Advertisment

ସ୍ୱିଟ୍‌ କର୍ନ ଟିକ୍କି

ଆବଶ୍ୟକ ସାମଗ୍ରୀ: ସ୍ୱିଟ୍ କର୍ନ, ଗ୍ରେଟେଡ୍‌ ଗାଜର, ଲୁଣ, ଚିନି, ବ୍ରେଡ୍‌କ୍ରମ୍ବସ୍‌, ସ୍ୱିଟ୍‌ କର୍ଣ୍ଣ କ୍ରୀମ୍‌, କ୍ଷୀର ଓ ଚିଜ୍‌। ପ୍ରସ୍ତୁତି ପ୍ରଣାଳି: ପ୍ରଥମେ କର୍ନକୁ ଭଲ ଭାବେ ଗ୍ରାଇଣ୍ଡିଂ କରିଦିଅନ୍ତୁ। ଏହା ପରେ ଏକ ପାତ୍ରରେ କର୍ନ ବଟାକୁ ରଖନ୍ତୁ ଓ ଏଥିରେ ସ୍ୱିଟ୍‌ କର୍ନ କ୍ରୀମ୍‌, ଚିଜ୍‌, ପାଣି, ଚିନି, କ୍ଷୀର, ଲୁଣ, ଓ ଗାଜର ମିଶାଇ ଭଲ ଭାବେ ଗୋଳାନ୍ତୁ। ମିଶ୍ରଣ ପ୍ରସ୍ତୁତ ହୋଇଗଲା ପରେ ମଧ୍ୟମ ଆଞ୍ଚରେ ଏହାକୁ ସିଝାନ୍ତୁ। ସିଝିଗଲା […]

author-image
Chinmayee Roy
ସ୍ୱିଟ୍‌ କର୍ନ ଟିକ୍କି

corn

ଆବଶ୍ୟକ ସାମଗ୍ରୀ: ସ୍ୱିଟ୍ କର୍ନ, ଗ୍ରେଟେଡ୍‌ ଗାଜର, ଲୁଣ, ଚିନି, ବ୍ରେଡ୍‌କ୍ରମ୍ବସ୍‌, ସ୍ୱିଟ୍‌ କର୍ଣ୍ଣ କ୍ରୀମ୍‌, କ୍ଷୀର ଓ ଚିଜ୍‌।

Advertisment

ପ୍ରସ୍ତୁତି ପ୍ରଣାଳି: ପ୍ରଥମେ କର୍ନକୁ ଭଲ ଭାବେ ଗ୍ରାଇଣ୍ଡିଂ କରିଦିଅନ୍ତୁ। ଏହା ପରେ ଏକ ପାତ୍ରରେ କର୍ନ ବଟାକୁ ରଖନ୍ତୁ ଓ ଏଥିରେ ସ୍ୱିଟ୍‌ କର୍ନ କ୍ରୀମ୍‌, ଚିଜ୍‌, ପାଣି, ଚିନି, କ୍ଷୀର, ଲୁଣ, ଓ ଗାଜର ମିଶାଇ ଭଲ ଭାବେ ଗୋଳାନ୍ତୁ। ମିଶ୍ରଣ ପ୍ରସ୍ତୁତ ହୋଇଗଲା ପରେ ମଧ୍ୟମ ଆଞ୍ଚରେ ଏହାକୁ ସିଝାନ୍ତୁ। ସିଝିଗଲା ପରେ ଏହାକୁ ଏକ ପ୍ଲେଟ୍‌କୁ ବାହାର କରି ଭଲ ଭାବେ ଚାରି ଆଡ଼କୁ ଖେଳାଇ ରଖନ୍ତୁ। ସେଟ୍‌ ହୋଇଯିବା ପରେ ଏହାକୁ ଛୋଟ ଛୋଟ ଖଣ୍ଡରେ କାଟନ୍ତୁ। ଏହି କର୍ନ ଖଣ୍ଡକୁ ମଇଦା ଓ କର୍ନଫ୍ଲୋର୍‌ରେ ଗୁଡ଼ାଇ ଗୋଟି ଗୋଟି କରି ତେଲରେ ଛାଣନ୍ତୁ। ଏବେ ଏକ ପ୍ଲେଟ୍‌ରେ ଟିସୁ ପେପର୍‌ ପକାଇ ରଖନ୍ତୁ। କର୍ନ ଟିକ୍କି ଗୋଲ୍ଡେନ୍‌ ବ୍ରାଉନ୍‌ ହୋଇଗଲେ ଏହାକୁ ପ୍ଲେଟ୍‌କୁ ବାହାର କରିଦିଅନ୍ତୁ। ଟିସୁ ପେପର୍‌ ଉପରେ ରଖିବା ଫଳରେ ଅତିରିକ୍ତ ତେଲ ବାହାରିଯିବ। ଏବେ ପ୍ରସ୍ତୁତ ହୋଇଗଲା  ‘ସ୍ୱିଟ୍‌ କର୍ନ ଟିକ୍କି’। ଏହାକୁ ସସ୍‌  କିମ୍ବା ଚଟଣୀ ସହିତ ପରଷନ୍ତୁ।