Advertisment

ତନ୍ଦୁରୀ ଆଳୁ ମସାଲା

ଆବଶ୍ୟକ ସାମଗ୍ରୀ: ଆଳୁ, ରିଫାଇନ, ବଡ଼ ଗୁଜରାତି, ଧନିଆପତ୍ର, କସ୍ତୁରୀ ମେଥି, ହେଙ୍ଗୁ, ଲୁଣ, ଲଙ୍କା ଗୁଣ୍ଡ ହଳଦୀ, ତନ୍ଦୁରୀ ଚିକେନ ମସାଲା, , କିଚେନ କିଙ୍ଗ ମସାଲା, ଗରମ ମସାଲା, ଦହି, ଟମାଟୋ ପ୍ୟୁରି, ଘିଅ । ପ୍ରସ୍ତୁତି ପ୍ରଣାଳୀ: ପ୍ରଥମେ ଆଳୁକୁ ସିଝାଇ ରଖି ଦିଅନ୍ତୁ। ଏହାପରେ କରେଇରେ ତେଲ ପକାଇ ଗରମ କରନ୍ତୁ। ତେଲ ଗରମ ହୋଇଯିବା ପରେ ସେଥିରେ ଗୁଜରାତି, ଧନିଆପତ୍ର, କସ୍ତୁରୀ ମେଥି, ହେଙ୍ଗୁ ପକାଇ ସ୍ଲୋ ଫ୍ଲେମରେ ଭାଜନ୍ତୁ […]

author-image
Tapaswini Nayak
ଅଦ୍ୟତନ ହୋଇଛି
ତନ୍ଦୁରୀ ଆଳୁ ମସାଲା

tandoori aloo masala

ଆବଶ୍ୟକ ସାମଗ୍ରୀ:ଆଳୁ, ରିଫାଇନ, ବଡ଼ ଗୁଜରାତି, ଧନିଆପତ୍ର, କସ୍ତୁରୀ ମେଥି, ହେଙ୍ଗୁ, ଲୁଣ, ଲଙ୍କା ଗୁଣ୍ଡ ହଳଦୀ, ତନ୍ଦୁରୀ ଚିକେନ ମସାଲା, , କିଚେନ କିଙ୍ଗ ମସାଲା, ଗରମ ମସାଲା, ଦହି, ଟମାଟୋ ପ୍ୟୁରି, ଘିଅ ।

Advertisment

ପ୍ରସ୍ତୁତି ପ୍ରଣାଳୀ: ପ୍ରଥମେ ଆଳୁକୁ ସିଝାଇ ରଖି ଦିଅନ୍ତୁ। ଏହାପରେ କରେଇରେ ତେଲ ପକାଇ ଗରମ କରନ୍ତୁ। ତେଲ ଗରମ ହୋଇଯିବା ପରେ ସେଥିରେ ଗୁଜରାତି, ଧନିଆପତ୍ର, କସ୍ତୁରୀ ମେଥି, ହେଙ୍ଗୁ ପକାଇ ସ୍ଲୋ ଫ୍ଲେମରେ ଭାଜନ୍ତୁ । ଏହାପରେ ସେଥିରେ ଅଦା ରସୁଣ ପେଷ୍ଟ ପକାଇ ଗୋଳାଇ ଦିଅନ୍ତୁ। ଏହା ହାଲକା ଲାଲ ହେବା ପରେ ସେଥିରେ କଟା ହୋଇଥିବା ପିଆଜ ପକାନ୍ତୁ।  ଏହାପରେ ସେଥିରେ କଶ୍ମୀର ଲାଲ ଲଙ୍କା, ଲୁଣ,ହଳଦି,  ତନ୍ଦୁରୀ ମସଲା,  ଓ ଗରମ ମସାଲା ପକାନ୍ତୁ। ଏହାପରେ ସେଥିରେ ଟମାଟୋ ପ୍ୟୁରି ପକାଇ ଦିଅନ୍ତୁ। ପରେ ଗ୍ୟାସ୍‌କୁ ସ୍ଲୋ ଫ୍ଲେମରେ ରଖନ୍ତୁ। କିଛି ସମୟ ପରେ ମସଲାକୁ ଗୋଳାଇ ସେଥିରେ  ଦହି ପକାନ୍ତୁ। ଏହାଭୁ ଭଲ ଭାବେ ଗୋଳାଇ ଦିଅନ୍ତୁ। ଏହାପରେ ସେଥିରେ ଛୋଟ ଛୋଟ ଖଣ୍ଡ ସିଝା ଆଳୁ ଓ କିଛି ପାଣି ପକାଇ ଗୋଳାଇ ଦିଅନ୍ତୁ।  ଏହାକୁ କିଛି ସମୟ ପାଇଁ  ଢାଙ୍କି ଦିଅନ୍ତୁ । କିଛି ସମୟ ପରେ ଢାଙ୍କୁଣୀକୁ କାଢ଼ି ଦିଅନ୍ତୁ। ପ୍ରସ୍ତୁତ ହୋଇଗଲା ତନ୍ଦୁରୀ ଆଳୁ ମସାଲା ।