କେବେ ଖାଇଛନ୍ତି ‘ସୁଜି ଆପେ’ ?- Know the unique recipe of suji appe
ଆବଶ୍ୟକ ସାମଗ୍ରୀ:
- ସୁଜି
- ଦହି
- ସୋରିଷ-ଜୀରା ବଟା
- କଟା ପିଆଜ
- କଞ୍ଚାଲଙ୍କା ବଟା
- ଭୁର୍ସୁଙ୍ଗ ପତ୍ର
- କଟା ଟମାଟୋ
- ଲୁଣ
- ଖାଇବା ସୋଢ଼ା
- ତେଲ
ପ୍ରସ୍ତୁତି ପ୍ରଣାଳୀ:
ପ୍ରଥମେ ଏକ କଡ଼େଇରେ ତେଲ ଗରମ କରି ସେଥିରେ ସୋରିଷ-ଜୀରା ବଟା, କଟା ପିଆଜ, କଞ୍ଚାଲଙ୍କା ବଟା, ଭୁର୍ସୁଙ୍ଗ ପତ୍ର ଓ କଟା ଟମାଟୋ ପକାଇ ଭାଜି ରଖନ୍ତୁ। ଏବେ ଆଉ ଏକ ପାତ୍ରରେ ଦହି ଓ ପାଣି ମିଶାଇ ସେଥିରେ ସୁଜି ପକାଇ ଭଲଭାବେ ଗୋଳାନ୍ତୁ। ଏହାପରେ ଦହି ଓ ସୁଜି ମିଶ୍ରଣରେ ଭଜା ମସଲା, ଲୁଣ ଓ ଖାଇବା ସୋଢ଼ା ପକାଇ ଭଲଭାବେ ଗୋଳାଇ ଦିଅନ୍ତୁ।
ଏବେ ଏକ ଛାଞ୍ଚରେ ତେଲ ମାରି ମସଲାଗୋଳା ସୁଜିକୁ ରଖି ଘୋଡ଼ଣୀ ଘୋଡ଼ାଇ ଦିଅନ୍ତୁ। ୫ ମିନିଟ୍ ପରେ ଘୋଡ଼ଣୀ ବାହାର କରି ତାକୁ ଲେଉଟାଇ ଦେଇ ପୁଣି ଘୋଡ଼ଣୀ ଘୋଡ଼ଇ ଦିଅନ୍ତୁ। ଦୁଇ ମିନିଟ୍ ପରେ ପ୍ରସ୍ତୁତ ହୋଇଯିବ ସ୍ୱାଦିଷ୍ଟ ‘ସୁଜି ଆପେ’।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।