Advertisment

ଘରେ ପ୍ରସ୍ତୁତ କରନ୍ତୁ ସ୍ୱାଦିଷ୍ଟ ଭେଜିଟେବୁଲ ଜଲୱା

ଆବଶ୍ୟକ ସାମଗ୍ରୀ: ଆଳୁ, ଫୁଳକୋବି, ଗାଜର, କ୍ୟାପସିକମ , ବିନ୍ସ, କଦଳି ମଞ୍ଜା, ଲୁଣ, ହଳଦୀ, ନଡ଼ିଆ, କଞ୍ଚା ଲଙ୍କା, ଶୁଖିଲା ଲଙ୍କା, ଆମ୍ବ କଷିଆ ଅଦା,  ଧନିଆପତ୍ର, ଅଦା,  ରସୁଣ,  ଲୁଣ, ରିଫାଇନ୍‌ ତେଲ, କର୍ଣ୍ଣଫ୍ଲୋର, ବ୍ରେଡକର୍ଣ୍ଣ, ଜୀରା, ଭୃଷଙ୍ଗପତ୍ର,  ଟମାଟୋସସ୍‌ । ପ୍ରସ୍ତୁତି ପ୍ରଣାଳୀ: ପ୍ରଥମେ ଆଳୁ, ଫୁଳକୋବି, ଗାଜର ଓ ବିନ୍ସକୁ ସିଝାଇ ଦିଅନ୍ତୁ। କଦଳି ମଞ୍ଜାରେ ଲୁଣ, ହଳଦୀ ଗୋଳାଇ ତାକୁ ସିଝାଇ ଦିଅନ୍ତୁ।  ସେଥିରେ ନଡ଼ିଆ କୋରା ବଟା, କଞ୍ଚା […]

author-image
Niharika Rout
ଘରେ ପ୍ରସ୍ତୁତ କରନ୍ତୁ ସ୍ୱାଦିଷ୍ଟ ଭେଜିଟେବୁଲ ଜଲୱା

vegetable-jalwa

ଆବଶ୍ୟକ ସାମଗ୍ରୀ:ଆଳୁ, ଫୁଳକୋବି, ଗାଜର, କ୍ୟାପସିକମ , ବିନ୍ସ, କଦଳି ମଞ୍ଜା, ଲୁଣ, ହଳଦୀ, ନଡ଼ିଆ, କଞ୍ଚା ଲଙ୍କା, ଶୁଖିଲା ଲଙ୍କା, ଆମ୍ବ କଷିଆ ଅଦା,  ଧନିଆପତ୍ର, ଅଦା,  ରସୁଣ,  ଲୁଣ, ରିଫାଇନ୍‌ ତେଲ, କର୍ଣ୍ଣଫ୍ଲୋର, ବ୍ରେଡକର୍ଣ୍ଣ, ଜୀରା, ଭୃଷଙ୍ଗପତ୍ର,  ଟମାଟୋସସ୍‌ ।

Advertisment

ପ୍ରସ୍ତୁତି ପ୍ରଣାଳୀ:ପ୍ରଥମେ ଆଳୁ, ଫୁଳକୋବି, ଗାଜର ଓ ବିନ୍ସକୁ ସିଝାଇ ଦିଅନ୍ତୁ। କଦଳି ମଞ୍ଜାରେ ଲୁଣ, ହଳଦୀ ଗୋଳାଇ ତାକୁ ସିଝାଇ ଦିଅନ୍ତୁ।  ସେଥିରେ ନଡ଼ିଆ କୋରା ବଟା, କଞ୍ଚା ଲଙ୍କା, ଆମ୍ବ କଷିଆ ଅଦା, ଓ ଧନିଆପତ୍ର ପକାଇ ପୂର ପ୍ରସ୍ତୁତ କରନ୍ତୁ।

ଏହାପରେ ସିଝା ପରିବାକୁ ଚକଟି ସେଥିରେ କଟା ଅଦା, କଟା ରସୁଣ ଓ ଲୁଣ ପକାଇ ଭଲ ଭାବେ ଗୋଳାଇ ଦିଅନ୍ତୁ।  ପରେ ପରିବା ଚକଟାକୁ ଗୋଲ ଗୋଲ ପିଠା ଆକାରର କରି ତା’ ଭିତରେ ମଞ୍ଜା ପୁର ଦେଇ ଗଢ଼ି ରଖନ୍ତୁ।

Advertisment

କରେଇରେ ତେଲ ଗରମ କରି ଗଢ଼ା  ଯାଇଥିବା ପରିବା ଗୁଳାକୁ କର୍ଣ୍ଣଫ୍ଲୋର ଗୋଳାରେ ବୁଡ଼ାଇ ବ୍ରେଡକର୍ଣ୍ଣରେ ପକାଇ ଛାଣି ରଖନ୍ତୁ।

ପୁଣି କରେଇରେ ତେଲ ଗରମ କରି ଜୀରା, କଟା କଞ୍ଚାଲଙ୍କା, ଶୁଖିଲା ଲଙ୍କା, ଭୃଷଙ୍ଗପତ୍ର, ଲୁଣ, ଟମାଟୋସସ୍‌, କଟା କ୍ୟାପସିକମ ଓ ଅଳ୍ପ ପାଣି ଦେଇ ଗୋଳାନ୍ତୁ।

ମସଲା ହୋଇଯିବା ପରେ ଛଣା ଯାଇଥିବା ଭେଜିଟେବୁଲ ବଲକୁ ପକାଇ ଏକରୁ ୨ ମିନିଟ୍‌ ପରେ ଚୁଲିରୁ ଓହ୍ଲାଇ ଦିଅନ୍ତୁ। ଏଥର ଗରମାଗରମ ପରଷନ୍ତୁ ଭେଜିଟେବୁଲ ଜଲୱା।