Advertisment

ଏଥର ଧନତେରସ୍‌ରେ ଘରେ ପ୍ରସ୍ତୁତ କରନ୍ତୁ ସୁଜି ବରଫି

ଆବଶ୍ୟକ ସାମଗ୍ରୀ: ସୁଜି, ଚିନି, ଗୁଆଘିଅ, ଅମୁଲ, ଡ୍ରାଏ ଫ୍ରୁଟ୍ସ, ପାଣି  । ଏହି ମିଠା ପ୍ରସ୍ତୁତ ପାଇଁ ସମ ପରିମାଣର ସୁଜି ଓ ଚିନି  ଆବଶ୍ୟକ। ଏଥିସହ ଯେତିକି ଚିନି ତାହାର ଅଧା ପାଣି ଆବଶ୍ୟକ । ପ୍ରସ୍ତୁତି ପ୍ରଣାଳୀ: ଏକ ପାତ୍ରକୁ ଗ୍ୟାସ୍‌ରେ ବସାଇ ତାହାକୁ ଗରମ କରନ୍ତୁ। ଏହାପରେ ସେଥିରେ ଗୁଆ ଘିଅ ପକାନ୍ତୁ। ଘିଅ ଗରମ ହେଲେ ସେଥିରେ ସୁଜି ପକାଇ ଧିମା ଆଞ୍ଚରେ ସୁଜିକୁ ଭାଜନ୍ତୁ। ଆସ୍ତେ ଆସ୍ତେ ସୁଜି […]

ଅଦ୍ୟତନ ହୋଇଛି
ଏଥର ଧନତେରସ୍‌ରେ ଘରେ ପ୍ରସ୍ତୁତ କରନ୍ତୁ ସୁଜି ବରଫି

suji-barfi

Advertisment

ଆବଶ୍ୟକ ସାମଗ୍ରୀ: ସୁଜି, ଚିନି, ଗୁଆଘିଅ, ଅମୁଲ, ଡ୍ରାଏ ଫ୍ରୁଟ୍ସ, ପାଣି  । ଏହି ମିଠା ପ୍ରସ୍ତୁତ ପାଇଁ ସମ ପରିମାଣର ସୁଜି ଓ ଚିନି  ଆବଶ୍ୟକ। ଏଥିସହ ଯେତିକି ଚିନି ତାହାର ଅଧା ପାଣି ଆବଶ୍ୟକ ।

Advertisment

ପ୍ରସ୍ତୁତି ପ୍ରଣାଳୀ: ଏକ ପାତ୍ରକୁ ଗ୍ୟାସ୍‌ରେ ବସାଇ ତାହାକୁ ଗରମ କରନ୍ତୁ। ଏହାପରେ ସେଥିରେ ଗୁଆ ଘିଅ ପକାନ୍ତୁ। ଘିଅ ଗରମ ହେଲେ ସେଥିରେ ସୁଜି ପକାଇ ଧିମା ଆଞ୍ଚରେ ସୁଜିକୁ ଭାଜନ୍ତୁ। ଆସ୍ତେ ଆସ୍ତେ ସୁଜି ହାଲକା ଗୋଲଡେନ କଲର ହେବା ପର୍ଯ୍ୟନ୍ତ ତାହାକୁ ଭାଜନ୍ତୁ। ଏହାପରେ ସେଥିରେ ଚିନି ଓ    ପାଣି ପକାଇ ଘାଣ୍ଟନ୍ତୁ। ଏହା ଫୁଟିବା ଆରମ୍ଭ କଲେ ଗ୍ୟାସ୍‌କୁ ସିମ୍‌ କରି ଦିଅନ୍ତୁ।  ସେଥିରେ କିଛି ମିଲ୍କ ପାଉଡର ପକାଇ  ପୂରା ଡ୍ରାଏ ହେବା ପର୍ଯ୍ୟନ୍ତ ଘାଣ୍ଟନ୍ତୁ।

ଏକ ଟ୍ରେରେ ଘିଅ ଲଗାଇ ତାହାକୁ ଢାଳି ଦିଅନ୍ତୁ।  ଉକ୍ତ ଟ୍ରେରେ ମିଶ୍ରଣକୁ ସେଟ୍‌ କରି ତାହା ଉପରେ ଡ୍ରାଏ ଫ୍ରୁଟ୍ସ ସଜାଇ ଦିଅନ୍ତୁ। ଏହାପରେ ତାହାକୁ  ପିସ୍‌ ପିସ୍‌ କରି କାଟି ଦିଅନ୍ତୁ । ଏହି ମିଶ୍ରଣକୁ ଥଣ୍ଡା ହେବା ପର୍ଯ୍ୟନ୍ତ ଫ୍ରିଜରେ ରଖି ଦିଅନ୍ତୁ। ଅଧ ଘଣ୍ଟା ପରେ ତାହାକୁ ବାହାର କରି ପରିବାର ସଦସ୍ୟଓ ଅନ୍ୟମାନଙ୍କୁ ଖାଇବାକୁ ଦିଅନ୍ତୁ।

Advertisment
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe