ଆବଶ୍ୟକ ସାମଗ୍ରୀ:
- ଗୋଟା ତରଭୁଜ
- ଖାସି ମାଂସ
- ଦହି
- ହଳଦୀ ଗୁଣ୍ଡ
- ଲୁଣ
- ଲଙ୍କା ଗୁଣ୍ଡ
- ଛେଚା ରସୁଣ
- ଅଦାରସୁଣ ବଟା
- ଧନିଆ ପତ୍ର ବଟା
- କଞ୍ଚା ଲଙ୍କା
- ଗରମ ମସଲା
- ଧନିଆ ପତ୍ର
- ରିଫାଇନ୍ ତେଲ
ପ୍ରସ୍ତୁତି ପ୍ରଣାଳୀ:
ପ୍ରଥମେ ଖାସି ମାଂସରେ ଦହି, ହଳଦୀ ଗୁଣ୍ଡ, ଲୁଣ, ଲଙ୍କା ଗୁଣ୍ଡ ଓ ଛେଚା ରସୁଣ ପକାନ୍ତୁ। ତା’ପରେ ସେଥିରେ ଅଦାରସୁଣ ବଟା, ଧନିଆ ପତ୍ର ବଟା, କଞ୍ଚା ଲଙ୍କା, ଗରମ ମସଲା, ଧନିଆ ପତ୍ର ଓ ରିଫାଇନ୍ ତେଲ ପକାଇ ଭଲଭାବେ ମ୍ୟାରିନେଟ୍ କରନ୍ତୁ।
ଏବେ ଗୋଟା ତରଭୁଜକୁ ମଝିରୁ ଦୁଇ ଖଣ୍ଡ କରି ଦିଅନ୍ତୁ ଏବଂ ଏହାର ଭିତର ଅଂଶକୁ କୋରି ବାହାର କରିଦିଅନ୍ତୁ। ଗୋଟିଏ ଫାଳରେ ମ୍ୟାରିନେଟ୍ ହୋଇଥିବା ମାଂସକୁ ଭର୍ତ୍ତି କରିଦିଅନ୍ତୁ ଏବଂ ଆରଫାଳରେ ଏହାର ମୁହଁକୁ ବନ୍ଦ କରି ମଇଦା ଚକଟା ଦେଇ ଭଲଭାବେ ସିଲ୍ କରି ଦିଅନ୍ତୁ।
ବର୍ତ୍ତମାନ ଚୁଲିରେ ଥିବା ନିଆଁ ଅଙ୍ଗାର ଭିତରେ ଏହି ତରଭୁଜକୁ ରଖି ତା ଉପରେ ଆଉ କିଛି ଅଙ୍ଗାର ପକାଇ ଦିଅନ୍ତୁ। ୪୫ ରୁ ୫୦ ମିନିଟ୍ ଭିତରେ ପ୍ରସ୍ତୁତ ହୋଇଯିବ ତରଭୁଜ ମାଂସ ପୋଡ଼ା।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।
Related Stories
Health
ଭଲ ହୋଇଯିବ ଓଠ ଫଟା; ଆପଣାନ୍ତୁ ଏହି ଘରୋଇ ଉପଚାର
ଲିପବାମ୍ ବ୍ୟବହାର କରିବା ପରିବର୍ତ୍ତେ ଘରୋଇ ଉପଚାର ମାଧ୍ୟମରେ ଆମେ ଓଠ ଫାଟିବାରୁ ମୁକ୍ତି ପାଇ ପାରିବା।
Health
ଭୁବନେଶ୍ୱର AIIMSରେ ୩ ମାସରେ ୩୧ ଏଚ୍ଆଇଭି ପଜିଟିଭ୍ ଚିହ୍ନଟ
ଭାରତରେ ଏଚଆଇଭି ସର୍ଭିଲାନ୍ସ ପାଇଁ ଥିବା ୮ଟି ଆଞ୍ଚଳିକ ପ୍ରତିଷ୍ଠାନ ମଧ୍ୟରୁ ଭୁବନେଶ୍ୱର ଏମ୍ସ ଅନ୍ୟତମ।
Health
କାର୍ଡିଆକ୍ ଆରେଷ୍ଟ ଓ ହାର୍ଟ ଆଟାକ୍ ସମାନ, ନା ଭିନ୍ନ ଭିନ୍ନ?
ହୃଦଘାତ ଓ କାର୍ଡିଆକ୍ ଆରେଷ୍ଟକୁ ନେଇ ଅନେକ ସମୟରେ ଦ୍ୱନ୍ଦ୍ୱ ଉପୁଜେ। ଏହା ଗୋଟିଏ ପ୍ରକାର ରୋଗ, ନା ଭିନ୍ନ, ଜାଣନ୍ତୁ...
Health
କୋଲେଷ୍ଟ୍ରଲ ସହ ଏହି ସବୁ ସମସ୍ୟାକୁ ଦୂର କରେ ଚିଆ ସିଡ୍ସ ଓ ଲେମ୍ବୁ
ଚିଆ ସିଡ୍ସ ଓ ଲେମ୍ବୁ ରସକୁ ମିଶାଇ ପିଇବା ଦ୍ୱାରା କି କି ଫାଇଦା ମିଳେ, ଜାଣନ୍ତୁ...
Beauty
ତ୍ୱଚାରେ ଚମକ ଆଣେ ନଡ଼ିଆ ତେଲ ସହ ଏହି ୨ ସାମଗ୍ରୀ
ସେସବୁ ସାମଗ୍ରୀ କଣ ଏବଂ ଏହାକୁ କିପରି ବ୍ୟବହାର କରିବେ, ଜାଣନ୍ତୁ...