଲ ଓ ଘିଅ।
ପ୍ରସ୍ତୁତି ପ୍ରଣାଳୀ:
ପ୍ରଥମେ ଏକ ପାତ୍ରରେ ମଟନ୍, ଦହି, ଧନିଆ ଗୁଣ୍ଡ, ଗରମ ମସାଲା ଗୁଣ୍ଡ, ଜୀରା ଗୁଣ୍ଡ, କାଶ୍ମୀରୀ ଲଙ୍କାଗୁଣ୍ଡ, ଅଦାରସୁଣ ପେଷ୍ଟ, ଲୁଣ ଇତ୍ୟାଦିକୁ ପକାଇ ଏହାକୁ ଭଲ ଭାବରେ ଗୋଳାଇ ଅଧଘଣ୍ଟା ଘୋଡ଼ାଇ ରଖିଦିଅନ୍ତୁ। ଏହାପରେ ଏକ ପ୍ୟାନ୍ରେ ତେଲ ଗରମ କରି ସେଥିରେ କଟା ପିଆଜକୁ ଫ୍ରାଏ କରନ୍ତୁ। ପିଆଜ ଗୋଲ୍ଡେନ ବ୍ରାଉନ୍ ହୋଇଗଲା ପରେ ଏହାକୁ ପ୍ୟାନ୍ରୁ ବାହାରକୁ କାଢ଼ି ଦିଅନ୍ତୁ ଏବଂ ଗ୍ରାଇଣ୍ଡରରେ ଅଳ୍ପ ପାଣି ଦେଇ ବାଟି ରଖନ୍ତୁ। ବର୍ତ୍ତମାନ ପ୍ୟାନ୍ରେ ଅଳ୍ପ ଘିଅ ଗରମ କରି ତେଜପତ୍ର, ଅଳେଇଚ, ଗୁଜୁରାତି ଓ ଷ୍ଟାରଫୁଲ ପକେଇ ହାଲକା ଭାଜିଦିଅନ୍ତୁ। ପରେ ଏଥିରେ ପୂର୍ବରୁ ଗୋଳା ହୋଇ ରଖାଯାଇଥିବା ମଟନ୍କୁ ପକାଇ ଦିଅନ୍ତୁ। ୫ରୁ ୧୦ମିନିଟ୍ କସିଲା ପରେ ଏବେ ଏଥିରେ ଏକ କପ୍ ପାଣି ଦେଇ ପ୍ରାୟ ଅଧଘଣ୍ଟା ପର୍ଯ୍ୟନ୍ତ କମ୍ ଆଞ୍ଚରେ ଘୋଡ଼ାଇ ରଖନ୍ତୁ। ମଝିରେ ମଝିରେ ଏହାର ଘୋଡ଼ଣୀକୁ କାଢି ଗୋଳାଇ ଦେଉଥିବେ, ଯେପରି ତଳେ ନଲାଗିବ। ଅଧଘଣ୍ଟା ପରେ ପୂର୍ବରୁ ରଖା ହୋଇଥିବା ପିଆଜ ବଟାକୁ ଏଥିରେ ପକାଇ ଭଲ ଭାବରେ କଷନ୍ତୁ। ପ୍ରାୟ ୧୦ମିନିଟ୍ ଏଭଳି କଷିଲା ପରେ ପାଣି ଦେଇ ପୁଣିଥରେ ଏହାର ଘୋଡ଼ଣୀ ଘୋଡ଼ାଇ ପ୍ରାୟ ଅଧଘଣ୍ଟା ପର୍ଯ୍ୟନ୍ତ ଛାଡ଼ିଦିଅନ୍ତୁ। ମଝିରେ ମଝିରେ ଏହାର ଘୋଡ଼ଣୀ କାଢ଼ି କଷି ଦେଉଥିବା, ନଚେତ୍ ଏହା ପ୍ୟାନ୍ରେ ଲାଗିଯିବ। ଅଧଘଣ୍ଟା ପରେ ଘୋଡ଼ଣା କାଢ଼ି ଦିଅନ୍ତୁ ଓ ଉପରେ ଟିକେ ଗରମ ମସଲା ଛିଞ୍ଚି ଦିଅନ୍ତୁ। ବର୍ତ୍ତମାନ ପ୍ରସ୍ତୁତ ହୋଇଗଲା ଆପଣଙ୍କର 'ସାହି ମଟନ୍ କୋର୍ମା'।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
