Advertisment

ସ୍ୱିଟ୍ ପଲାଉ

ଆବଶ୍ୟକ ସାମଗ୍ରୀ: ବାସୁମତି ଚାଉଳ, ଗୋଟା ଗୁଜରାତି, ଲବଙ୍ଗ, ଚିନି, ଘିଅ, ଫୁଡ କଲର, କାଜୁ ଓ ଆଲମଣ୍ଡ ପ୍ରସ୍ତୁତି ପ୍ରଣାଳୀ:  ପ୍ରଥମେ ବାସୁମତି ଚାଉଳକୁ କିଛି ସମୟ ପୂର୍ବରୁ ଭିଜାଇ ରଖନ୍ତୁ। ପରେ ଏକ ପ୍ୟାନରେ ପାଣି ଗରମ କରନ୍ତୁ। ପାଣି ଗରମ ହେବା ପରେ ସେଥିରେ ଭିଜା ଚାଉଳକୁ ପକାନ୍ତୁ। ପରେସେଥିରେ ଦୁଇ ଚାମଚ ଫୁଡ କଲର ପକାନ୍ତୁ। ଚାଉଳକୁ ବେଶୀ ସମୟ ସିଜାନ୍ତୁ ନାହିଁ। ପ୍ରାୟ ୬୦ ପରସେଣ୍ଟ ସିଜିଗଲା ପରେ ତାକୁ ଏକ […]

ଅଦ୍ୟତନ ହୋଇଛି
ସ୍ୱିଟ୍ ପଲାଉ

Sweet Pulao

Advertisment

ଆବଶ୍ୟକସାମଗ୍ରୀ: ବାସୁମତି ଚାଉଳ, ଗୋଟା ଗୁଜରାତି, ଲବଙ୍ଗ, ଚିନି, ଘିଅ, ଫୁଡ କଲର, କାଜୁ ଓ ଆଲମଣ୍ଡ

Advertisment

ପ୍ରସ୍ତୁତି ପ୍ରଣାଳୀପ୍ରଥମେ ବାସୁମତି ଚାଉଳକୁ କିଛି ସମୟ ପୂର୍ବରୁ ଭିଜାଇ ରଖନ୍ତୁ। ପରେ ଏକ ପ୍ୟାନରେ ପାଣି ଗରମ କରନ୍ତୁ। ପାଣି ଗରମ ହେବା ପରେ ସେଥିରେ ଭିଜା ଚାଉଳକୁ ପକାନ୍ତୁ। ପରେସେଥିରେ ଦୁଇ ଚାମଚ ଫୁଡ କଲର ପକାନ୍ତୁ। ଚାଉଳକୁ ବେଶୀ ସମୟ ସିଜାନ୍ତୁ ନାହିଁ। ପ୍ରାୟ ୬୦ ପରସେଣ୍ଟ ସିଜିଗଲା ପରେ ତାକୁ ଏକ ପାତ୍ରରେ  ଛାଣି ରଖନ୍ତୁ।

ତା‘ପରେ ପ୍ୟାନକୁ ଗରମ କରନ୍ତୁ। ସେଥିରେ ଘିଅ ପକାନ୍ତୁ। ସେଥିରେ କାଜୁ ଓ ଆଲମଣ୍ଡକୁ ପକାଇ ଅଳ୍ପ ସମୟ ପାଇଁ ଭାଜନ୍ତୁ। ଏହା ଭାଜି ହୋଇଗଲା ପରେ ତାକୁ ଏକ ପାତ୍ରକୁ  କାଢ଼ି  ଦିଅନ୍ତୁ।  ପୁଣି ପ୍ୟାନରେ ଘିଅ ଗରମ କରନ୍ତୁ। ଘିଅ ଗରମ ହେବା ପରେ ସେଥିରେ ଗୋଟା ଗୁଜରାତି, ଲବଙ୍ଗ ପକାନ୍ତୁ। ଏହା ଟିକେ ଭାଜି ହେବା ପରେ ସେଥିରେ ଛାଣି ରଖିଥିବା ଭାତକୁ ପକାନ୍ତୁ।

Advertisment

ତାପରେ ସେଥିରେ ଚିନି ପକାଇ ଭଲ ଭାବରେ ଗୋଳାଇ ଦିଅନ୍ତୁ। ଚିନିଟି ମିଶିଯିବା ପରେ ସେଥିରେ ଭଜା ହୋଇଥିବା କାଜୁ କିସମିସ ପକାଇ ତାକୁ ଗୋଳାଇ ଦିଅନ୍ତୁ। କିଛି ସମୟରେ ତାକୁ ଆଞ୍ଚରେ ବସାନ୍ତୁ। ଏହା ପରେ ଏକ ପାତ୍ରକୁ କାଢ଼ି ଦିଅନ୍ତୁ। ପ୍ରସ୍ତୁତ ହୋଇଗଲା ସ୍ୱିଟ୍ ପଲାଉ।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe